ଇଏ ହେଉଛନ୍ତି ଜଣେ ପ୍ରଫେସନାଲ ମଡେଲ । ପାଠପଢି ନିଜ ଗାଁ ପାଇଁ କିଛି କରି କରିବାର ସଙ୍କଳ୍ପବଦ୍ଧ ହୋଇଛନ୍ତି । ଗାଁ ଦାଣ୍ଡରେ ଜଣେ ମଡେଲଙ୍କ ଭୋଟ ପ୍ରଚାରର ଏ ଦୃଶ୍ଯ ହେଉଛି ବଲାଙ୍ଗୀର ଜିଲ୍ଲା ସଦରବ୍ଲକ ଛୋଡାପାଲି ପଞ୍ଚାୟତ ଧୂଳୁସୁରୁ ଗାଁର । ତାଙ୍କ ନାମ ହେଉଛି ପ୍ରିୟଙ୍କା ନନ୍ଦ । ସେ ମଧ୍ୟପ୍ରଦେଶ ଭୋପାଳରେ ଜଣେ ପ୍ରଫେସନାଲ ମଡେଲ । କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ହେବା ପାଇଁ ମନ ବଳାଇଛନ୍ତି ।
ମୋ ଉପରେ ଭରସା ରଖ ଆପଣଙ୍କ ସମସ୍ଯା ମୁଁ ବୁଝୁଛି । ସେଥିପାଇଁ ବାହାରେ ପାଠଶାଠ ପଢି ମୋ କ୍ଯାରିୟର ଛାଡି ଗାଁକୁ ଆସିଛି । ପ୍ରିୟଙ୍କା ଏବଂ ତାଙ୍କ ଶ୍ଵେତା ନନ୍ଦ ଉଭୟ ପ୍ରାଥମିକ ଶିକ୍ଷା ପରେ ବାହାରେ ରହି ପାଠ ପଢୁଥିଲେ । ଏବେ ଶ୍ଵେତା ବେଙ୍ଗାଲୁରୁରେ ଜଣେ ପ୍ରଫେସନାଲ ମଡେଲ ଭାବେ କାମ କରୁଥିବା ବେଳେ ପ୍ରିୟଙ୍କା ମଧ୍ୟ ଭୋପାଳରେ ପ୍ରଫେସନାଲ ମଡେଲ ଭାବେ ବିଭିନ୍ନ ଏଜେନ୍ସି ସହ କାମ କରନ୍ତି । ପ୍ରିୟଙ୍କା ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତାରେ ମିସ ଫଟୋଜେନିକ ହୋଇଛନ୍ତି ।
୨୦୨୦ ମସିହାରେ ଇଣ୍ଡିଆନ ଷ୍ଟାଇଲ ଆଇକନ ସୁନ୍ଦରୀ ପ୍ରତିଯୋଗୀତାରେ ଭାଗ ନେଇ ସେ ସଫଳ ମଧ୍ୟ ହୋଇଥିଲେ । ବିୟୁଟି ପିଜାଣ୍ଟ ଜିତିଥିବା ଏମତି ଜଣେ ମଡେଲ ପ୍ରଚାର କରିବାଉ ଯାଉଥିବାରୁ ଗାଁରେ ତାଙ୍କୁ ଦେଖିବାକୁ ଖୁବ ଭିଡ ଜମୁଛି । ବଲାଙ୍ଗୀର ଜିଲ୍ଲାରେ ସରପଞ୍ଚ ପାଇଁ ଏଥର ଠିଆ ହୋଇଛନ୍ତି ଏହି ସୁନ୍ଦରୀ ପ୍ରାର୍ଥୀ ।
ବାହାରେ ବିଭିନ୍ନ ମଡେଲ ଏଜେନ୍ସି ସହ ଟାଇ ଅଫ ଥିବା ଏହି ସୁନ୍ଦରୀ ମଡେଲ କହିଛନ୍ତି ଯେ, ସେ ତାଙ୍କ ଗାଁର ବିକାଶ ପାଇଁ ଅନେକ କିଛି କରିବାକୁ ଚାହୁଁଛନ୍ତି । ଗାଁ ପାଇଁ କାମ କରି ଗାଁର ନକ୍ସା ବଦଳାଇ ଦେବାକୁ ସେ ଚିନ୍ତା କରିଛନ୍ତି । ପ୍ରିୟଙ୍କାଙ୍କ ଭଉଣୀ ଶ୍ଵେତା ମଧ୍ୟ କହିଛନ୍ତି କି ପ୍ରିୟଙ୍କାଙ୍କୁ ଗାଁରେ ସରପଞ୍ଚ ପଦ ପାଇଁ ଠିଆ କରିବାକୁ ତାଙ୍କର ପୁରା ପରିବାରର ସହମତି ରହିଛି । ପୁରା ପରିବାର ଗାଁ ପାଇଁ କାର୍ଯ୍ୟ କରିବାକୁ କିଛି ବା କିଛି କରି ଦେଖାଇବାକୁ ପ୍ରିୟଙ୍କାଙ୍କ ଏହି ନିଷ୍ପତ୍ତିକୁ ସ୍ଵୀକାର କରିଥିଲେ ।
ତେବେ ଯଦି ଭୋଟ ଜିତି ସରପଞ୍ଚ ହୁଅନ୍ତି ତେବେ ଗାଁର ଉନ୍ନତିରେ ଅନେକ କାର୍ଯ୍ୟ କରିବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଉଛନ୍ତି ଏହି ସୁନ୍ଦରୀ ଭୋଟ ପ୍ରାର୍ଥୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।