ସରକାରଙ୍କ ନୂତନ ଗାଇଡଲାଇନ, ଏହି ଶର୍ତ ସହିତ ୮ ଜୁନରୁ ଖୋଲିବ ଅଫିସ, ମଲ, ରେସ୍ଟୋରେଂଟ ଓ ଧାର୍ମିକ ସ୍ଥଳ

କେନ୍ଦ୍ର ସରକାର ୩୦ ମେ ରେ କଂଟେନମେଂଟ ଜୋନରେ ଲକଡାଉନକୁ ୩୦ ଜୁନ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଥିଲେ । ଏହା ବାହାରେ ତିନୋଟି ଫେଜରେ ଲକଡାଉନରେ ଫ୍ରୀକୁ ନେଇ ଗାଇଡଲାଇନ୍ସ ଜାରି କରା ଯାଇଛି । ଏହାକୁ ଅନଲକ ୧.୦ କୁହାଯାଇଛି । ପ୍ରଥମ ଫେଜରେ ୮ ଜୁନରୁ ସରକାର ଧାର୍ମିକ ସ୍ଥାନ, ହୋଟେଲ, ରେଷ୍ଟୁରେଂଟ ଓ ହସ୍ପିଟାଲ ସର୍ଭିସ ସହ ଜଡିତ ସ୍ଥାନ, ଶପିଙ୍ଗ ମଲକୁ ଷ୍ଟାଣ୍ଡାର୍ଡ ଅପରେଟିଂଗ ପ୍ରୋସିଜର (SOP) ହିସାବରେ ଖୋଲିବାର କଥା କହିଛନ୍ତି । ୪ ଜୁନକୁ ସରକାର ଏଥିପାଇଁ SOP ଜାରି କରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ SOP ଜାରି କରା ଯାଇଛି ।

ଅଫିସ ପାଇଁ

୧. ଅଫିସ ର ପ୍ରବେଶ ଗେଟରେ ସାନିଟାଇଜର ଡିସ୍ପେଂସର ରହିବା ଜରୁରୀ ଅଟେ । ଏଠି ଥର୍ମାଲ ସ୍କ୍ରୀନିଂଗ ବି ସୁବିଧା ଥିବା ଜରୁରୀ ଅଟେ ।

୨. କେବଳ ସେହି ଲୋକମାନଙ୍କୁ ଅଫିସରେ ଆସିବାକୁ ଅନୁମତି ଦିଆଯିବ, ଯେଉଁମାନଙ୍କ ମଧ୍ୟରେ କରୋନା ଭାଇରସର ଲକ୍ଷଣ ଦେଖାଯିବ ନାହିଁ ।

୩. କଂଟେନମେଂଟ ଜୋନରେ ଥିବା ଅଫିସ ର କୌଣସି ବି ଷ୍ଟାଫ ଅଫିସ ଆସି ପାରିବେ ନାହିଁ ।

୪. ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ପୂର୍ବରୁ କୌଣସି ରୋଗର ସାମ୍ନା କରିସାରିଥିବା କର୍ମଚାରୀମାନଙ୍କୁ ସମ୍ଭବତଃ ୱାର୍କ ଫ୍ରମ ହୋମ କରନ୍ତୁ ।

୫. ମାସ୍କ ଲଗାଇ ଆସୁଥିବା ବ୍ୟକ୍ତିକୁ ହିଁ ଅଫିସରେ ଏଣ୍ଟ୍ରି ଦିଅନ୍ତୁ ।

୬. ଭିଡିଓ କନ୍ଫ୍ରେଂସିଂଗ ଜରିଆରେ ମିଟିଙ୍ଗ କରନ୍ତୁ ।

ଧାର୍ମିକ ସ୍ଥାନ ପାଇଁ

୧. ମାସ୍କ ପିନ୍ଧିଲେ ହିଁ ପ୍ରବେଶ କରି ପାରିବେ ।

୨. ଲୋକମାନେ ନିଜର ଜୋତା ଚପଲ, ଗାଡିରେ ହିଁ ରଖି ଆସନ୍ତୁ ।

୩. ପାର୍କିଂଗ ଓ ମନ୍ଦିର ପରିସରରେ ସାମାଜିକ ଦୂରତା ନିୟମର ପାଳନ କରନ୍ତୁ ।

୪. ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ଦ୍ଵାର ଥିବା ଦରକାର ।

୫. ମନ୍ଦିର ଭିତରକୁ ଆସିବା ପୂର୍ବରୁ ସାବୁନରେ ହାତ ଧୋଇ ପ୍ରବେଶ କରନ୍ତୁ ।

୬. ମନ୍ଦିରର ସମ୍ଭବତଃ କିଛି ବସ୍ତୁକୁ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ ।

