ସରକାର ଆଣିଛନ୍ତି ଏହି ଖାସ ସ୍କିମ: ଏବେ ଶସ୍ତାରେ କିଣିବେ ସୁନା, କେବଳ କରିବାକୁ ହେବ ଏହି କାମ

କରୋନା ଭାଇରସ ପାଇଁ ସାର ଦେଶରେ ଲକଡାଉନ ଚାଲିଛି । ଏହି ସମୟରେ ମୋଦୀ ସରକାର ଙ୍କର ଏକ ଖାସ ସ୍କିମ ତିଆରି କରାଯାଇଛି ଯାହାଦ୍ୱାରା ଆପଣ ଘରେ ବସି ମଧ୍ୟ ଶସ୍ତାରେ ସୁନା କିଣି ପାରିବେ । କେନ୍ଦ୍ର ସରକାର ୧୧ ମେ ଠାରୁ ସାବରେନ ଗୋଲ୍ଡ ବଣ୍ଡ ସ୍କିମ ୨୦୨୦-୨୧ ସିରିଜ ଜାରି କରିବାକୁ ଯାଉଛନ୍ତି । ସରକାର ଙ୍କ ତରଫରୁ ସାବରେନ ଗୋଲ୍ଡ ବଣ୍ଡ ପାଇଁ ପ୍ରତି ଗ୍ରାମ ପ୍ରତି ୪୫୯୦ ଠିକ କରିଛନ୍ତି ।

୧୧ ଠାରୁ ୧୫ ମେ ୨୦୨୦ ପର୍ଯ୍ୟନ୍ତ ନିଅନ୍ତୁ ଲାଭ

ଏହି ସ୍କିମ କେବଳ ଚାରି ଦିନ ବା ୧୧ ଠାରୁ ୧୫ ମେ ୨୦୨୦ ପର୍ଯ୍ୟନ୍ତ ହିଁ ଏହି ଶୁଳ୍କ ଖୋଲା ରହିବ । ପ୍ରଥମ ପର୍ଯ୍ୟାୟରେ ଦାମ ୪୬୩୯ ଟଙ୍କା ପ୍ରତି ଗ୍ରାମ ପିଛା ଥିଲା । ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ଗତ ମାସରେ କହିଥିଲା କି ସରକାର ୨୦ ଏପ୍ରିଲ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସାବରେନ ଗୋଲ୍ଡ ବଣ୍ଡ ଜାରି କରିବେ ।

ନିବେଶକଙ୍କୁ ମିଳିବ ଅତିରିକ୍ତ ରିହାତି

କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏହି ସ୍କିମକୁ ରିଜର୍ବ ବ୍ୟାଙ୍କ ଜାରି କରିବ । ଅନଲାଇନ ଦ୍ଵାରା ଗୋଲ୍ଡ ବଣ୍ଡ କିଣୁଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ପ୍ରତି ଗ୍ରାମ ପିଛା ୫୦ଟଙ୍କା କମ କରି ଦିଆଯିବ । ଏମିତି ନିବେଶକଙ୍କ ପାଇଁ ସାବରେନ ଗୋଲ୍ଡ ବଣ୍ଡ ର ଦାମ ପ୍ରତି ଗ୍ରାମ ପିଛା ୪୫୪୦ ଟଙ୍କା ହେବ ।

ସାବରେନ ଗୋଲ୍ଡ ବଣ୍ଡ ଯୋଜନା କଣ ଅଟେ ?

ଏହି ଯୋଜନାକୁ ପ୍ରଥମେ ୨୦୧୫ ମସିହା ନଭେମ୍ବର ମାସରୁ ଆରମ୍ଭ କରାଯାଇ ଥିଲା । ଯାହାର ଉଦେଶ୍ୟ ହେଉଛି ଫିଜିକାଲ ଗୋଲ୍ଡର ଚାହିଦା ହ୍ରାସ କରିବା ଏବଂ ସୁନା କିଣିବା ସମୟରେ ବ୍ୟବହାର ହେଉଥିବା ଘରୋଇ ସଞ୍ଚୟର ବ୍ୟବହାର ଆର୍ଥିକ ସଞ୍ଚୟ ରେ କରିବା । ଯଦି ଆପଣ ସୁନାକୁ ଘରେ ନରଖି ସାବରେନ ଗୋଲ୍ଡ ବଣ୍ଡ ସ୍କିମରେ ରଖିବେ ତାହେଲେ ଆପଣଙ୍କର ଟ୍ୟାକ୍ସକୁ ବି ବଞ୍ଚାଇ ପାରିବେ । ସାବରେନ ଗୋଲ୍ଡ ବଣ୍ଡ କୁ ଗ୍ରାହକମାନେ ବ୍ୟାଙ୍କ, ନେସନାଲ ଷ୍ଟକ ଏକ୍ସଚେଞ୍ଜ ଏବଂ ପୋଷ୍ଟ ଅଫିସ ରୁ ବି କିଣି ପାରିବେ ।

କେବେ କେବେ ଜାରି ହେବ ଗୋଲ୍ଡ ବଣ୍ଡ ?

ଦିତୀୟ ପର୍ଯ୍ୟାୟ – ୧୧ ମେ ଠାରୁ ୧୫ ମେ ପର୍ଯ୍ୟନ୍ତ

ତୃତୀୟ ପର୍ଯ୍ୟାୟ – ୮ ଜୁନ ଠାରୁ ୧୨ ଜୁନ ପର୍ଯ୍ୟନ୍ତ

ଚତୁର୍ଥ ପର୍ଯ୍ୟାୟ – ୬ ଜୁଲାଇ ଠାରୁ ୧୦ ଜୁଲାଇ ପର୍ଯ୍ୟନ୍ତ

ପଞ୍ଚମ ପର୍ଯ୍ୟାୟ – ୩ ଅଗଷ୍ଟ ଠାରୁ ୭ ଅଗଷ୍ଟ ପର୍ଯ୍ୟନ୍ତ

ଷଷ୍ଠ ପର୍ଯ୍ୟାୟ – ୩୧ ଅଗଷ୍ଟ ଠାରୁ ନେଇ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।