ଶୁକ୍ର ଗ୍ରହରେ ପହଞ୍ଚିବା ମାତ୍ରେ ହିଁ ତରଳି ଯାଏ ମଣିଷର ହାଡ, ଜାଣନ୍ତୁ ଆଶ୍ଚର୍ଯ୍ୟକର ରହସ୍ୟ

ସୌରମଣ୍ଡଳରେ ସ୍ଥିତ ସବୁ ଗ୍ରହମାନଙ୍କର ନିଜ ନିଜର କାହାଣୀ ଅଛି ଓ ସମସ୍ତେ ନିଜ ନିଜ ମଧ୍ୟରେ ବହୁତ ରହସ୍ୟମୟୀ ମଧ୍ୟ ଅଟନ୍ତି । ଏହି ରହସ୍ୟ ଗୁଡିକ ବହୁତ ହିଁ ଆଶ୍ଚର୍ଯ୍ୟକର ଅଟେ । କହିବାକୁ ଗଲେ ଏମିତି ହିଁ ଏକ ରହସ୍ୟମୟୀ ଗ୍ରହ ଅଛି ଯାହାର ନାମ ‘ଶୁକ୍ର ଗ୍ରହ’ । ଯାହାକୁ ପୃଥିବୀର ଭଉଣୀ ବି କୁହାଯାଏ । ଚନ୍ଦ୍ରମା ପରେ ରାତି ସମୟରେ ଆକାଶରେ ସବୁଠୁ ଅଧିକ ଚମକ ବାଲା ଯେଉଁ ଗ୍ରହ ଦେଖାଯାଏ ତାହା ଶୁକ୍ର ଗ୍ରହ ଅଟେ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଶୁକ୍ର ଉପରେକୁ ଯିବା ମାତ୍ରେ ହିଁ ମଣିଷର ହାଡ ଗୁଡିକ ତରଳି ଯାଏ । ଏହାର ରହସ୍ୟ ବହୁତ ରୋଚକପୂର୍ଣ ଅଟେ । ତେବେ ଆସନ୍ତୁ ଜାଣିବା ଶୁକ୍ର ଗ୍ରହ ବିଷୟରେ । ବୈଜ୍ଞାନିକଙ୍କ ଅନୁସାରେ, ଶୁକ୍ର ଏକ କେନ୍ଦ୍ରୀୟ ଲୌହ କୋର, ଚଟ୍ଟାନୀ ମେଟାଲ ଓ ସିଲିକେଟ କ୍ରସ୍ଟ ଦ୍ଵାରା ତିଆରି ଏକ ଗ୍ରହ ଅଟେ । ଏହାର ପୃଷ୍ଠ ଭାଗରେ ସଲ୍ଫ୍ୟୁରିକ ଏସିଡ ଭଣ୍ଡାର ଅଛି ।

ଏହାର ପୃଷ୍ଠ ଭାଗ ସଲ୍ଫ୍ୟୁରିକ ଏସିଡକୁ ବାଦଲ ଭଳି ବିଛାଇ ରଖିଛି । ଶୁକ୍ର ଗ୍ରହର ତାପମାତ୍ରା ସାଧାରଣତଃ ୪୨୫ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚିଥା ଏ । କହିବାକୁ ଗଲେ ଶୁକ୍ର ତିନି ଡିଗ୍ରୀ ନିଜର ସିମିତ ଅକ୍ଷକୋଣ ତଳକୁ ରହିଥିବା କାରଣରୁ କୌଣସି ବି ମୌସମର ଅନୁଭବ ହୋଇ ନ ଥାଏ, ସେଥିପାଇଁ ଏହି ଗ୍ରହ ଉପରେ ସବୁବେଳେ ଅତ୍ୟଧିକ ଗରମ ହିଁ ହୋଇଥାଏ । ଯେଉଁଠି ପୃଥିବୀ ୪୫ – ୫୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ପାଇଁ ଜଣାଯାଏ ।

