ସରଗରୁ ଆସିଲା ଟୋକାଟିଏ ତା’ ମୁଣ୍ଡରେ ଟୋପି ଟିଏ । ତାହା କ’ଣ ? Odia funny quiz

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।


1- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ । ତାହା କଣ ?
ଉତ୍ତର;- ନିଆଁ ।
2- କାହାର ଜନ୍ମ ଦିନ ପ୍ରତ୍ଯେକ ବର୍ଷ ଆସେ ନାହିଁ ?
ଉତ୍ତର;- ଫେବୃଆରୀ 29 ଅଧିବର୍ଷ ।
3- ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ?
ଉତ୍ତର;- ପିଜୁଳୀ ଗଛ ।
4- ଅନ୍ଦିରେ ସନ୍ଧି ନାହିଁ, ପିଡୁଆ ପଶିଲା କାହିଁ ? ଏହାର ମାନେ କଣ ?
ଉତ୍ତର;- ମଣ୍ଡା ପିଠା ।
5- ସରଗରୁ ଆସିଲା ଟୋକାଟିଏ । ତା’ ମୁଣ୍ଡରେ ଟୋପିଟିଏ ? ଏହାର ଉତ୍ତର କଣ ?
ଉତ୍ତର;- ତାଳ ।


6- ସରଗରୁ ଆସିଲେ ଭାଇ ଭଉଣୀ । ଚୋବେଇ ଗଲେ ବିରି ଗହୁଣୀ । ଏହାର ମାନେ କଣ ?
ଉତ୍ତର;- ଚକିଶୀଳ ।
7- ଆସିଲା ଆଉ ଜଣେ ବ୍ରାହ୍ମଣ, ତା’ ଦେହ ସାରା ଜାଦୁ ପଣ ପଣ । ଏହାର ଉତ୍ତର କଣ ?
ଉତ୍ତର;- ପଣସ ।
8- ଯାଇଥିଲି ଉତ୍ତର । ଦେଖି ଆସିଲି ଫଳ । ଉପରେ ଧରିଅଛି ପତର । ଏହାର ଅର୍ଥ କଣ ?
ଉତ୍ତର;- ସପୁରୀ ।
9- ତୁ ଥିବୁ ଡାଳେ । ମୁଁ ବି ଥିବି ଡାଳେ । ଭେଟାଭେଟି ହେବା ରୋଷେଇ ଶାଳେ । ଏହାର ମାନେ କଣ ?
ଉତ୍ତର;- ମାଛ ଏବଂ ଆମ୍ବ ।
10- ନ ରୁ ଆରମ୍ଭ ନ ରେ ଶେଷ, ଦେଖୁଥାଏ ସାରା ଦୁନିଆ ଦୃଶ୍ୟ । ତାର ନାମ ଟି କଣ ?
ଉତ୍ତର;- ନୟନ ।
11- ଗୋଟିଏ ରୁମାଲର 4 ଟି କୋଣ । ଗୋଟିଏ କୋଣ କାଟିଦେଲେ ଆଉ ରହିବ କେତେ କୋଣ ?
ଉତ୍ତର;- 5 ଟି ।
12- ତାହା କେଉଁ ଜିନିଷ ଯାହାକୁ ପୁରୁଷ ମାନେ ଲୁଚେଇକି ଚାଲନ୍ତି, କିନ୍ତୁ ମହିଳା ମାନେ ଦେଖେଇକି ଚାଲନ୍ତି । ତାହା କଣ ?
ଉତ୍ତର;- ପର୍ସ ।


ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଏହିଭଳି ମଜାଳିଆ ମଜାଳିଆ ଢଗଢମାଳୀ ପୋଷ୍ଟ ପଢିବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।