ସରଳ ଲୋକମାନେ ଅଧିକ କାହିଁକି ଦୁଃଖ ପାଆନ୍ତି ? Inspirational Story

ଏହି ଦୁନିଆରେ ସମସ୍ତେ ସରଲ ଓ ନିରୀହ ଲୋକମାନଙ୍କୁ ଭଲ ପାଇଥାନ୍ତି । କିନ୍ତୁ ଏହି ସରଲ ଓ ଶାନ୍ତ ଲୋକମାନେ ଦୁନିଆରେ ସବୁଠୁ ଅଧିକ ଦୁଃଖ ପାଇଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବୁ । ଯାହା ଦ୍ଵାରା ଆପଣ ନିଜର ଜୀବନକୁ ସରଲ ସହିତ ଶକ୍ତିଶାଳୀ ବି କରି ପାରିବେ । ଦିନେ ବୁଦ୍ଧ ଦେବ ଏହି କଥାକୁ ଏକ କାହାଣୀ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିଲେ । ସେ କହିଲେ କି ଦିନେ ଜଣେ ସନ୍ୟାସୀ ଯାତ୍ରା କରିବା ସମୟରେ ରାସ୍ତାରେ ଏକ ଗଛ ମୂଳ ଆଶ୍ରୟ ନେଲେ ।

ଏହା ଦେଖି ପାଖଆଖର ଲୋକମାନେ ସନ୍ୟାସୀକୁ କହିଲେ କି ହେ ସନ୍ୟାସୀ ଆପଣ ଏହି ଗଛ ତଳେ ବିଶ୍ରାମ ନିଅନ୍ତୁ ନାହିଁ । କାରଣ ଏହି ଗଛ ତଳେ ଗୋଟିଏ ବିଷଧର ସାପ ଅଛି । ଯିଏକି ବହୁତ ଲୋକମାନଙ୍କ ଜୀବନ ନେଇ ସାରିଛି । କିନ୍ତୁ ସନ୍ୟାସୀ ସେମାନଙ୍କର କଥା ଉପରେ ହସି ଦେଇ ସେହି ଗଛ ତଳେ ଆଶ୍ରୟ ନେଲେ ।

କିଛି ସମୟ ପରେ ସେହି ବିଷଧର ସାପଟି ସାମ୍ନାକୁ ଆସି କହିଲା କି ଆପଣଙ୍କୁ ଜଣା ନାହିଁ ଏହି ଗଛ ମୂଳକୁ କେହି ବି ଆସନ୍ତି ନାହିଁ ଓ ଯିଏ ବି ଆସେ ସେ ଫେରେ ନାହିଁ । କାରଣ ମୁଁ ସେମାନଙ୍କୁ ମାରିଦିଏ । ସନ୍ୟାସୀ ଜଣକ ହସି କହିଲେ କି ତୁ ଗତ ଜନ୍ମରେ କିଛି କୁକର୍ମ କରିଥିଲୁ ସେଥିପାଇଁ ଏହି ଜନ୍ମରେ ତୁ ସର୍ପ ରୂପରେ ଜନ୍ମ ନେଇଛୁ । ପୁଣି ଏହି ଜନ୍ମରେ ତୁ ସେହିଭଳି କର୍ମ କରୁଛୁ ଓ ଲୋକମାନଙ୍କ ଜୀବନ ନେଉଛୁ । ତୁ କଣ ଚାହୁଁଛୁ କି ଆର ଜନ୍ମରେ ବି ତୁ ଏହିଭଳି ସର୍ପ ରୂପରେ ଜନ୍ମ ନବୁ । ଏହା ଶୁଣି ସାପ କହିଲା କି ନା ମୁଁ ଏହି ସର୍ପ ଜନ୍ମରୁ ମୁକ୍ତ ହେବା ପାଇଁ ଚାହୁଁଛି ।

ତେବେ ମୁଁ କଣ କରିବି । ସନ୍ୟାସୀ ଜଣକ ସାପକୁ କହିଲେ କି ତୋତେ ଅହିଂସା ରାସ୍ତାରେ ଚାଲିବାକୁ ପଡିବ । ବର୍ତ୍ତମାନ ଠାରୁ ତୁ ଲୋକମାନଙ୍କୁ ମାରିବା ଛାଡି ଦେ । ସନ୍ୟାସୀ ଜଣକ ସେଠୁ ଚାଲି ଗଲେ । କିଛି ଦିନ ପରେ ସନ୍ୟାସୀ ଜଣକ ଯେତେବେଳେ ସେହି ରାସ୍ତା ଦେଇ ଯାଉଥିଲେ ତେବେ ସେ ଦେଖିଲେ କି ସେହି ସାପ ଟି କ୍ଷତ ବିକ୍ଷତ ହୋଇ ପଡିଛି । ତେବେ ସେ ସାପକୁ ଏହାର କାରଣ ପଚାରିଲେ ଓ ସାପଟି କହିଲା କି ମୁଁ ଆପଣଙ୍କ କଥା ମାନି ସରଲ ଓ ଶାନ୍ତ ହୋଇଗଲି । କିନ୍ତୁ ସେହି ସମୟରୁ ଲୋକମାନେ ମୋତେ ଡରିଲେ ନାହିଁ ।

ସମସ୍ତେ ମୋତେ ମାରିବାକୁ ଲାଗିଲେ । ଯାହା ଦ୍ଵାରା ମୁଁ କ୍ଷତ ବିକ୍ଷତ ହୋଇଗଲି । ସନ୍ୟାସୀ ଜଣକ କହିଲେ କି ତୋତେ ମୁଁ ସରଲ ଓ ନିରୀହ ହେବା ପାଇଁ କହିଥିଲି । କିନ୍ତୁ ଦୁର୍ବଳ ହେବା ପାଇଁ ନୁହେଁ । ତୁ ସରଲ ନୁହେଁ ଦୁର୍ବଳ ହୋଇଗଲୁ । କାରଣ ଏହି ସଂସାର ସରଲ ଓ ଦୁର୍ବଳ ଲୋକକୁ ବହୁତ କଷ୍ଟ ଦେଇଥାଏ । ଏହି ସମାଜରେ ସରଲ ଲୋକଙ୍କୁ ସମାଜରେ ଲୋକମାନେ ଦୁର୍ବଳ ବୋଲି ଚିନ୍ତା କରିଥାନ୍ତି । ମୁଁ ତୁମକୁ ସରଲ ଓ ଅହିଂସାର ରାସ୍ତା ଦେଖାଇ ଥିଲି । କିନ୍ତୁ ଦୁର୍ବଳ ହେବା ପାଇଁ କହି ନ ଥିଲି ।

ସାପ କହିଲା ମୁଁ ସରଲ ଓ ଦୁର୍ବଳ ବିଷୟରେ ବୁଝି ପାରିଲି ନାହିଁ । ସନ୍ୟାସୀ ଜଣକ କହିଲେ କି ମନ ଭିତରେ ସରଲ ଓ ସ୍ଵଚ୍ଛ ମନଭାବ ରଖ । ଯେମିତି କି ମୋ ଦ୍ଵାରା କାହାର କ୍ଷତି ନ ହେଉ । ଏହିଭଳି ଭାବନା ମନରେ ରଖ । କିନ୍ତୁ ଏହି ସମାଜରେ ବଞ୍ଚିବା ପାଇଁ ଯାହା କରିବା ଦରକାର ତାହା କର ।