ରବିବାରର ରାଶିଫଳ 7 ଜୁନ 2020, ଆଜି ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଏହି ୪ଟି ରହିବେ ଭାଗ୍ୟଶାଳୀ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଭାଇମାନଙ୍କ ସହିତ ଭଲ ସମ୍ବନ୍ଧ ରହିବ । ପରିବାରରେ ଆନନ୍ଦମୟ ପରିସ୍ଥିତି ରହିବ । ମାତାଙ୍କ ସହଯୋଗ ପ୍ରାପ୍ତ ହେବ । ଧନ ସମ୍ବନ୍ଧିତ କାର୍ଯ୍ୟରେ ସମସ୍ୟା ଆସିପାରେ । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଦୂରେଇ ଯିବ । ପୁରୁଣା ନିବେଶ କାରଣରୁ ଆୟରେ ଉନ୍ନତି ଆସିବ । ସ୍ଥାନ ପରିବର୍ତ୍ତନ ଦ୍ଵାରା ଲାଭ ମିଳିପାରେ । ଯୋଗ୍ୟତା ପ୍ରମାଣିତ କରିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡିପାରେ । ଆପଣ ପ୍ରସନ୍ନ ରହିବେ ।

ବୃଷ

ଆଜିର ଦିନ ଶୁଭ ଅଟେ । ମନ ପ୍ରସନ୍ନ ରହିବ । ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାର ସଂକେତ ମିଳିବ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆତ୍ମବିଶ୍ଵାସରେ ଉନ୍ନତି ଆସିବ । ଅପଶବ୍ଦ କୁହନ୍ତୁ ନାହିଁ । କାହାର ବି ଅପମାନ କରନ୍ତୁ ନାହିଁ । ଆପଣଙ୍କ ଭାଗ୍ୟ କମଜୋର ରହିବ ଓ ଆପଣଙ୍କ ସମସ୍ତ କାର୍ଯ୍ୟ ଖରାପ ହୋଇପାରେ । କୌଣସି ମହିଳା ମିତ୍ର ଠାରୁ ଆପଣଙ୍କୁ ବିଶେଷ ସାହାର୍ଯ୍ୟ ମିଳିବ । ନୂତନ ବସ୍ତୁ କ୍ରୟ କରିବାର ଯୋଗ ଅଛି ।

ମିଥୁନ

ମନରେ ସ୍ଥିରତା ଆସିବ । କାର୍ଯ୍ୟ କରିବା ପାଇଁ ରୁଚି ବଢିବ । କାର୍ଯ୍ୟରେ କିଛି ଅସ୍ଥିରତା ଆସିବ କିନ୍ତୁ ଆପଣ ଏହାକୁ ଦୂର କରିବାରେ ସଫଳ ହେବେ । ପରିବାରରେ ବିବାଦ ଦେଖା ଯାଇ ପାରେ । କୌଣସି ସମ୍ପର୍କୀୟଙ୍କ ସହ ସାକ୍ଷାତ ହୋଇପାରେ । ଯାହା ଦ୍ଵାରା ଆପଣ ପ୍ରସନ୍ନ ହୋଇଯିବେ । ଘର ପରିବାରରେ ସୁଖମୟ ପରିସ୍ଥିତି ଆସିବ । ଆଜି ଆପଣଙ୍କ ଭୟ ଦୂର ହୋଇଯିବ । ନିଜ ପ୍ରିୟଙ୍କ ଠାରୁ ଦୂରେଇ ଯାଇ ପାରନ୍ତି । ଶୀଘ୍ରତାର ସହ କାମ କରିଲେ ଅସଫଳ ହେବେ ।

କର୍କଟ

ଆଜିର ଦିନ ଶୁଭ ଅଟେ । ମନରେ ବିଶ୍ଵାସ ରହିବ । କାର୍ଯ୍ୟକୁ ଆତ୍ମବିଶ୍ଵାସ ଦ୍ଵାରା ପୂର୍ଣ କରିବାରେ ସଫଳତା ମିଳିବ । ଶତ୍ରୁମାନଙ୍କୁ ପରାସ୍ତ କରିବେ । ଜୀବନସାଥିଙ୍କ ଠାରୁ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରନ୍ତୁ ନାହିଁ । ବ୍ୟାପାରରେ ଉନ୍ନତି କରିବେ । ଅଧିକାରୀମାନେ ନିଜର ମହତ୍ଵପୂର୍ଣ କାର୍ଯ୍ୟ ଉପରେ ଚର୍ଚା କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସରଳ ସ୍ଵଭାବ କାର୍ଯ୍ୟ କରିବା ଦ୍ଵାରା ଭଲ ପରିଣାମ ମିଳିବ ।

