ସମୁଦ୍ର ଭିତରୁ ମିଳିଲା 7 ଟି ଏମିତି ଜିନିଷ, ଯାହାକୁ ଦେଖି ଲୋକଙ୍କ ହୋସ ଉଡିଗଲା !

ଆମ ପୃଥିବୀରେ ୭୧ ଭାଗ ଜଳ ଓ ୨୯ ଭାଗ ସ୍ଥଳ । ଏହାର ଅର୍ଥ ଆମ ପୃଥିବୀରେ ସମୁଦ୍ରର ଉପସ୍ଥିତି ବହୁତ ଓ ଏହା ମଧ୍ୟରେ ବହୁତ ରହସ୍ୟ ବି ଲୁଚି ଅଛି । କହିଦେଉଛୁ କି ବିଶାଳ ସମୁଦ୍ର ମଧ୍ୟରେ ମଣିଷ କେବଳ ୫ ପ୍ରତିଶତ ଭାଗରେ ଥିବା ରହସ୍ୟକୁ ଖୋଜିଛି । ବର୍ତ୍ତମାନ ସମୟରେ ବି ଏହି ବିଶାଳ ସମୁଦ୍ର ମଧ୍ୟରେ ଆହୁରି ବି ରହସ୍ୟ ଲୁଚି ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ସମୁଦ୍ର ମଧ୍ୟରେ ମିଳିଥିବା କିଛି ଆଶ୍ଚର୍ଯ୍ୟକର ଜିନିଷ ବିଷୟରେ କହିବୁ ।

୩୦୦ ବର୍ଷ ପୂର୍ବେ ବ୍ରିଟିଶ ଓ ସ୍ପାନିଶ ଜାହାଜ ମଧ୍ୟରେ କୋଲମ୍ବିୟା ସମୁଦ୍ର ତଟରେ ବହୁତ ଯୁଧ୍ୟ ହୋଇଥିଲା । ସେହି ସମୟରେ ବ୍ରିଟିଶ ସ୍ପେନକୁ ପରାସ୍ତ କରିଥିଲା । କିନ୍ତୁ ଏହା ମଧ୍ୟରେ ସ୍ପାନିଶମାନଙ୍କର ଗୋଟିଏ ଜାହାଜ ପାଣିରେ ବୁଡି ଯାଇ ଥିଲା । ଏହା ଦ୍ଵାରା ସେପ୍ନର ବହୁତ ବଡ କ୍ଷତି ହେଲା । କାରଣ କୁହାଯାଉ ଥିଲା କି ଏହି ଜାହାଜ ବହୁତ ସୁନା ଓ ଚାନ୍ଦିରେ ଭରପୁର ଥିଲା । ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ।

କିନ୍ତୁ ୨୦୧୫ରେ କୋଲମ୍ବିୟା ଅନୁସନ୍ଧାନକାରୀମାନେ ବୁଡି ଯାଇ ଥିବା ଜାହାଜକୁ ଖୋଜି ପାଇଲେ ଓ ଏକ୍ସପର୍ଟମାନଙ୍କ କହିବା ଅଟେ କି ଏହା ଦୁନିଆର ସବୁଠୁ ମୂଲ୍ୟବାନ ଖଜଣା ଅଟେ । ଯାହା ସମୁଦ୍ର ମଧ୍ୟରେ ମିଳିଛି । କିନ୍ତୁ ଏହି ଖଜଣାକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଚାଲିଛି । କୋଲମ୍ବିୟା ସରକାର ଏହି ଖଜଣା ସମୁଦ୍ରର କେଉଁ ସ୍ଥାନରେ ଅଛି କାହାକୁ କହି ନାହାନ୍ତି ।

ଇଜିପଟର ସହର Alexander ଠାରୁ ୬.୫ କିମି ଦୂରରେ ୬୪ ଟି ଜାହାଜ, ସୁନା ଗହଣାରେ ଭରପୁର ଖଜଣା, ଲମ୍ବା ଷ୍ଟାଚୁ, ଭାଙ୍ଗି ଯାଇ ଥିବା ମହଲ ଓ କିଛି ଛୋଟ ପଥର ମିଳିଲା । ଏହି ସବୁ ଜିନିଷ ସମୁଦ୍ର ମଧ୍ୟରେ ବହୁତ କିମି ପର୍ଯ୍ୟନ୍ତ ବିସ୍ତାର ହୋଇ ଅଛି । ସନ୍ଧାନ ପରେ ଜଣା ପଡିଲା କି ୨୩୦୦ ବର୍ଷ ପୂର୍ବେ ଇଜିପଟର ଗୋଟିଏ ବଡ ସହର ଥିଲା ।

ବର୍ତ୍ତମାନ ସମୟରେ ଲୋକମାନେ ସମୁଦ୍ର ଭିତରକୁ ବିଲୁବାକୁ ଯାଆନ୍ତି । କହିଦେଉଛୁ କି ୱେଷ୍ଟଇଣ୍ଡିଜର ସମୁଦ୍ର କୂଳର ବହୁତ କିମି ଦୂରରେ ଗୋଟିଏ ସ୍ଥାନରେ ପାଣି ଭିତରେ ପାର୍କ ଅଛି । ୨୦୦୬ରେ ସାମ୍ନାକୁ ଆସିଥିବା ଏହି ପାର୍କ ପଛରେ ଜଣେ ବ୍ରିଟିଶ କଳାକାରଙ୍କ ହାତ ଥିଲା । କିନ୍ତୁ ଏହି ପାର୍କ କହିବା ପଛରେ ଏକ ବଡ କାରଣ ବି ଅଛି । ସମୁଦ୍ର ମଧ୍ୟରେ ବହୁତ ଛୋଟ ଛୋଟ ପାହାଡ ଅଛି ଓ ସେହି ପାହାଡ ମଝିରେ ମାଛମାନେ ନିଜକୁ ବହୁତ ସୁରକ୍ଷିତ ଅନୁଭବ କରନ୍ତି ।

କିନ୍ତୁ ଯେଉଁ ସ୍ଥାନରେ ଏହିଭଳି ପାହଡ ନ ଥାଏ ସେମାନେ ସେହି ସ୍ଥାନକୁ ଯିବା ପାଇଁ ଭୟ କରନ୍ତି । ଏହି ପାର୍କକୁ ତିଆରି କରିବାର ମୁଖ୍ୟ କାରଣ ହେଉଛି ଛୋଟ ଛୋଟ ମାଛମାନଙ୍କୁ ସୁରକ୍ଷିତ ରଖିବାର ଅଛି । ଏହି ପାର୍କର ନିନିର୍ମାଣ ପରେ ଲକ୍ଷ ଲକ୍ଷ ମାଛ ଏଠାକୁ ଆସନ୍ତି । ଏହି ପାର୍କରେ ୧୦୦ ଠାରୁ ବି ଅଧିକ ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି ଅଛି ଓ ଯାହାକି ଦେଖିବାକୁ ବହୁତ ଭିନ୍ନ ଓ ଭୟଙ୍କର ଲାଗେ ।