ମାର୍କେଟକୁ ଆସିଗଲା ସବୁଠୁ ଶସ୍ତା E-Car, ଆଉ ରହିବ ନାହିଁ Petrol ଭରିବାର ଚିନ୍ତା, ମାତ୍ର 10 ହଜାର ଟଙ୍କାରେ କରି ପାରିବେ ବୁକିଙ୍ଗ, ଦେଖନ୍ତୁ ଏଥିରେ ଅଛି କେଉଁ କେଉଁ Feature !

କହିବାକୁ ଗଲେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ବର୍ତ୍ତମାନ ଲୋକମାନେ ପେଟ୍ରୋଲ ଓ ଡିଜେଲ ଗାଡି ଛାଡି ଇଲେଟ୍ରିକ କାର କିଣିବାକୁ ପସନ୍ଦ କରୁଛନ୍ତି । ଗ୍ରାହକମାନଙ୍କ ଚାହିଦା ପ ପସନ୍ଦକୁ ଦେଖି କିଛି କମ୍ପାନୀ କମ ଦାମ, ଦମଦାର ଲୁକ ଓ ନୂଆ ନୂଆ ଡିଜାଇନର ଦମଦାର ଇଲେଟ୍ରିକ କାର ଓ ବାଇକ ଲଞ୍ଚ କରୁଛନ୍ତି । ଏହା ମଧ୍ୟରେ ବର୍ତ୍ତମାନ ମୁମ୍ବାଇର ଏକ ଷ୍ଟାର୍ଟଅପ କମ୍ପାନୀ ଦୁନିଆର ସବୁଠୁ ଠାରୁ ଶସ୍ତା ଇଲେଟ୍ରିକ କାର ଲଞ୍ଚ କରି ସମସ୍ତଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇ ଯାଇଛି ।

ବର୍ତ୍ତମାନ ସମସ୍ତେ ହି ଏହି ଇଲେଟ୍ରିକ କାରକୁ ନେଇ ଚର୍ଚା କରୁଛନ୍ତି ଓ ଏହି କାର ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଦମଦାର ଓ ନୂଆ ଲୁକ କାରକୁ ତିଆରି କରୁଥିବା କମ୍ପାନୀର ନାଁ ହେଉଛି Strom Motors । ଏହାର ମୁଖ୍ୟ ଅଫିସ ମୁମ୍ବାଇରେ ଅବସ୍ଥିତ ।

ଆପଣ କେବଳ ୧୦ ହଜାର ଟଙ୍କା ଦେଇ ଏହି କାରକୁ ବୁକିଙ୍ଗ କରି ପାରିବେ । ଏହି କାର ତିନୋଟି ରଙ୍ଗରେ ଆସୁଛି । କିନ୍ତୁ ଏହି କାର ଦେଶର ସବୁ ସ୍ଥାନରେ ବିକ୍ରି ହବ ନାହିଁ । ଆପଣ ଏହାକୁ ମୁମ୍ବାଇ ଓ ଦିଲ୍ଲୀରୁ ହିଁ କିଣି ପାରିବେ । କମ୍ପାନୀର ସୂଚନା ଅନୁସାରେ ମୁମ୍ବାଇ, ଥାନେ, ନବି ମୁମ୍ବାଇ, ନୂଆ ଦିଲ୍ଲୀ, ଗୁରଗାଓଁରେ ଏହି କାର ବିକ୍ରି ପାଇଁ ଉପଲବ୍ଧ ହେବ । ଏହି କାରର ଲୁକ ସମସ୍ତଙ୍କୁ ଅଧିକ ପ୍ରଭାବିତ କରୁଛି । ଏହି କାରରେ ତିନୋଟି ଚକ ଅଛି । କିନ୍ତୁ ଏହା ତିନି ଚକିଆ ଅଟୋ ଭଳି ନୁହେଁ । ଅର୍ଥାତ ଏହି କାର ଆଗରେ ଦୁଇଟି ଓ ପଛରେ ଗୋଟିଏ ଚକ ଅଛି ।

ଆପଣ ପ୍ରଥମ ଥର ଯେତେବେଳେ ଏହି କାରକୁ ଦେଖିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି କାର ଅନ୍ୟ କାର ଭଳି ଦେଖାଯିବ । ଏହି କାରରେ ଦୁଇଟି ସିଟ ଓ ଦୁଇଟି ଡୋର ଅଛି । ସୂର୍ଯ୍ୟ କିରଣ ଠାରୁ ବି ଏହା ଆପଣଙ୍କୁ ରକ୍ଷା କରିବ । ଯଦି ଆପଣ ସବୁଦିନ ୫୦ କିମି ଯାତ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ କାର ହୋଇପାରିବ । ବର୍ତ୍ତମାନ ଇଲେଟ୍ରିକ କାର ଗୁଡିକର ଚାହିଦା ଦିନକୁ ଦିନେ ଭାରତୀୟ ବଜାରରେ ବଢିବାରେ ଲାଗିଛି ।

ପେଟ୍ରୋଲ ଓ ଡିଜେଲର ଦାମ ଦେଖି ବର୍ତ୍ତମାନ ଲୋକମାନେ ପେଟ୍ରୋଲ ଓ ଡିଜେଲର ଗାଡି ଛାଡି ଇଲେଟ୍ରିକ କାର, ବାଇକ ଓ ସ୍କୁଟି କିଣିବାକୁ ପସନ୍ଦ କରୁଛନ୍ତି । ଅନ୍ୟ କେତେକ କମ୍ପାନୀ ବି ଭାରତୀୟ ବଜାରରେ ଇଲେଟ୍ରିକ କାର ବିକ୍ରି କରୁଛନ୍ତି । କିନ୍ତୁ ସେହି ସବୁ କାରର ମୂଲ୍ୟ ବହୁତ ଅଧିକ । କିନ୍ତୁ Strom Motorsର ଇଲେଟ୍ରିକ କାର ମୂଲ୍ୟ ବହୁତ କମ ଅଟେ । ଯାହାକୁ କି ସମସ୍ତେ କିଣି ପାରିବେ ।