ସାବଧାନ ! ରାତିରେ ମଶାଧୂପ ଲଗେଇ ଶୋଉଛନ୍ତି କି ? ବେଳ ଥାଉ ଥାଉ ଜାଗ୍ରତ ହୋଇଯାନ୍ତୁ ନହେଲେ…

ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଘରେ ମଶାଧୂପ ଲଗେଇ ଶୋଇଥାନ୍ତି । ଆପଣ ଯଦି ଶୋଇବା ବେଳେ ମଶାଧୂପ ଲଗାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ । କାରଣ ଦିଲ୍ଲୀରେ ଗୋଟିଏ ପରିବାରର ଛଅ ଜଣଙ୍କର ଜୀବନ ନେଇଯାଇଛି ମଶାଧୂପ । ରାତିରେ ମଶାଧୂପ ଲଗାଇ ଶୋଇବା ଉକ୍ତ ପରିବାର ପାଇଁ କାଳ ସାଜିଛି । ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ଏହି ପରିବାର ମଶା ଦାଉରୁ ରକ୍ଷା ପାଇଁ ରାତିରେ ମଶାଧୂପ ଲଗାଇ ଶୋଇଥିଲେ ।

ହେଲେ ମଶାଧୂପରୁ ନିର୍ଗତ ହେଉଥବା କାର୍ବନ ମନୋକସାଇଡ ସେମାନେ ରାତିସାରା ନିଃଶ୍ଵାସରେ ନେବା ପରେ ସେଠାରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ପରିବାରର ଅନ୍ୟ ଦୁଇ ସଦସ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାସ୍ଥଳରେ ତଦନ୍ତ ମଧ୍ୟ ଆରମ୍ଭ କରିଛି ।

ମଶାଧୂପରେ ଡ଼ିଡ଼ିଟି, କ୍ଷତିକାରକ କାର୍ବନ ଓ ଅନ୍ଯାନ୍ଯ ବିଷାକ୍ତ ତତ୍ତ୍ଵ ରହିଥାଏ । ତେଣୁ ଏହା ଆମ ଶରୀର ତଥା ଜୀବନ ପାଇଁ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ କୁହନ୍ତି । ତେବେ ଆପଣ ଯଦି ମଶାଧୂପ ଲଗାଇ ରାତିର ଶୋଉଛନ୍ତି ତେବେ ଏହି ଘଟଣା ପରେ ସତର୍କ ହୋଇଯାନ୍ତୁ । ନଚେତ ଆପଣଙ୍କ ଜୀବନ ନେଇଯାଇ ପରେ ଏହି ବିଷାକ୍ତ ମଶାଧୂପ ।

ଦିଲ୍ଲୀରେ ମଶାଧିପ ଯୋଗୁଁ ଗୋଟିଏ ପରିବାର ସହ ଏତେ ବଡ ହୃଦୟ ବିଦାରକ ଘଟଣା ଘଟିବା ପରେ ଏହାକୁ ନେଇ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । କାରଣ ଅନେକ ଲୋକ ଶୋଇବା ବେଳେ ମଶାଧୂପର ବ୍ୟବହାର କରିଥାନ୍ତି । ମଶାଙ୍କ ଦାଉରୁ ବର୍ତ୍ତିବା ପାଇଁ ସବୁଠୁ ସୁରକ୍ଷିତ ହେଉଛି ମଶାରୀ ଟାଙ୍ଗୀ ଶୋଇବା । ହେଲେ ଅନେକ ଲୋକ ମଶାରୀ ଭିତରେ ଶୋଇବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ମଶାଧୂପ କିଣି ଆଣି ବ୍ୟବହାର କରନ୍ତି ।

ହେଲେ ଆପଣଙ୍କ ଅଭ୍ଯାସରେ ପରିବର୍ତ୍ତନ ଆଣିବାର ସମୟ ଆସିଯାଇଛି । ବେଳ ଥାଉ ଥାଉ ସାବଧାନ ହୋଇଯାନ୍ତୁ ଏବଂ ମଶାରୀ ଟାଙ୍ଗୀ ଶୋଇବା ଅଭ୍ଯାସ କରନ୍ତୁ । ମଶାରୀ ଟାଙ୍ଗିବା ଦ୍ଵାରା ଆପଣ ମଶା ଦାଉରୁ ରକ୍ଷା ପାଇବେ ଓ ଏଭଳି ଅଘଟଣର ଭୟ ମଧ୍ୟ ରହିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।