ଏମିତିରେ ମଣିଷର ତ୍ଵଚା ଜଳିବାକୁ ଲାଗିଥାଏ, ଏମିତିରେ ୪୨୫ ଡିଗ୍ରୀ ସେଲ୍ସିଯୟସ ତାପମାତ୍ରାରେ ମଣିଷର କଣ ଅବସ୍ଥା ହେବ ଏହା ଆପଣ ଚିନ୍ତା କରି ଦେଖନ୍ତୁ । ଶୁକ୍ର ଗ୍ରହ ଉପରେ ବାୟୁମଣ୍ଡଳ ପ୍ରେସର ପୃଥିବୀ ତୁଳନାରେ ୯୨ ଗୁଣା ଅଧିକ ଅଟେ । ଏଠାକାର ତୀବ୍ର ପ୍ରେସର କୌଣସି ବି ଅନ୍ତରିକ୍ଷ ଯାନକୁ ନିଜ ଭୂ ପୃଷ୍ଠରେ ଅଧିକ ସମୟ ପର୍ଯ୍ୟନ୍ତ ରହିବାର ଅନୁମତି ଦେଇ ନ ଥାଏ । ଅନ୍ତରିକ୍ଷ ଯାନ ଏହି ଗ୍ରହ ଉପରେ ପାଖାପାଖି ୨ ଘଣ୍ଟା ରହି ପାରିବ ।

ଶୁକ୍ର ଗ୍ରହର ବାୟୁମଣ୍ଡଳ ସର୍ବଦା ଗ୍ୟାସର ଘନ ବାଦଲ ଦ୍ଵାରା ଘେରି ରହିଥାଏ । ଉଦାହରଣ ରୂପରେ ଯଦି କୌଣସି ବ୍ୟକ୍ତି ଏହି ଗ୍ରହକୁ ଯାଉଛି ତେବେ ସେ ଏହି ଗ୍ରହରୁ ପୃଥିବୀ କିମ୍ବା ସୂର୍ଯ୍ୟକୁ କେବେ ବି ଦେଖି ପାରିବ ନାହିଁ । କିନ୍ତୁ ଏହି ଗ୍ରହ ଉପରେ ମନୁଷ୍ୟ ପହଞ୍ଚିବା ବର୍ତ୍ତମାନ ସମୟରେ ସବୁଠୁ କଷ୍ଟ କାମ ଅଟେ । ଶୁକ୍ର ଗ୍ରହର ସମତଳରେ କୌଣସି ପ୍ରକାରର ଗାତ ନାହିଁ ।

ଏହି କାରଣରୁ ଏହାର ବାୟୁମଣ୍ଡଳରେ କୌଣସି କ୍ଷୁଦ୍ର ଗ୍ରହ କିମ୍ବା ଅନ୍ୟ ବସ୍ତୁ ଏହାର ଭୂ ପୃଷ୍ଠରେ ଓଲ୍ହାଇବା ପୂର୍ବରୁ ହିଁ ଏହାର ବାୟୁ ମଣ୍ଡଳ ତାହାକୁ ନଷ୍ଟ କରିଦିଏ । ବୈଜ୍ଞାନିକମାନଙ୍କ ମାନିବା ଅଟେ କି କୋଟି କୋଟି ବର୍ଷ ପୂର୍ବେ ଶୁକ୍ରରେ ଜଳବାୟୁ ବି ପୃଥିବୀ ସମାନ ରହିଥିବ । ଏହି ଗ୍ରହ ଉପରେ ବଡ ମାତ୍ରାରେ ପାଣିର ମହାସାଗର ରହିଥିବ, କିନ୍ତୁ ଅତ୍ୟଧିକ ତାପମାତ୍ରା କାରଣରୁ ଓ ଗ୍ରୀନହାଉସ ପ୍ରଭାବ କାରଣରୁ ଭୂ ପୃଷ୍ଠର ପାଣି ଗରମ ହୋଇ ଯାଇଥିବ ଓ ଧୀରେ ଧୀରେ ଏହାର ଅସ୍ତିତ୍ଵ ଶେଷ ହୋଇ ଯାଇଥିବ ।

ନାସା ଅନୁସାରେ ଏହି ଗ୍ରହର ଭୂ ପୃଷ୍ଠରେ ୨୦ କିଲୋମିଟର ଠାରୁ ବି ବଡ ୧୦୦୦ରୁ ବି ଅଧିକ ଜ୍ୱାଳାମୁଖୀ କେନ୍ଦ୍ର ଅଛି । କିନ୍ତୁ ଏମାନଙ୍କ ମଧ୍ୟରେ ଅଧିକାଂଶ ନିଷ୍କ୍ରିୟ ଅଟେ । ଏଠି କିଛି ହିଁ ସକ୍ରିୟ ଜ୍ୱାଳାମୁଖୀ ଅଛି ।