ସିଂହ

ଆଜିର ଦିନ ଶୁଭ ନୁହେଁ । କିଛି ନିଷ୍ପତି ସଠିକ ପ୍ରମାଣିତ ହେବ । ମାଙ୍କ ବିଚାରକୁ ସମ୍ମାନ କରନ୍ତୁ ଏବଂ ବିବାଦ କରନ୍ତୁ ନାହିଁ । ବ୍ୟାପାରରେ ପ୍ରତିସ୍‍ପର୍ଧା ବଢିବା ଦ୍ଵାରା ମନରେ ଅସ୍ଥିରତା ଆସିବ । ସମ୍ପତ୍ତି ମାମଲାରେ ଥିବା ସମସ୍ତ ସମସ୍ୟା ଦୂର ହୋଇପାରେ । ଅଧିକାରୀ କ୍ରୋଧିତ ହୋଇ ପାରନ୍ତି । ହାଡ ସହ ଜଡିତ କୌଣସି ରୋଗର ଶିକାର ହୋଇ ପାରନ୍ତି । ଚିନ୍ତାକୁ ନଜରଅନ୍ଦାଜ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ପିତାଙ୍କ ଉପଦେଶ ନିଅନ୍ତୁ ।

କନ୍ୟା

ସବୁ ପରିସ୍ଥିତିରେ ସଠିକ ନିଷ୍ପତି ନେବେ । ସଫଳତା ମିଳିବା ପରେ ଅଧିକ ଗର୍ବ କରନ୍ତୁ ନାହିଁ । ଟଙ୍କାରେ ସ୍ଥାଯିତ୍ୱ ପ୍ରାପ୍ତ ହେବ । ଘର ପରିବାରରେ ଖୁସିର ପରିବେଶ ରହିବ । ବ୍ୟାପାରରେ ଭଲ ଲାଭ ହୋଇପାରେ । ସନ୍ତାନଙ୍କ ବିବାହ ଓ ଶିକ୍ଷା ଓ କ୍ୟାରିୟରକୁ ନେଇ ଚିନ୍ତା ହୋଇ ପାରେ । ଏହିଭଳି ଗତିବିଧିରେ ସାମିଲ ହୁଅନ୍ତୁ ଯେଉଁ କାର୍ଯ୍ୟ ରୋମାଞ୍ଚକ ହୋଇଥିବ ଓ ଯାହା ଆପଣଙ୍କୁ ଶାନ୍ତି ପ୍ରଦାନ କରୁଥିବେ । ଆଜି ଆପଣଙ୍କ ଦୁଖ ବରଫ ଭଳି ତରଲି ଯିବ ।

ତୁଳା

ଆଜିର ଦିନ ସାମାନ୍ୟ ଅଟେ । ମନରେ ଚିନ୍ତା ବଢିବ । କାର୍ଯ୍ୟ କରିବା ପଛରେ ଅଧିକ ଊର୍ଜା ଅନୁଭବ ହେବ । ସଠିକ ନିଷ୍ପତି ନ ନେବା କାରଣରୁ କାର୍ଯ୍ୟ ପ୍ରତି ଉଦାସୀନତା ରହିବ । ଧନ ସମ୍ବନ୍ଧିତ ସମସ୍ୟା ବଢିବ । ଆଧ୍ୟାତ୍ମ ଓ ଦର୍ଶନ ପ୍ରତି ରୁଚି ବଢିବ । ଘରେଲୁ ସମସ୍ୟାକୁ ସହଜରେ ସମଧାନ କରି ପାରିବେ । ଯାତ୍ରା କରିବା ସମୟରେ ମହତ୍ଵପୂର୍ଣ ବ୍ୟକ୍ତି ସହ ସାକ୍ଷାତ ହୋଇପାରେ । ଆପଣଙ୍କୁ ବହୁତ ସମୟ ହେବ ଚାଲୁଥିବା ରୋଗରୁ ମୁକ୍ତି ମିଳିପାରେ ।

ବିଚ୍ଛା

ଆଜିର ଦିନ ଶୁଭ ଅଟେ ମନରେ ଆତ୍ମବିଶ୍ଵାସ ରହିବ । ମନ ପ୍ରସନ୍ନ ରହିବ ଓ ମସ୍ତିଷ୍କ ସକ୍ରିୟ ରହିବ । କାର୍ଯ୍ୟ କରିବାର କ୍ଷମତା ବଢିବ ଓ ପୁରୁଣା ଯୋଜନାରେ ଆଜି କାର୍ଯ୍ୟ ଆରମ୍ଭ କରିବେ । ଅଟକିଥିବା କାର୍ଯ୍ୟ ସହଜରେ ସମ୍ପୂର୍ଣ ହୋଇଯିବ । ଜ୍ଞାନବର୍ଦ୍ଧକ ବିଷୟ ଉପରେ ରୁଚି ବଢିବ । ଖାଦ୍ୟପାନ ପ୍ରତି ରୁଚି ବଢିବ । ଲୋକମାନଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଆଜି ଆପଣ ନିଜକୁ ଏକୁଟିଆ ମନେ କରିବେ । ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ ।

