ସରକାର କାହିଁକି ଅନଲିମିଟେଡ ଟଙ୍କା ଛପାନ୍ତି ନାହିଁ, ଏହା ପଛରେ ରହିଛ ଏହି ବିଶେଷ କାରଣ

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଟଙ୍କା ଦରକାର । ଏମିତିରେ ସରକାର ଯଦି ଚାହିଁବ ତେବେ ବହୁତ ମାତ୍ରାରେ ଟଙ୍କା ପ୍ରିଣ୍ଟ କରି ଲୋକମାନଙ୍କୁ ଦେଇ ପାରିବେ । କିନ୍ତୁ ସରକାର କାହିଁକି ଏହିଭଳି କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ କହିବୁ । ଏହା ଛଡା ଆଜି ଆମେ ଆପଣଙ୍କୁ କହିବୁ କି ଟଙ୍କା ଛପାଇବା ମେସିନ ଭାରତର କେଉଁ ସ୍ଥାନରେ ଅଛି । ଏଥିପାଇଁ ଯେଉଁ ପେପର ଦରକାର ହୁଏ ତାହା କେଉଁ ସ୍ଥାନରୁ ଆସୁଛି ।

ଖରାପ ନୋଟକୁ ସେମାନେ କଣ କରିଥାନ୍ତି । ଟଙ୍କା ଆମ ପାଖକୁ କିପରି ଆସିଥାଏ । କେଉଁଠାରୁ ଆସୁଛି ଏହି ପେପର ଓ ସ୍ୟାହି । ଏହାକୁ ଛପାଇବା ପାଇଁ କେତେ ଟଙ୍କା ଖର୍ଚ ହୋଇଥାଏ । ଏହି ସମସ୍ତ ପ୍ରଶ୍ନର ଜବାବ ଆଜି ଆମେ ଆପଣଙ୍କୁ ଦେବୁ ।

ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଆମକୁ ଏକ ଫରମୁଲା ଜାଣିବାକୁ ପଡିବ । ଯେ କୌଣସି ବି ଦେଶରେ ତିଆରି ହେଉଥିବା ଜିନିଷ ଓ ସେବା ସେହି ଦେଶରେ ବର୍ତ୍ତମାନର ଟଙ୍କା ସହିତ ସହ ସମାନ ହୋଇଥାଏ । ଏହି ଜିନିଷକୁ ଆମେ ଆପଣଙ୍କୁ ଏକ ଉଦାହରଣ ସ୍ୱରୂପ କହିଦେଉଛୁ । ମାନି ନିଅନ୍ତୁ କି ସରକାର ବହୁତ ଟଙ୍କା ଛାପି ଦେଲେ ଓ ଏହା ପରେ ଲୋକଙ୍କ ପାଖରେ ବହୁତ ଟଙ୍କା ହୋଇଗଲା, ବର୍ତ୍ତମାନ ଆପଣ ବଜାରକୁ ଏକ କ୍ରୀମ କ୍ରୟ କରିବାକୁ ଯିବେ ଜାହର ମୂଲ୍ୟ ଥିବ ୫୦ ଟଙ୍କା ହେଲେ ସେ ତାକୁ ସେହି ମୂଲ୍ୟରେ ଦେବ ନାହିଁ ।

କାରଣ ଯେହେତୁ ତା ପାଖରେ ବହୁତ ଟଙ୍କା ଅଛି । ସେଥିପାଇଁ ସେ ତାକୁ ବିକ୍ରି କରିବା ପରିବେର୍ତ୍ତେ ତାହର ଅସଲ ମୂଳରେ ଦେବ ନାହିଁ ଓ ସେ ତାକୁ ଅଧିକା ମୂଲ୍ୟରେ ବିକ୍ରି କରିବ । ଏହିଭଳି ସବୁ ଜିନିଷର ଦାମ ବଢିବାରେ ଲାଗିବ । ସେଥିପାଇଁ ଦେଶରେ ସବୁ ଜିନିଷର ଦାମ ନ ବଢିବ ସେଥିପାଇଁ ସରକାର ବହୁତ ଟଙ୍କା ଛପାନ୍ତି ନାହିଁ । ଆମ ଦେଶରେ ଟଙ୍କା ଛାପିବାର ମେସିଁନ ଏମପିର ଦେବାସ, ସାଲବୋନୀ, ମେସୁର, ନାସିକରେ ଅଛି ।

