Vastu Tips:- କେଉଁ ମାସରେ ଘର ତିଆରି କଲେ ଘରେ ଧନର ବୃଦ୍ଧି ହୋଇଥାଏ ? ଜାଣନ୍ତୁ କେଉଁ ମାସରେ ଘର ତିଆରି ଆରମ୍ଭ କଲେ କଣ ଫଳ ମିଳିଥାଏ

ଆଗକାଳରେ ଲୋକମାନେ ଯେମିତି ଚାହୁଁଥିଲେ ସେମିତି ଘର ତିଆରି କରି ଦେଉଥିଲେ । କିନ୍ତୁ ଆଜିର ପିଢି ଘର ତିଆରି ପୂର୍ବରୁ ବସ୍ତୁ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ତେଣୁ ଆପଣ ଯଦି ଆଗକୁ ଘର ତିଆରି କରିବାକୁ ଚାହୁଁଛନ୍ତି ବା ଏନେଇ ଯୋଜନା କରି ସାରିଛନ୍ତି ତେବେ ନିଶ୍ଚିତ ଭାବେ କୌଣସି ବାସ୍ତୁଶାସ୍ତ୍ର ବିଶେଷଜ୍ଞ କିମ୍ବା ଘର ତିଆରି କରୁଥିବା ଇଞ୍ଜିନିୟରଙ୍କ ପରାମର୍ଶ ନିଅନ୍ତୁ । ସେମାନେ ଆପଣଙ୍କୁ ଘରର ଡିଜାଇନ ଦେଖାଇବା ସହ କେଉଁ ଦିଗରେ କଣ ରଖିଲେ ଶୁଭ ହୋଇଥାଏ ତାହା ଜଣାଇଦେବେ ।

ମଣିଷ ସୁଖଶାନ୍ତିରେ ରହିବା ପାଇଁ ଘର ତିଆରି କରିଥାଏ । ଯଦି ଆପଣ ସେହି ଘରେ ସୁଖଶାନ୍ତିରେ ନରହି ପାରିବେ ତେବେ ଘର ତିଆରି କରି କିଛି ମୂଲ୍ୟ ନାହିଁ । ଘରର ମୁଖ୍ୟଦ୍ଵାର ଯଦି ଠିକ ଦିଗରେ ରୁହେ ତେବେ ଏହା ଘରକୁ ସୁଖଶାନ୍ତି ଓ ଉନ୍ନତି ନେଇଆସେ । ତେଣୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ମୁଖ୍ୟଦ୍ଵାର ବନାଇବା ଉଚିତ ।

ଯଦି ଏଭଳି ବିକଳ୍ପ ସମ୍ଭବ ନୁହେଁ ତେବେ ଆପଣ ଅନ୍ୟ ଦିଗକୁ ମୁଖ୍ୟଦ୍ଵାର ରଖିପାରିବେ । ବୈଶାଖ ମାସରେ ଗୃହ ତିଆରି ଆରମ୍ଭ କରିବା ଦ୍ଵାରା ଧନରତ୍ନ ଲାଭ ହେବା ସହ ଉନ୍ନତି ହୋଇଥାଏ । କିନ୍ତୁ ଯଦି ଜ୍ୟେଷ୍ଠ ମାସରେ ଗୃହାରମ୍ଭ କରୁଛନ୍ତି ତେବେ ଗୃହକର୍ତ୍ତାଙ୍କ ମୃତ୍ୟୁ ହେବାର ସମ୍ଭାବନା ସହ ଗୃହକାର୍ଯ୍ୟରେ ବାଧା ମଧ୍ୟ ସୃଷ୍ଟି ହେବ ।

ଯଦି ଆପଣ ଆଷାଢ ମାସରେ ଗୃହାରମ୍ଭ କରୁଛନ୍ତି ତେବେ ଧନ ପ୍ରାପ୍ତି ହେବା ସହ ଘରେ ଗୃହପାଳିତ ପଶୁଙ୍କର ବୃଦ୍ଧି ହେବ । ଯଦି ଆପଣ ଶ୍ରାବଣ ମାସରେ ଘର କରୁଛନ୍ତି ତେବେ ସବୁ କାର୍ଯ୍ୟରେ ସିଦ୍ଧି ହେବ । ଯଦି ଭାଦ୍ରବ ମାସରେ ଘର କରୁଛନ୍ତି ତେବେ ମଧ୍ୟ ସବୁ କାର୍ଯ୍ୟରେ ସିଦ୍ଧି ଲାଭ ହେବ ।

କିନ୍ତୁ ଯଦି ଆପଣ ଆଶ୍ଵିନ ମାସରେ ଘର ଆରମ୍ଭ କରୁଛନ୍ତି ତେବେ ଘରର କୌଣସି ସଦସ୍ୟଙ୍କ କାୟା ନଷ୍ଟ ହେବା ସହ ରୋଗ ମଧ୍ୟ ବୃଦ୍ଧି ହେବ । ଯଦି ଆପଣ କାର୍ତ୍ତିକ ମାସରେ ଘର କରୁଛନ୍ତି ତେବେ ଚୋରଙ୍କ ଭୟ ଥାଏ । ଅର୍ଥାତ ଆପଣଙ୍କ ଘରୁ କୌଣସି ମତେ କିଛି ଜିନିଷ ଚୋରି ହୋଇ ଯାଇପାରେ ।

ଯଦି ମାର୍ଗଶିର ମାସରେ ଘର କରୁଛନ୍ତି ତେବେ ଧନଧାନ୍ୟରେ ବୃଦ୍ଧି ହୁଏ । ଏହି ମାସରେ ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ହୋଇଥାଏ । ତେଣୁ ଏହି ମାସରେ ଘର ତିଆରି ଆରମ୍ଭ କରିବା ସବୁଠାରୁ ଅଧିକ ଶୁଭ ହୋଇଥାଏ । ପୌଷ ମାସରେ ମଧ୍ୟ ଘର କଲେ ଚୋର ଭୟ ରହିଥାଏ ।

ଯଦି ମାଘ ମାସ କିମ୍ବା ଫାଲ୍ଗୁନ ମାସରେ ଘର କରୁଛନ୍ତି ତେବେ କୌଣସି ନା କୌଣସି ସୂତ୍ରରୁ ସୁନା ଅଳଙ୍କାର ଆପଣଙ୍କୁ ମିଳିପାରେ । କିନ୍ତୁ ଚୈତ୍ର ମାସରେ ଘର ତିଆରି କରିବା ଦ୍ଵାରା ଆପଣ ଦୁଃଖ କଷ୍ଟ ପାଇବେ ଓ ସନ୍ତାପ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।