ଉପରେ ଝୁଲୁଛି ପୋଷ୍ଟର ଆଉ ତଳେ ସରପଞ୍ଚଙ୍କ ଶବ ! ଏହି ହୃଦୟ ବିଦାରକ ଦ୍ରୁଶ୍ଯ ଦେଖିଲେ ହୃଦୟ କାନ୍ଦିବ ! ଦେଖନ୍ତୁ Video

ବର୍ତ୍ତମାନ ଆପଣଙ୍କୁ ସବୁ ସ୍ଥାନରେ ନିର୍ବଚାନର ରାଲି ଓ ସବୁ ଜାଗାରେ ପୋଷ୍ଟର ଦେଖିବାକୁ ମିଳିବ । ଆସନ୍ତା ନିର୍ବାଚନ କାରଣରୁ ସମସ୍ତେ ଜୋରଶୋରରେ ଏହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି । କେତେକ ସ୍ଥାନରେ ନିର୍ବାଚନକୁ ନେଇ ବିବାଦ ମଧ୍ୟ ଦେଖା ଯାଉଛି । ସମସ୍ତେ ନିଜର ନିଜର ପ୍ରାର୍ଥୀକୁ ଜୟଯୁକ୍ତ କରିବା ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି । କେବଳ ଗାଁରେ ନୁହେଁ ସହର ମଧ୍ୟ ନିର୍ବାଚନର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।

କିନ୍ତୁ ଏହା ମଧ୍ୟରେ ନିର୍ବାଚନ ସହ ଜଡିତ ଗୋଟିଏ ଦୁଃଖ ଭରା ଖବର ସାମ୍ନାକୁ ଆସିଛି । ସରପଞ୍ଚ ପ୍ରାର୍ଥୀରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ଅଚାନକ ମୃତ୍ୟୁ ହୋଇ ଯାଇଛି । ଉପରେ ତାଙ୍କର ପୋଷ୍ଟର ଝୁଳୁଛି ଓ ତଳେ ତାଙ୍କର ଶବ ପଡିଛି । ଯାହାକି ଆହୁରି ଅଧିକ କଷ୍ଟ ଦେଉଛି । ଭୋଟ ପୂର୍ବରୁ ହିଁ ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ ଚାଲି ଯାଇଛି । କୁହାଯାଉଛି କି ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ବରଗଡ ଜିଲ୍ଲାର ଗୋବିନ୍ଦପୁର ଗାଁରେ ସରପଞ୍ଚ ପ୍ରାର୍ଥୀ ରୂପରେ ବାଲ୍ମୀକି ପ୍ରଧାନ ସୂର୍ଯ୍ୟ ଚିହ୍ନରେ ଛିଡା ହୋଇଥିଲେ । ସେ ନିଜ ଗାଁର ଉନ୍ନତି କରିବା ଲକ୍ଷରେ ଛିଡା ହୋଇଥିଲେ । କିନ୍ତୁ ନିର୍ବଚାନ ଜିତିବା ଦୂର କଥା ନିର୍ବାଚନ ଦିନ ପର୍ଯ୍ୟନ୍ତ ବି ସେ ବଞ୍ଚି ପାରିଲେ ନାହିଁ ।

ତାଙ୍କ ପଞ୍ଚାୟତରେ ଆସନ୍ତା ୨୪ ତାରିଖ ଦିନ ନିର୍ବାଚନ ଥିଲା । ସରପଞ୍ଚ ପ୍ରାର୍ଥୀ ରୂପରେ ଛିଡା ହୋଇଥିବାରୁ ସେ ବହୁତ ଧୁମଧାମରେ ନିଜର ନିର୍ବାଚନ ପ୍ରଚାର ମଧ୍ୟ କରୁଥିଲେ । କିନ୍ତୁ ନିର୍ବାଚନ ଆରମ୍ଭ ହୋଇଛି କି ନାହିଁ ଆଜି ଅଚାନକ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇ ଯାଇଛି । ଏହିଭଳି ଘଟଣା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ୨୪ ତାରିଖ ଦିନ ନିର୍ବାଚନ ହେବାର ଥିଲା ।

କିନ୍ତୁ ସରପଞ୍ଚ ପ୍ରାର୍ଥୀଙ୍କ ଏହିଭଳି ଅଚାନକ ମୃତ୍ୟୁ ପରେ ଏହି ଗାଁରେ ସରପଞ୍ଚ ପଦ ପାଇଁ ନିର୍ବାଚନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏହା ବଡ ଦୁଃଖଦ ଖବର ଅଟେ । କିନ୍ତୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀର ଅଚାନକ ମୃତ୍ୟୁ ହୋଇ ଯାଇଛି । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ଏହିଭଳି ହୋଇଛି ।