ପବିତ୍ର ସରସ୍ଵତୀ ପୂଜା ରେ ବାସ ଅଳ୍ପ ମହୁ ରେ କରନ୍ତୁ ଏହି ଉପାୟ, ପୁଣି ଦେଖନ୍ତୁ ଚମତ୍କାର, ଆପଣଙ୍କ ପିଲାଙ୍କ ଉପରେ ସବୁବେଳେ ରହିବ ମା’ ସରସ୍ବତୀଙ୍କ କୃପା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବସନ୍ତ ପଞ୍ଚମୀ ମାଘ ମାସ ଶୁକ୍ଳ ପକ୍ଷ ର ପଞ୍ଚମୀ ତିଥି ରେ ପଡ଼ିଥାଏ। ଏହି ବର୍ଷ ବସନ୍ତ ପଞ୍ଚମୀ ୧୬ ଫେବୃଆରୀ ଦିନ ପାଳନ କରାଯିବ। ଏହି ଦିନ ଦେବୀ ସରସ୍ୱତୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ ଏବଂ ଦେବୀ ଙ୍କ ଆରାଧନା କରାଯାଇଥାଏ। ବିଦ୍ୟା ବୁଦ୍ଧି ରେ ପ୍ରବୀଣତା ହାସଲ କରିବା ନିମନ୍ତେ ବିଦ୍ୟାର୍ଥୀ ମାନେ ଦେବୀ ସରସ୍ୱତୀ ଙ୍କୁ ଆରାଧନା କରିଥାନ୍ତି। ବସନ୍ତ ପଞ୍ଚମୀ ବସନ୍ତ ଋତୁ ରେ ପଡ଼ିଥାଏ।

ଏହି ଦିନ ପ୍ରେମ ଓ ବନ୍ଧୁତା ପାଇଁ ଅଧ୍ୟ ଶୁଭମୟ ହୋଇଥାଏ। ଏହି ଦିନ ବିବାହିତା ଯୋଡ଼ି ମାନେ ମଧ୍ୟ ମାତା ସରସ୍ୱତୀ ଙ୍କୁ ଆରାଧନା କରନ୍ତି ଏବଂ ଏହା ସହିତ ନିଜର ସମସ୍ତ ଦୁଃଖ କଷ୍ଟ ଦୁର କରିବା ନିମନ୍ତେ ଶ୍ରୀ ହରି ବିଷ୍ଣୁ ଓ ମାତାଲକ୍ଷ୍ମୀ ଙ୍କ ମଧ୍ୟ ଆରାଧନା କରିଥାନ୍ତି। ଏହି ବସନ୍ତ ପଞ୍ଚମୀ ଦିନ କିଛି ଖାସ ପ୍ରୟୋଗ କରା ଯାଇଥାଏ। ଯାହାଦ୍ୱାରା ଆପଣ ମାନଙ୍କୁ ଏହି ପୂଜା ର ଲାଭ ପ୍ରାପ୍ତ ହୋଇଥାଏ।


