ସପ୍ତାହକୁ ମାତ୍ର 2 ଥର ଲଗାନ୍ତୁ, ଚେହେରା ଏତେ ଗୋରା ହେଇଯିବ ଯେ ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Beauty Tips

ଆମ ତ୍ୱଚାର ଯତ୍ନ ନେବା କଥା ଉଠିଲେ ଆମେ ବଜାରର ମହଙ୍ଗା ଉତ୍ପାଦ ଗୁଡିକ ବିଷୟରେ ଭାବି ଥାଉ । କିନ୍ତୁ ଆପଣ କଣ ଘର ତିଆରି ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ବିଷୟରେ ଜାଣିଛନ୍ତି କି? ଏହି ସୌନ୍ଦର୍ଯ୍ୟ ପ୍ରସାଧନ ବିନା କିଛି ପାର୍ଶ୍ୱ ପ୍ରତିକ୍ରିୟାରେ ଦାଗଶୂନ୍ୟ ସୌନ୍ଦର୍ଯ୍ୟ ଆଣିଦେବ । ପ୍ରକୃତିର କୋଣ ଅନୁକୋଣରେ ସୁନ୍ଦରତା ବିଛାଡ଼ି ହୋଇ ରହିଛି । ତେବେ ଭାବି ଦେଖନ୍ତୁ ଏହି ପ୍ରକୃତିର କୋଳରୁ ବାହାରୁଥିବା ପ୍ରାକୃତିକ ଉପାୟ ଆପଣଙ୍କୁ କେତେ ଅଧିକ ସୁନ୍ଦର ନ ବନାଇବ ।

ଆଜିକାଲି ମହିଳାମାନେ ସୋନ୍ଦର୍ଯ୍ଯ ଉତ୍ପାଦର ଚୟନକୁ ନେଇ ଖୁବ୍ ସତର୍କ ହୋଇ ଗଲେଣି । ସମସ୍ତେ ଜାଣି ସାରିଲେଣି କି କେମିକାଲ ଯୁକ୍ତ ବ୍ୟୁଟି ପ୍ରଡକ୍ଟ ତୁରନ୍ତ ପ୍ରଭାବ ଦେଖାଇ ଥାଏ, କିନ୍ତୁ ଏହି ଉତ୍ପାଦ ଗୁଡ଼ିକର ଅତ୍ୟଧିକ ପ୍ରୟୋଗ ଆମ ତ୍ଵଚା ପାଇଁ କ୍ଷତିକାରକ ହୋଇପାରେ ।

ଏଥିପାଇଁ ଆମେ ପ୍ରାକୃତିକ ପଦାର୍ଥ ଗୁଡ଼ିକ ଉପରେ ଅଧିକ ଭରସା କରିଥାଉ କାହିଁକି ନା ଏହାର କୌଣସି ଦୁଷ୍ପ୍ରଭାବ ନ ଥାଏ । ପ୍ରାକୃତିକ ପଦାର୍ଥରୁ ଅଧିକ ସୁନ୍ଦରତା ମିଳିଥାଏ ଓ ସେଗୁଡିକ ସବୁଠୁ ଶୁଦ୍ଧ ଏବଂ ପ୍ରଭାବଶାଳୀ ହୋଇଥାଏ, କାରଣ ପ୍ରକୃତି ହିଁ ସୁନ୍ଦରତାର ଅସଲି ଗନ୍ତାଘର । ଯେପରି କି ଆମେ ସମସ୍ତେ ଜାଣିଛୁ ପୁରୁଣା ସମୟରୁ ଆମ ଜେଜେମା ଓ ଆଈ ଙ୍କ ଘରୋଇ ଉପଚାର ଚଳି ଆସୁଛି । ସେଥିପାଇଁ ଆଗରୁ ବୈଦ୍ୟ ବି ଏପରି ଥିଲେ ନାଡ଼ି ଚିପି ରୋଗ ବିଷୟରେ କହି ଦେଉଥିଲେ ।

ଆଗରୁ କାହାକୁ ଛୋଟ ମୋଟ ରୋଗ ହେଉଥିଲେ ଘରୋଇ ଉପଚାର ରେ ସହଜରେ ସୁସ୍ଥ ହୋଇ ଯାଉଥିଲେ ଓ ଏହି ଉପଚାର ଗୁଡ଼ିକ ଖୁବ୍ ଶସ୍ତା ମଧ୍ୟ ହେଉଥିଲା । ତେବେ ଆସନ୍ତୁ ଜାଣିବା ସୁନ୍ଦର ଦିଶିବାର ଏହି ସହଜ ଘରୋଇ ଉପଚାର ବିଷୟରେ । ଏହି ଫେସ୍ ପ୍ୟାକ୍ କୁ ତିଆରି କରିବା ପାଇଁ ଗୋଟେ ଛୋଟ ଗିନାରେ ୨ ଚାମୁଚ ଗହମ ଅଟା ନିଅନ୍ତୁ, ସେଥିରେ ଅଧା ଚାମୁଚ ହଳଦୀ ମଧ୍ୟ ନିଅନ୍ତୁ, ୨ ଚାମୁଚ ଗୋଲାପ ରସ ଓ ଆବଶ୍ୟକ ଅନୁସାରେ ମହୁ ନିଅନ୍ତୁ ।

ବର୍ତ୍ତମାନ ଏହି ସାମଗ୍ରୀ ଗୁଡ଼ିକୁ ଭଲ ସେ ମିଶାଇ ପେଷ୍ଟ ଟି ପ୍ରସ୍ତୁତ କରନ୍ତୁ । ଦରକାର ହେଲେ ଆଉ ଟିକେ ମହୁ ମଧ୍ୟ ମିଶାନ୍ତୁ । କାରଣ ମହୁ ଆପଣଙ୍କ ଚେହେରାରେ ଚମକ ଆଣିଦେବ ସହ ତ୍ୱଚାକୁ ମୁଲାୟମ ମଧ୍ୟ କରିବ । ଏହି ମିଶ୍ରଣକୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ନିଅନ୍ତୁ । ତା ପରେ ଏହି ମିଶ୍ରଣକୁ ବୃତ୍ତାକାର ଗତିରେ ନିଜ ମୁହଁରେ ଲଗାନ୍ତୁ ଓ ଏହାକୁ ୧୫ ରୁ ୨୦ ମିନିଟ୍ ଯାଏ ନିଜ ମୁହଁରେ ଲାଗି ରହିବାକୁ ଦିଅନ୍ତୁ । ଏହା ସୁଖି ଯିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।

ଆପଣଙ୍କୁ ଏହା ମିଶ୍ରଣକୁ ସପ୍ତାହରେ ଦୁଇ ଥର ଲଗାଇବାକୁ ହେବ । ଦେଖିବେ କିଛି ଦିନ ମଧ୍ୟରେ ହିଁ ଆପଣଙ୍କ ଚେହେରାରେ ଚମକ ଆସିଯିବ ଓ ଆପଣଙ୍କ ଚେହେରା ପୂର୍ବ ଠାରୁ ଅଧିକ ସୁନ୍ଦର ଦିଶିବାର ଆପଣ ନିଜେ ଅନୁଭବ କରି ପାରିବେ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଏଭଳି କିଛି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