ମଙ୍ଗଳବାର ଦିନ ଏହି ବିଶେଷ କାମ କରିବା ଦ୍ଵାରା ଭାଗ୍ୟ ବଦଳିଯିବ… Anuchinta

ବନ୍ଧୁଗଣ ଶାସ୍ତ୍ରରେ ପ୍ରତ୍ଯେକ ଦିନ ଓ ବାରର ମହତ୍ଵ ବିଷୟରେ କୁହାଯାଇଅଛି । ପ୍ରତ୍ଯେକ ଦିନର କିଛି ନା କିଛି ବିଶେଷତା ରହିଥାଏ । କାରଣ ସେହି ଦିନ କୌଣସି ଭଗବାନ ବା ଗ୍ରହ ସହ ଜଡିତ ହୋଇ ରହିଥାଏ । ମଙ୍ଗଳବାର ପ୍ରଭୁ ହନୁମାନଙ୍କର ଅତି ପ୍ରିୟ ବାର ହୋଇଥାଏ । ତେବେ ଏହି ମଙ୍ଗଳବାରରେ କଣ କଣ ସବୁ କରିବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ହୋଇଥାଏ ଚାଲନ୍ତୁ ଜାଣିବା ।

1- ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ କରି ପ୍ରଭୁ ବଜରଙ୍ଗୀବାଲୀଙ୍କୁ ସିନ୍ଦୁର ଓ ନାଲି ରଙ୍ଗର ଫୁଲ ଅବଶ୍ୟ ଚଢାନ୍ତୁ । ଏହାଦ୍ବାରା ପଭୁ ପ୍ରସନ୍ନ ହୋଇଥାନ୍ତି । ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ ପ୍ରତି ମଙ୍ଗଳବାର ଦିନ ହୃଦୟରୁ ନିଷ୍ଠା ଓ ଭକ୍ତିର ସହ କରିଥାଏ । ଭଗବାନ ତାହାର ମନବାଞ୍ଛା ଅତି ଶୀଘ୍ର ପୂରଣ କରିଥାନ୍ତି ।

2- ମଙ୍ଗଳବାର ଦିନ ହନୁମାନ ଚାଳିଶାର ଜପ କରିବା ସହ ହନୁମାନ ମନ୍ତ୍ର ମଧ୍ୟ ଜପ କରନ୍ତୁ । ପ୍ରତ୍ଯେକ ମଙ୍ଗଳବାରକୁ ଯେଉଁ ବ୍ୟକ୍ତି ହନୁମାନ ଚାଳିଶାର ପାଠ କରିଥାଏ । ସେହି ବ୍ୟକ୍ତିର ଜୀବନରୁ ସବୁ ଖରାପ ତଥା ନକରାତ୍ମକତା ଶକ୍ତି ଦୂର ହୋଇଯାଇଥାଏ ।

3- ମଙ୍ଗଳବାର ଦିନ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । 4- ମଙ୍ଗଳବାର ଦିନ ପ୍ରଭୁଙ୍କୁ ପାନର ବିଡା ଚଢାନ୍ତୁ । ଏଥିସହ ଚଣା ଓ ଗୁଡର ପ୍ରସାଦ ମଧ୍ୟ ପ୍ରଭୁଙ୍କୁ ଅର୍ପଣ କରିପାରିବେ । ଏହି ଉପାୟ କରିବା ଦ୍ଵାରା ଲୋକଙ୍କୁ ଶାରୀରିକ ବଳ ଓ ବୁଦ୍ଧି ଉଭୟ ପ୍ରାପ୍ତ ହୋଇଥାଏ ।

5- ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ମଙ୍ଗଳଦଶା ରହିଥାଏ । ତେବେ ସେହି ବ୍ୟକ୍ତିକୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ପୂଜା ବିଶେଷ ରୂପେ କରିବାକୁ ପଡିବ । ଯାହା ଫଳରେ ବ୍ୟକ୍ତି ଉପରୁ ମଙ୍ଗଳଙ୍କର ପ୍ରଭାବ କମ ହୋଇଥାଏ ।

6- ମଙ୍ଗଳବାରକୁ ଦେବୀ ପାର୍ବତୀ ଓ ପ୍ରଭୁ ଗଣେଶଙ୍କର ଦିନ ମଧ୍ୟ କୁହାଯାଇଥାଏ । ଏହି ଦିନ ଦେବୀ ମା’ ଙ୍କର ବ୍ରତ ରଖାଯାଇଥାଏ । ମଙ୍ଗଳବାରକୁ ନାଲି ମଶୁର ଡାଲି ଓ ଗୁଡର ଦାନ କରନ୍ତୁ । ଏଥିଦ୍ବାରା ଆପଣଙ୍କୁ ବିଶେଷ ଆଶ୍ରୀବାଦ ମିଳିଥାଏ । ତେବେ ଏହି ସବୁ କାର୍ଯ୍ୟକୁ ଆପଣ ମାନେ ମଙ୍ଗଳବାରକୁ କରିବା ଦ୍ଵାରା ଆପଣ ସାମାଜିକ, ଆର୍ଥିକ ଓ ପାରିବାରିକ ସମସ୍ତ ପ୍ରକାର ସୁଖ ଓ ସୁବିଧା ପାଇପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ବହୁ ମାତ୍ରାରେ ଶେୟାର ମଧ୍ୟ କରନ୍ତୁ । ଏଥିସହ କମେଣ୍ଟରେ ଜୟ ହନୁମାନ ଅବଶ୍ୟ ଲେଖିକି ଆମକୁ ଜଣାନ୍ତୁ ।