୨୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ବିମାନ ବରଫ ଦେହରେ ହେଲା ଧକ୍କା, ଜାଣନ୍ତୁ କଣ ହେଲା ଯାତ୍ରୀଙ୍କ ଅବସ୍ଥା

ଜାମ୍ମୁ କାଶ୍ମୀରର ଶ୍ରୀନଗର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବୁଧବାର ଦିନ ଇଣ୍ଡିଗୋ ଏୟାର ଲାଇନ୍ସର ଗୋଟିଏ ବିମାନ ଏକ ବଡ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁସାରେ ଏହି ଇଣ୍ଡିଗୋ ବିମାନରେ ୨୩୩ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଯେଉଁମାନେ କି ଦିଲ୍ଲୀ ଅଭିମୁଖେ ଯାଉଥିଲେ । କହିବାକୁ ଗଲେ ବିମାନ ଉଡିବା ସମୟରେ ରନୱେ ଉପରେ ଥିବା ବରଫ ସହ ଟକ୍କର ଖାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ବିମାନ ମଧ୍ୟରୁ ସମସ୍ତ ଯାତ୍ରୀଙ୍କୁ ଓଲହାଇ ଦିଆଗଲା ।

ଏମିତିରେ ଏହି ଘଟଣାର ଯାଞ୍ଚ ପାଇଁ ଆଦେଶ ବି ଜାରି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଦ୍ଵିପହର ସମୟରେ ଇଣ୍ଡିଗୋର ଏକ ବିମାନ ଯାହାର ନମ୍ବର ୬ ଇ ୨୫୫୦ ଯାହାକି ୨୩୩ ଜଣ ଯାତ୍ରୀଙ୍କୁ ନେଇ ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ।

କିନ୍ତୁ ଯେତେବେଳେ ବିମାନଟି ଉଡିବା ପାଇଁ ରନୱେରେ ଯାଉଥିଲା ତେବେ ବିମାନର ଇଞ୍ଜିନ ରନୱେର ଅନ୍ତିମ ସୀମାରେ ଥିବା ବରଫ ସହ ଟକ୍କର ଖାଇଥିଲା । କିନ୍ତୁ ପାଇଲଟ ନିଜର ବୁଦ୍ଧିମତ ଦ୍ଵାରା ବିମାନକୁ ଅଟକାଇ ଦେଲା । ଏହା ପରେ ଏୟାରପୋର୍ଟରେ ଥିବା ଫାୟାର ଓ ଏମର୍ଜେନ୍ସି ସର୍ବିସର କର୍ମଚାରୀମାନେ ସଙ୍ଗେ ସଙ୍ଗେ ସେହି ଦୁର୍ଘଟଣା ଗସ୍ତ ସ୍ଥାନକୁ ପହଞ୍ଚିଗଲେ । ଏହା ସହିତ ଏୟାରପୋର୍ଟର ସୁରକ୍ଷା କର୍ମଚାରୀ ବି ସେହି ସ୍ଥାନକୁ ଗଲେ ।

ଏହା ମଧ୍ୟରେ ବିମାନରେ ଝଟକା ଲାଗିବା କାରଣରୁ ଯାତ୍ରୀମାନେ ଡରି ଯାଇଥିଲେ । କିନ୍ତୁ କୌଣସି ବି ଯାତ୍ରୀକୁ ଆଘାତ ଲାଗି ନାହିଁ । କୁହାଯାଉଛି କି ଦୁର୍ଘଟଣାରେ ଅଳ୍ପ କ୍ଷତି ହୋଇଛି । ବିମାନର ଇଞ୍ଜିନର ଯାଞ୍ଚ ଚାଲିଛି । ଏମିତିରେ ବହୁତ ସମୟ ପର୍ଯ୍ୟନ୍ତ ଏୟାରପୋର୍ଟ ଉପରେ ହଙ୍ଗମା ବି ଦେଖାଯାଇଥିଲା । ଅଧିକାରୀମାନଙ୍କ ତରଫରୁ କୁହାଯାଉଛି କି ରନୱେ ଉପରେ ଉଡିବା ସମୟରେ ବିମାନର ଇଞ୍ଜିନ ବରଫ ସହ ଟକ୍କର ହୋଇଛି । ଏହି ଦୁର୍ଘଟଣାରେ ଯାଞ୍ଚ ପାଇଁ ବି ଆଦେଶ ଜାରି କରାଯାଇଛି ।

ଏହା ପରେ ବିମାନକୁ ସଠିକ ରୂପରେ ଯାଞ୍ଚ କରାଯାଇ ତାକୁ ଉଡିବା ପାଇଁ ଅନୁମତି ଦିଆଯାଇଥିଲା । କହିଦେଉଛୁ କି କାଶ୍ମୀରରେ ବର୍ତ୍ତମାନ ସମୟରେ ବହୁତ ବରଫବାରୀ ହେଉଛି । ଏଥିପାଇଁ କିଛି ଦିନ ଶ୍ରୀନଗର ଏୟାରପୋର୍ଟ ବନ୍ଦ ବି ରହିଥିଲା । କାରଣ ରନୱେ ଉପରେ ବରଫର ମୋଟା ଚାଦର ଜମି ଯାଇଥିଲା । ଏହାକୁ ହଟାଇବା ପରେ ହିଁ ଏୟାରପୋର୍ଟରେ ଯିବା ଆସିବା ଆରମ୍ଭ କରଯାଇଥିଲା ।

ରନୱେରୁ ବି ବରଫ ସାଇଡ କରାଯାଇଥିଲା । ବର୍ତ୍ତମାନ ଯାଞ୍ଚ କରାଯାଉଛି କି କାହାର ଭୁଲ ଯୋଗୁ ଏହି ବରଫ ଏଠି ପଡି ରହିଥିଲା । ଯଦି ସଠିକ ସମୟରେ ପାଇଲଟ ନିଜର ବୁଦ୍ଧିମତା ନ ଦେଖାଇଥାନ୍ତା ତେବେ ବଡ ଦୁର୍ଘଟଣା ହୋଇ ଯାଇ ଥାନ୍ତା ।

 

ଏହା ଉପରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ବିଦେଶର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