ଧନୁ

ମିତ୍ର ସାହାର୍ଯ୍ୟକାରୀ ପ୍ରମାଣିତ ହେବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ରକ୍ତ ସମ୍ବନ୍ଧିତ ସମସ୍ୟା ଆସିପାରେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥିଙ୍କ ସହ ବିବାଦ ହେବାର ସଂକେତ ମିଳିପାରେ । ଗାଡିର ପ୍ରୟୋଗ ସାବଧାନ ହୋଇ କରନ୍ତୁ । କୌଣସି ପୁରୁଣା ମିତ୍ର ସହ ସାକ୍ଷାତ ହେବାର ସମ୍ଭାବନା ବି ଅଛି । ନିଜର ପ୍ରିୟର ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନରେ ସୁଧାର ଆଣି ପାରିବେ ।

ମକର

ଧର୍ଯ୍ୟ ରଖନ୍ତୁ । ନିଜର କଠୋର ବଚନ ଉପରେ କାବୁ ରଖନ୍ତୁ । ଅଧିକାରୀମାନଙ୍କ ସହ ମିତ୍ରପୂର୍ଣ ସମ୍ବନ୍ଧ ରହିବ । ପିତାଙ୍କ ସହ ମତଭେଦ ହୋଇପାରେ । ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ନିଜର ଜିନିଷ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଛୋଟ ଭାଇ ଭଉଣୀଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ପରିବାର ଠାରୁ ସମ୍ମାନ ମିଳିବ । ଜୀବନସାଥିଙ୍କ ତରଫରୁ ବହୁତ ବଡ ଶୁଭ ଖବର ମିଳିପାରେ । ଘରେ କୌଣସି ଶୁଭ ଖବର ଆସିପାରେ ।

କୁମ୍ଭ

ଜୀବନସାଥିଙ୍କ ସହ ବିଚାର ବିମର୍ଶ କରନ୍ତୁ । ନୂଆ ଯୋଜନା ସଫଳ ହେବ । ଆଜି ଲୋକମାନଙ୍କ ସହ ମିଶି କୌଣସି କାର୍ଯ୍ୟରେ ଆଗକୁ ବଢିବେ । ଯାହାକୁ ଆପଣ ପସନ୍ଦ କରୁଛନ୍ତି ତାକୁ ନିଜର ମନ କଥା କହିବାରେ ଆପଣ ସଫଳ ହେବେ । ଅନ୍ୟ ଲୋକମାନଙ୍କୁ ରାଜି କରିବା ପାଇଁ ଆଜିର ଦିନ ବହୁତ ଶୁଭ ଅଟେ । ସ୍ଥାୟୀ ସମ୍ପତ୍ତିର ଭଲ ଯୋଗ ଅଛି ଏବଂ ଚାକିରିରେ ପଦୋନ୍ନତିର ଯୋଗ ଅଛି । ଜୀବନସାଥିଙ୍କ ସହିତ ସାମଞ୍ଜସ୍ୟ ରହିବ ।

ମୀନ

ପ୍ରାପ୍ତ ହୋଇଥିବା ଟଙ୍କା ଆପଣଙ୍କ ଆଶା ଅନୁସାରେ ହେବ ନାହିଁ । ଭାଇମାନଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ପିତାଙ୍କ ଉପଦେଶକୁ ସମ୍ମାନ କରନ୍ତୁ । ଆଜି ଆପଣଙ୍କୁ କିଛି ପ୍ରମାଣିତ କରିବାକୁ ପଡିପାରେ । ସମାନ ଓ ଘର ପରିବାରରେ ଆପଣଙ୍କ ମାନ ସମ୍ମାନ ବହୁତ ବଢିବ । ଚାକିରି କରୁଥିବା ଲୋକମାନଙ୍କ ପଦୋନ୍ନତିର ଯୋଗ ଅଛି । ବ୍ୟବସାୟରେ ବୁଦ୍ଧି ଆସିବ । ଧନ ସମ୍ବନ୍ଧିତ ସମସ୍ୟା ସମଧାନ ହୋଇଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।