ସରକାରଙ୍କ ବଡ ଘୋଷଣା, ଖୋଲିବ ବଜାର ଓ ମଲ, ଶେଷରେ କୋହଳ ହେଲା କଟକଣା

କୋରୋନାର ଦିତୀୟ ଲହରରେ ପୁରା ଦେଶରେ ଏତେ ମାତ୍ରାରେ ସଂକ୍ରମଣ ବଢିଯାଇଛି ଯେ ଯାହାକୁ ରୋକିବା ପାଇଁ ଅସମ୍ଭବ ହୋଇ ପଡିଛି । କୋରୋନା ଭାଇରସକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଛି ବିଶେଷ ନିୟମ ଲାଗୁ କରିଛନ୍ତି ।

ଯାହା ପୁରା ଦେଶବାସୀ ମାନଙ୍କ ପାଇଁ ଭଲ ଅଟେ । ପୂର୍ବରୁ କରା ଯାଇଥିବା ନାଇଟ କରଫୁ ଓ ସଟ ଡାଉନ ହେବା ସତ୍ବେ ମଧ୍ୟ କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରା ଦେଶରେ ଲକ ଡାଉନ ଘୋଷଣା କରା ଯାଇଛି । ସୂଚନା ଅନୁସାରେ ଦିଲ୍ଲୀରେ କୋରୋନା ସଂକ୍ରମଣ ଅଧିକ ବଢିଯାଇ ସାଂଘାତିକ ରୂପ ନେଇଥିଲା । ଯାହାକୁ ନଜରରେ ରଖି ଲକ ଡାଉନ ଘୋଷଣା କରା ଯାଇଥିଲା । 

ଏହି ସମୟରେ ସବୁ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ କରାଯାଇ ଥିଲା । କେବଳ ଜରୁରୀ କାଳୀନ ସେବା ଗୁଡିକ ଖୋଲା ରଖାଯାଇ ଥିଲା । ବର୍ତ୍ତମାନ ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସ୍ଵାଭାବିକ ହେବାରେ ଲାଗିଛି ।

ତେଣୁ ସରକାର ଆହୁରି କଟକଣା କୋହଳ କରିବାକୁ ଆଗକୁ ନିସ୍ପତି ନେଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଅଡଇଭିନ ଫରମୂଲାରେ ଦୋକାନ ବଜାର ଖୋଲାଯିବ । ସେହି ପରି ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ୫୦ ପ୍ରତିଶତ ଯାତ୍ରିରେ ଚାଲିବ । ଏହା ବ୍ଯତୀତ ଘରୋଇ ଅଫିସର ୫୦ ପ୍ରତିଶତ କର୍ମଚାରୀ ଓ ସରକାରୀ ଅଫିସର ୧୦୦ ପ୍ରତିଶତ କର୍ମଚାରୀ ମାନଙ୍କ ମଧ୍ୟରେ ଖୋଲାଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି ।

ସୂଚନା ଅନୁସାରେ ଦିଲ୍ଲୀରେ ଅଧିକ ଦିନ ଯାଏଁ ଲକ ଡାଉନ ଲାଗୁ କରା ଯାଇଥିଲା । ପ୍ରଥମେ ଲକ ଡାଉନ ମେ ୩ ତାରିଖ ସକଳ ୫ଟା ଯାଏଁ ଲାଗୁ କରା ଯାଇଥିଲା । ପରେ ଏହି ନିୟମ ବଦଳାଇ ୧୦ ମେ ଯାଏଁ ଲାଗୁ କରା ଯାଇଥିଲା । ଏହା ପରେ ପୁଣି ଠାରେ ମେ ୧୭ ରୁ ମେ ୨୪ ଯାଏଁ ପରିବର୍ତ୍ତନ କରାମ ଯାଇଥିଲା । ଶେଷରେ ଦିଲ୍ଲୀରେ କୋରୋନା ସଂକ୍ରମଣ ଅଧିକ ବଢିଥିବାରୁ ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ମେ ୩୧ ଯାଏଁ ଲକ ଡାଉନ ବଢାଇ ଦେଇଥିଲେ ।

ବର୍ତ୍ତମାନ ଦିଲ୍ଲୀରେ କୋରୋନା ସଂକ୍ରମଣ କମ ହେବା ପରେ ଲକ ଡାଉନ କଟକଣା କୋହଳ କରା ଯାଇଛି । ଲକ ଡାଉନ ପରେ ବର୍ତ୍ତମାନ ଅନଲକ ପ୍ରକ୍ରିୟା ଆରମ୍ଭ କରା ଯାଇଛି । କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ସରକାରଙ୍କ ଏଭଳି ନିଷ୍ପତି ହୁଏ ତ ଅନେକ ଲୋକଙ୍କୁ ଆଶ୍ଵସ୍ତି ଆଣିଦେଇ ପାରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।