Central Goverment କର୍ମଚାରୀମାନଙ୍କୁ ମିଳିପରେ 10,000 ବେତନ ବୃଦ୍ଧିର ଉପହାର, ସରକାର ବଢାଇ ପାରନ୍ତି DA – 7Th Pay Commission

କେନ୍ଦ୍ର ସରକାରର କର୍ମଚାରୀମାନଙ୍କୁ ୧ ଫେବୃୟାରି ୨୦୨୦ରେ ସଂସଦ ରେ ହେବାକୁ ଥିବା ବଜେଟ ପରେ ବେତନ ବୃଦ୍ଧିର ଫାଇଦା ମିଳିପାରେ । ୨୮ ଏପ୍ରିଲ ୨୦୨୦ ପରେ କେନ୍ଦ୍ର ସରକାର DAରେ ମଧ୍ୟ ବୃଦ୍ଧି କରିପାରନ୍ତି । ଯାହାଦ୍ୱାରା ପାଖା ପାଖି ୧.୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନ  ଉପୋଭୋକ୍ତାଙ୍କୁ ଫାଇଦା ମିଳିବ । ବିଶେଷଜ୍ଞ ମାନଙ୍କ ଅନୁସାରେ କେନ୍ଦ୍ର ସରକାର ନିଜ କର୍ମଚାରୀ ମାନଙ୍କ ପାଇଁ ୪% DAର ଘୋଷଣା କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିଶେଷଜ୍ଞ ମାନଙ୍କ ମତରେ DAରେ ଏହି ବୃଦ୍ଧି ଜୁଲାଇ ରୁ ଡିସେମ୍ବର ୨୦୧୯ ପାଇଁ ହେବ । ସପ୍ତମ ବେତନ ଆୟୋଗ ଲାଗୁ ହେବାର ପାଖା ପାଖି ୧ ବର୍ଷ ପରେ କେନ୍ଦ୍ର ସରକାର DA ଲାଗୁ କରିଥିଲେ । ଯଦି ସରକାର ୪ % DA ବୃଦ୍ଧି କରିବେ ତେବେ ଲେବଲ ୧ର କେନ୍ଦ୍ରୀୟ କର୍ମଚାରୀମାନଙ୍କ ବେତନରେ ୭୨୦ ଟଙ୍କାର ବୃଦ୍ଧି ହେବ । ଏହାଛଡା କର୍ମଚାରୀ ମାନଙ୍କୁ ଯାତ୍ରା ଭତ୍ତାର ଫାଇଦା ବୃଦ୍ଧି ହୋଇଥିବା ବେତନରେ ମିଳିବ ।

ବିଶେଷଜ୍ଞ ମାନଙ୍କ ମତରେ କ୍ୟାବିନେଟ ସଚିବ ସ୍ତରରେ ଥିବା ଅଧିକାରୀମାନଙ୍କ ବେତନ ୧୦,୦୦୦ ଟଙ୍କା ମାସକୁ ବୃଦ୍ଧି ହେବ । ସେମାନଙ୍କ ପ୍ରମୋଶନ ମଧ୍ୟ ହେବ । ଉପଭୋକ୍ତା ମୂଲ୍ୟ ସୂଚକାଙ୍କରେ ଯାହା ଅଭାବ ଆସିଛି ତାହା ପୂର୍ବ ଦେଢ ଦଶକ ମଧ୍ୟରେ ଦେଖିବାକୁ ମିଳିନଥିଲା । ଏମିତିରେ ଏହା ସମ୍ଭବ ଅଟେ କି ଏଥର DAରେ ୪% ବୃଦ୍ଧି ହୋଇପାରେ ।

ବର୍ତ୍ତମାନ ଗୁଜୁରାଟ ସରକାର ନିଜ କର୍ମଚାରୀମାନଙ୍କ ପାଇଁ ୫% DA ର ଘୋଷଣା କରିଛନ୍ତି । ଗୁଜୁରାଟ ସରକାରଙ୍କ ଏହି ଏହି ନିସ୍ପତି ପାଇଁ ତାଙ୍କର ୯.୬୧ ଲକ୍ଷ କର୍ମଚାରୀ ମାନଙ୍କୁ ଫାଇଦା ମିଳିବ । ଏହା ଦେଖି ମଧ୍ୟପ୍ରଦେଶର ସରକାର ନିଜ କର୍ମଚାରୀଙ୍କ ପାଇଁ ୫% DA ର ଘୋଷଣା କରିପାରେ । ଯଦି DAରେ ବୃଦ୍ଧି ହେବ ତେବେ ମଧ୍ୟ ପ୍ରଦେଶର ୧୦ ଲକ୍ଷ କର୍ମଚାରୀମାନଙ୍କୁ ଏହାର ଫାଇଦା ମିଳିବ ।