ବସନ୍ତ ପଞ୍ଚମୀ ଦିନ ବିଦ୍ୟାର୍ଥୀ ମାନେ ନିଜର ସମସ୍ତ ପାଠ୍ୟ ସାମଗ୍ରୀ ଅର୍ଥାତ ବହି, ଖାତା, କଲମ, ପେନ୍ସିଲ ଆଦି ମାତା ସରସ୍ୱତୀ ଙ୍କ ଚରଣ ରେ ଅର୍ପଣ କରନ୍ତୁ। ଏହି ଦିନ ଧଳା ବା ହଳଦିଆ ରଙ୍ଗ ର ବସ୍ତ୍ର ବିନ୍ଧିବା ଦ୍ଵାରା ଦେବୀ ସରସ୍ୱତୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଏହି ଦିନ ଘରେ ସ୍ୱାଦିଷ୍ଟ ବ୍ୟଞ୍ଜନ ବନାଇ ଦେବୀ ସରସ୍ୱତୀ ଙ୍କୁ ଅର୍ପଣ କରନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଆପଣ ଏହି ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀ ଙ୍କ ଚରଣ ରେ କିଛି ହଳଦୀ ଅର୍ପଣ କରନ୍ତୁ ଏବଂ ସେହି ହଳଦୀ ରେ ଆପଣ ନିଜ ପୁସ୍ତକ ରେ ଏକ ମନ୍ତ୍ର ଲେଖନ୍ତୁ। ସେହି ମନ୍ତ୍ର ଟି ହେଉଛି, ଓଁ ଏଂ ସରସତ୍ୱେ ନମଃ। ଏପରି କରିବା ଦ୍ୱାରା ଆପଣଙ୍କ ବୁଦ୍ଧି ବିଦ୍ୟା ରେ ପ୍ରବୀଣ ହୋଇଥାନ୍ତି ଏବଂ ଶିକ୍ଷା କ୍ଷେତ୍ରରେ ତେଜ୍ ହୋଇଥାନ୍ତି। ଏପରି କରିବା ଦ୍ୱାରା ଦେବୀ ସରସ୍ୱତୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ମନୋକାମନା ମଧ୍ୟ ପୂର୍ଣ କରନ୍ତି।

ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ଦିନ ବିଦ୍ୟାର୍ଥୀ ମାନଙ୍କ ଜ୍ଞାନ ବୃଦ୍ଧି କରିବା ନିମନ୍ତେ ଏବଂ ଘରେ ଧନର ବୃଦ୍ଧି ନିମନ୍ତେ ଏକ ଉପାୟ ପ୍ରୟୋଗ କରା ଯାଇଥାଏ। ସେହି ଉପାୟ ଟି ହେଉଛି, ଆପଣ କେଶରର ଦୁଇ ଚାରି ପାଖୁଡ଼ା ନିଅନ୍ତୁ ଏବଂ ସେଥିରେ ଅଳ୍ପ ପାଣି ମିଶାଇ ଏକ ଚାନ୍ଦି ର ଜିନିଷ ରେ ଛୁଆ ଙ୍କ ଜିଭ ରେ ଏଂ ଲେଖନ୍ତୁ। ଏହା ମାତା ସରସ୍ୱତୀ ଙ୍କ ମୁଳମନ୍ତ୍ର ଅଟେ। ଏହା ସହିତ କେଶର ରେ ଛୁଆ ଙ୍କ ମୁଣ୍ଡ ରେ ତିଳକ ଲଗାନ୍ତୁ ଏବଂ ନିଜେ ମଧ୍ୟ ତିଳକ ଲଗାନ୍ତୁ।


ଏହା ସହିତ ଅନ୍ୟ ଏକ ଉପାୟ ମଧ୍ୟ ରହିଛି ଯାହା ପ୍ରୟୋଗ କରାଯାଇଥାଏ। ଉପାୟ ଟି ହେଉଛି, ବାଣୀ ରେ ମଧୁରତା ଆଣିବା ନିମନ୍ତେ ଆପଣ ଏକ ପାତ୍ରରେ ଅଳ୍ପ କିଛି ମହୁ ନିଅନ୍ତୁ ଏବଂ ତା’କୁ ଦେବୀ ସରସ୍ୱତୀ ଙ୍କ ନିକଟରେ ଅର୍ପଣ କରନ୍ତୁ। ଆପଣ ପ୍ରତିଦିନ ନିଜ ଦିନର ଆରମ୍ଭ ଏହି ମହୁ ସେବନ କରି କରନ୍ତୁ। ଏହା ଶୁଭ ଦାୟକ ହୋଇଥାଏ। ଏହି ପ୍ରୟୋଗ ଛୁଆ ମାନଙ୍କ ଠାରୁ ବୃଦ୍ଧ ମାନେ ମଧ୍ୟ କରି ପାରିବେ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।