ଯେଉଁ ଝିଅଙ୍କର ଛୋଟ ଛୋଟ କଥାରେ ଆଖିରୁ ଲୁହ ଆସିଯାଇଥାଏ… ଏହାର ଅର୍ଥ କଣ ହୋଇଥାଏ ! Anuchinta

ବନ୍ଧୁଗଣ ଏହି ଦୁନିଆରେ ଯିଏ ଜନ୍ମ ନେଇଛି । ସେ ଦିନେ ନା ଦିନେ ଏହି ଦୁନିଆ ଛାଡି ଚାଲିଯିବ । ତାହା ତ ସମସ୍ତେ ଜାଣିଛନ୍ତି । ତେବେ ଯେଉଁ ସମୟ ଏହି ଧରା ପୃଷ୍ଠରେ ଆମେ ମନୁଷ୍ୟ ଭାବେ ଜୀବନ ଜାପନ କରିବା । ସେହି ସମୟକୁ କିପରି ଭଲ ଭାବେ ବିତାଇପାରିବା । ନିଜେ ହସିବା ସହ ଅନ୍ୟ ମୁଖରେ କିପରି ହସ ଫୁଟାଇ ପାରିବା ସେହି ସମ୍ପର୍କରେ ଆଜି ଆପଣଙ୍କୁ କିଛି ମହତ୍ଵପୂର୍ଣ୍ଣ ଅନୁଚିନ୍ତା ବାକ୍ୟ ଦ୍ଵାରା ଜଣାଇବାକୁ ଯାଉଛୁ ।

ପ୍ରେମ ନା ଦୟାରେ ମିଳିଥାଏ ନା ତାକୁ ଯୁଦ୍ଧରେ ଜିତାଯାଇପାରେ । ପ୍ରେମ ତ ବାସ୍ ପ୍ରେମ ରୁ ହିଁ ମିଳିଥାଏ । ସେଥିପାଇଁ କଃ ପଛରେ ପଡି ନିଜକୁ ନଷ୍ଟ କର ନାହିଁ । ଯଦି ପ୍ରେମ ତାଙ୍କ ମନରେ ବି ଥାଏ । ତେବେ ସେ ପ୍ରେମ କେବଳ ତୁମରି ହିଁ ହେବ । ଜୀବନରେ ସମ୍ମାନ କି ପ୍ରତିଷ୍ଠା ଏତେ ସହଜରେ ମିଳିନଥାଏ । ସେହିଭଳି କାମ କରିବାକୁ ପଡିଥାଏ । ସେହିପରି ସୌଭାଗ୍ୟ ଏମିତି ମିଳିଯାଏନି । ତା’ ପାଇଁ ନିଜ ଭାଗ୍ୟକୁ ନିଜେ ଗଢିବାକୁ ପଡେ ।

ଦୂରେଇ ଯାଅ ଏମିତି ବନ୍ଧୁ ଠାରୁ ଯିଏ କେବଳ ସ୍ଵାର୍ଥ ପଡିଲେ ମନେ ପକାନ୍ତି ପୁଣି ସ୍ଵାର୍ଥ ସରିଗଲେ ଏମିତି ଅଲଗା କରିଦିଅନ୍ତି । ଯେମିତି ଘିଅରୁ ମାଛିକୁ ଅଲଗା କରିଦିଆଯାଇଥାଏ । ଅଶାଳୀନ ଅଭଦ୍ର ମଣିଷଙ୍କ ସହ କେବେ ଲଢିବା ଉଚିତ ନୁହେଁ । ଆଉ ଯଦି କେବେ ତାଙ୍କ ସହ ମୁହାଁମୁହିଁ ହୋଇଯାଏ । ସେଠାରେ ହାରିଯିବା ହିଁ ଉଚିତ ହୋଇଥାଏ । କାରଣ ଯେତେ ଭଦ୍ରାମୀ ଦେଖେଇବେ ସେତେ ଅପଦସ୍ତ ହେବେ ।

କୁକୁରର ଯେପରି ଭୁକିବାର କୌଣସି ସ୍ଥାନ, କାଳର ଜ୍ଞାନ ନଥାଏ । ସେହିପରି ଅଭଦ୍ର ମଣିଷଙ୍କର ଝଗଡା କରିବାର କୌଣସି ସ୍ଥାନ, କାଳ ନଥାଏ । କୌଣସି ଗରିବ କି ଅସହାୟ ମଣିଷଙ୍କୁ ସାହାଜ୍ଯ କରିବାରେ କୁଣ୍ଠାବୋଧ କରନ୍ତୁ ନାହିଁ । ହୋଇପାରେ ଭଗବାନ ଆପଣଙ୍କ ସାହାଜ୍ଯରେ ତାଙ୍କୁ ସହାୟ ହେଉଛନ୍ତି ।

ଆବଶ୍ୟକ ମୁତାବକ ସାହାଜ୍ଯ କରନ୍ତୁ । ଏତେ ନୁହେଁ କି କେହି ଆପଣଙ୍କର ଭଲ ଗୁଣର ଫାଇଦା ଉଠାଇବାକୁ ଲାଗିବ । ସର୍ବଦା ନିଜକୁ କୌଣସି ନା କୌଣସି କର୍ମରେ ବ୍ୟସ୍ତ ରଖନ୍ତୁ । କାରଣ ନିଜକୁ ଯେତେ କର୍ମ ଚଞ୍ଚଳ ରଖିବେ ଜୀବନରେ ଦୁଃଖ ସେତେ କମ ରହିବ ।

ଯେଉଁ ଝିଅ କେଇ ପଦ କଥାରେ କାନ୍ଦି ପକାଇ ଥାଏ । ସିଏ କମଜୋର ହୋଇନଥାଏ । ସିଏ କେବଳ ତୁମକୁ ଏ କଥା ଅନୁଭବ କରାଇବାକୁ ଚାହେଁ କି ! ତାଙ୍କ ଜୀବନରେ ତୁମର ମହତ୍ଵ ଅଛି । ସେଥିପାଇଁ ତ ତୁମର କେଇ ପଦ କଥାରେ ତାଙ୍କୁ କଷ୍ଟ ହେଉଛି । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