୭. ବହୁତ ସଂଖ୍ୟାରେ ଲୋକମାନଙ୍କ ଜମା ହେବାକୁ ବର୍ତ୍ତମାନ ପ୍ରତିବନ୍ଧ ରଖା ଯାଇଛି ।

୮. ମନ୍ଦିରର ପରିସରକୁ ବାରମ୍ବାର ପାଣିରେ ଧୋଇବା ଜରୁରୀ ଅଟେ ।

ରେଷ୍ଟୁରାଣ୍ଟ ପାଇଁ

୧. ଟେକଅୱେକୁ ବଢାଇ ଦିଆ ଯାଉ । ଫୁଡ ଡେଲିଭରି ବୟ କବାଟ ପାଖରେ ହିଁ ପ୍ୟାକେଟ ଛାଡି ଦେଇ ଆସନ୍ତୁ ।

୨. ହୋମ ଡେଲିବରି କରୁଥିବା ବ୍ୟକ୍ତିମାନଙ୍କ ଥର୍ମଲ ସ୍କ୍ରିନିଂଗ ହେବ ।

୩. କାମ କରୁଥିବା ଷ୍ଟାଫମାନଙ୍କ ପାଇଁ ଫେସମାସ୍କ ହେବା ଜରୁରୀ ଅଟେ ।

୪. ୬ ଫୁଟର ଦୂରତା ରଖା ଯାଉ । ଭିଡ କରନ୍ତୁ ନାହିଁ ।

୫. ରୋଷେଇ ଘରେ ସାମାଜିକ ଦୂରତା ନିୟମର ପାଳନ ହେଉ । ଏଠି କାମ କରୁଥିବା ଲୋକମାନଙ୍କୁ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବା ଜରୁରୀ ଅଟେ ।

ହୋଟେଲ ପାଇଁ

୧. ହୋଟେଲରେ ଆସୁଥିବା ଗେସ୍ଟମାନଙ୍କର ଟ୍ରାଭେଲ ଇତିହାସ, ମେଡିକାଲ କଣ୍ଡିସନ ଜାଣିବା ପାଇଁ ରିସିପ୍ସନ ପର ଫର୍ମ ଭର୍ତ୍ତି କରାଯିବ ।

୨. ଅଧିକରୁ ଅଧିକ କାମ ଅନ୍ଲାଇନ ହେବ ।

୩. ଲଗେଜକୁ ଲଗେଜ ରୁମକୁ ନେଇ ଯିବା ପୂର୍ବରୁ ସାନିଟାଇଜ କରାଯିବ ।

ମଲ ପାଇଁ

୧. ଭିଡକୁ ନିୟନ୍ତ୍ରିତ କରିବା ପାଇଁ ଷ୍ଟାଫର ବ୍ୟବସ୍ଥା ରହିବ ।

୨. ପ୍ରବେଶ ଓ ପ୍ରସ୍ଥାନର ଦ୍ଵାର ଅଲଗା ଅଲଗା ଥିବା ଦରକାର ।

୩. ଲିପ୍ଟରେ ସମ୍ଭବତଃ କାମରୁ କମ ଲୋକମାନେ ଯାଆନ୍ତୁ ।

୪. ଫୂଡ କୋର୍ଟରେ ୫୦ ପ୍ରତିଶତ ଲୋକମାନଙ୍କ ବସିବା ପାଇଁ ବ୍ୟବସ୍ଥା ହେବ ।

୫. ପିଲାମାନଙ୍କ ଖେଳିବା ସ୍ଥାନ ବନ୍ଦ ରହିବ ।

୬. ମଲ ଭିତରେ ସିନେମା ହଲ ବନ୍ଦ ରହିବ ।

୭. ଯଦି କୌଣସି କରୋନା ରୋଗୀ ନଜର ଆସୁଛନ୍ତି, ତେବେ ସଙ୍ଗେ ସଙ୍ଗେ ତାକୁ ଆଇସୋଲେଟ କରାଯିବ ଓ ମେଡିକାଲ ସୁବିଧା ପାଇଁ ଫୋନ କରାଯାଉ ।

ସମସ୍ତ ସ୍ଥାନରେ କେତେକ ସାଧାରଣ ନିୟମ ଅଛି, ଯାହାକୁ ସମସ୍ତେ ପାଳନ କରିବାକୁ ବାଧ୍ୟ ଅଟନ୍ତି ।