ଦେବାସରେ ସ୍ୟାହି ଓ ୧୦, ୫୦ ଓ ୫୦୦ ନୋଟ ତିଆରି ହୋଇଥାଏ । ମେସୁରରେ ୨୦୦୦ ନୋଟ ଛପା ଯାଇଥାଏ । ଆମେ ଆପଣଙ୍କୁ କହିଦେଉଛୁ କି ଦେବାସରେ ଗୋଟିଏ ବର୍ଷ ୨୬୫ କୋଟି ନୋଟ ଛପାଯାଏ । ଏହା ଛଡା ଆମ ଦେଶରେ ଗୋଟିଏ ପେପର ମିଲ, ୪ଟି ବ୍ୟାଙ୍କ ନୋଟ ପ୍ରେସ ଓ ୪ଟି ଟକସାଲ ମିଲ ଅଛି । ଏହି ଟକସାଲ ମିଲ ଦେଶର ୪ ଟି ସ୍ଥାନରେ ଅବସ୍ଥିତ । ସେ ସ୍ଥାନ ଗୁଡିକ ହେଉଛି ମୁମ୍ବାଇ, ହାଇଦ୍ରାବାଦ, ନୋଏଡା ଓ କୋଲକାତା ।

ନୋଟ ଛାପିବା ପାଇଁ ପେପର ହୁସଙ୍ଗାବାଦ ଓ ବିଦେଶରୁ ଆମଦାନୀ କରାଯାଏ । ଭାରତୀୟ ନୋଟ ପେପର ୩ ଟି ଜାଗାରେ ପେପର ବ୍ୟବହାର କରାଯାଏ । ସେ ଗୁଡିକ ହେଲା ମହାରାଷ୍ଟ୍ରର କରେନସି ନୋଟ, ପେପର ଏମପିର ହୁସଙ୍ଗାବାଦ ନଗରି ଆସିଥାଏ ଓ କିଛି ପେପରକୁ ବିଦେଶରୁ ଆମଦାନୀ କରାଯାଏ । ଭାରତର ରିଜର୍ବ ବ୍ୟାଙ୍କର ମୋଟ ୧୮ ଟି ଅଫିସ ଅଛି । ସର୍ବ ପ୍ରଥମେ ଏହି ନୋଟ ଗୁଡିକ ଏହି ସମସ୍ତ ୧୮ଟି ଅଫିସରେ ପହଞ୍ଚିଥାଏ ଓ ଏହା ପରେ ଅଲଗା ଅଲଗା ବ୍ୟାଙ୍କକୁ ପଠାଯାଏ ।

ଯଦି ଖରାପ ନୋଟ ବିଷୟରେ କହିବା ତେବେ ପ୍ରଥମେ ଖରାପ ନୋଟକୁ ବ୍ୟାଙ୍କରେ ଜମା କରାଯାଏ । ଏହା ପରେ ଏହି ନୋଟ ଗୁଡିକୁ ମୁଖ୍ୟ କାର୍ଯ୍ୟଳୟକୁ ପଠା ଯାଏ  । ଯେଉଁଠି ଏହି ନୋଟ ଗୁଡିକର ଯାଞ୍ଚ କରାଯାଏ ଓ ଏହାକୁ ପୂଣିଥରେ ପ୍ରିଣ୍ଟ କରାଯାଏ । ମଧ୍ୟପ୍ରଦେଶର ହୃସଙ୍ଗାବାଦରେ ଏକ ପେପର ମିଲ ଅଛି । RBI ୧ ଟଙ୍କା ନୋଟ ଛାଡି ଆଉ ସମସ୍ତ ନୋଟ ପ୍ରିଣ୍ଟ କରିଥାଏ । ୨୦୦ ଟଙ୍କା ଛପାଇବାକୁ ୨.୯୩ ପଇସା, ୫୦୦ଟଙ୍କା ନୋଟ ପାଇଁ ୨.୯୪ ପଇସା ଓ ୨୦୦୦ ନୋଟ ପାଇଁ ୩.୫୪ ପଇସା ଖର୍ଚ ହୋଇଥାଏ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।