ସରକାରୀ ସ୍କୁଲ ପିଲାଙ୍କୁ ଆସୁନି ଗଣିତ କି ଇଂରାଜୀ, ସର୍ବେକ୍ଷଣ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ଦେଖନ୍ତୁ ରିପୋର୍ଟ…

ଉନ୍ନତ ଶିକ୍ଷା ମଣିଷ ଜୀବନକୁ ଏକଦାମ ପରିବର୍ତ୍ତନ କରି ଦେଇଥାଏ । ଭଲଭାବେ ପାଠ ପଢିଥିଲେ ଭବିଷ୍ୟତରେ ଭଲ ଚାକିରି ପାଇପାରିବେ ଓ ଜୀବନରେ ଢେରସାରା ଉନ୍ନତି କରିପାରିବେ । ଏହାସହ ଆପଣଙ୍କ ଆଚାର, ବିଚାର ଓ ସଂସ୍କାର ମଧ୍ୟ ଅନ୍ୟମାନଙ୍କ ଠାରୁ ଭଲ ହୋଇଥାଏ । ଏହି ଲକ୍ଷ୍ୟ ନେଇ ସବୁ ବାପାମା’ ନିଜ ପିଲାଙ୍କୁ ପାଠ ପଢାଇଥାନ୍ତି । ଓଡିଆ ମାଧ୍ୟମରେ ପଢୁଥିବା ସରକାରୀ ସ୍କୁଲର ଛାତ୍ରୀଛାତ୍ରୀଙ୍କୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।

ଅନେକ ଲୋକ ସରକାରୀ ସ୍କୁଲରେ ପାଠପଢି ମଧ୍ୟ ଉଚ୍ଚ ପଦରେ ଚାକିରି କରିଛନ୍ତି । କିନ୍ତୁ ଏବେ ହୁଏତ ଏହି ଧାରଣା ଧୀରେ ଧୀରେ ବଦଳିବାରେ ଲାଗିଛି । ଆଜିକାଲି ପିତାମାତା ମାନେ ଭାବୁଛନ୍ତି କି ପିଲାକୁ ବେସରକାରୀ ସ୍କୁଲରେ ପଢେଇଲେ ଭଲ ପାଠ ହେବ । କାରଣ ଅନେକ ସରକାରୀ ସ୍କୁଲ ମାନଙ୍କରେ ଦୁର୍ବଳ ଶିକ୍ଷା ବ୍ୟବସ୍ଥା ଯୋଗୁଁ ପିଲାମାନେ ଯେଉଁ ଶ୍ରେଣୀରେ ଯେତିକି ପାଠ ଜାଣିବା କଥା ସେତିକି ଜାଣୁ ନାହାନ୍ତି । ଦେଖିବାକୁ ମିଳୁଛି କି ସରକାରୀ ସ୍କୁଲ ପିଲାଙ୍କୁ ଗଣିତ କି ଇଂରାଜୀ ଆସୁନି ।

ଏପରିକି ଏହି ପିଲା ମାନଙ୍କର ସାଧାରଣ ଜ୍ଞାନ ମଧ୍ୟ ବହୁତ ଦୁର୍ବଳ । ଓଡିଶା ସରକାରଙ୍କ ଯେଉଁ ହାଇସ୍କୁଲ ମାନଙ୍କରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ପିଲାମାନେ ପାଠ ପଢୁଛନ୍ତି ସେମାନେ ଅନେକ ଏହି ମୁଖ୍ୟ ବିଷୟ ମାନଙ୍କରେ ଦୁର୍ବଳ ବୋଲି ଦେଖିବାକୁ ମିଳୁଛି । ତେବେ ଓଡିଆ ସରକାରୀ ସ୍କୁଲ ମାନଙ୍କର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିବାର ସମୟ ଆସିଯାଇଛି । ଏନେଇ ସରକାର ତଥ୍ୟ ଦେଇଛନ୍ତି, ସର୍ବାଧିକ ଛାତ୍ରଛାତ୍ରୀ ଗଣିତରେ ଦୁର୍ବଳ ଅଟନ୍ତି ।

ଇଂରାଜୀର ଅବସ୍ଥା ଗଣିତ ଠାରୁ ସାମାନ୍ଯ ଭଲ ଥିଲେ ମଧ୍ୟ ସେତେ ଆଖିଦୃଷ୍ଟିଆ ନୁହେଁ । ହାଇସ୍କୁଲ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନମଧ୍ୟ ଜାଣୁନାହାନ୍ତି ବୋଲି ତଥ୍ୟ ଆସିଛି । ଏଭଳି ସ୍ଥଳେ ସରକାରୀ ସ୍କୁଲ ଓ ପ୍ରାଇଭେଟ ସ୍କୁଲ ମଧ୍ୟରେ ଆପେ ଆପେ ଏକ ଭେଦଭଦ ସୃଷ୍ଟି ହେବାରେ ଲାଗିଛି । ଲୋକଙ୍କ ମନରେ ଆଉ ଏକ ଧାରଣା ମଧ୍ୟ ରହିଛି କି ଧନୀ ପିଲାମାନେ ବେସରକାରୀ ସ୍କୁଲରେ ପଢନ୍ତି ଏବଂ ଗରିବ ପିଲା ସରକାରୀ ସ୍କୁଲରେ ପଢନ୍ତି ।

ବିଭିନ୍ନ ଘରୋଇ ସନସ୍ଥା ସର୍ବେକ୍ଷଣ ଓ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ରଖିଥିବା ଉତ୍ତରରୁ ଜଣାପଡିଛି କି, ଏହି ତିନୋଟି ବିଷୟରେ ଛାତ୍ରଛାତ୍ରୀ ମାନେ ଖରାପ ନମ୍ବର ରଖୁଛନ୍ତି । ଖାସ କରି ପିଲାମାନେ ଗଣିତରେ ଅଧିକ ଦୁର୍ବଳ ବୋଲି କୁହାଯାଉଛି । ତେବେ ସରକାରୀ ସ୍କୁଲ ଗୁଡିକର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ପିଲାଙ୍କୁ ଭଲ ଶିକ୍ଷା ଦେବା ଦିଗରେ କାର୍ଯ୍ୟ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।