କୃଷ୍ଣ ଙ୍କ ଠାରୁ ଶିଖନ୍ତୁ ସଫଳତା ପାଇବାର ମୂଳମନ୍ତ୍ର – Krishna Vani

ମନୁଷ୍ୟ ଯେତେବେଳେ ଅସଫଳ ହୋଇଥାଏ ସେତେବେଳେ ସେ ସବୁ ସ୍ଥଳରେ ହାରିଯାଏ । ତେବେ ସେ କହେ ଯଦି ଭଗବାନ ଗୋଟିଏ ଦ୍ଵାରା ବନ୍ଦ କରିଛନ୍ତି ତେବେ ସେ ଆଉ ଏକ ଦ୍ଵାର ମଧ୍ୟ ଖୋଲା ରଖିଛନ୍ତି । ଆପଣଙ୍କ ସହିତ ମଧ୍ୟ ଏହା ହୋଇଥାଇ ପାରେ । କିନ୍ତୁ ଏହାପରେ ମଧ୍ୟ କିଛି ଲୋକ ଅସଫଳ ହୁଅନ୍ତି କିପରି ଓ ସଫଳତା ନମିଳିବା ହେତୁ ସେ ପ୍ରଭୁଙ୍କୁ ଦାୟୀ କରନ୍ତି । ଆଉ କିଛି ଲୋକଙ୍କୁ ଅନ୍ୟ ବାଟ ଦେଖାଯାଏ ନାହିଁ । ତାହେଲେ କଣ ଭଗବାନ ଆପଣଙ୍କ ସହ କପଟ କଲେ ।

ଭଗବାନ କାହା ସହ କପଟ କରନ୍ତି ନାହିଁ । ଆମ ମନ ହିଁ ନିଜର ସବୁ କିଛି ନିରୂପଣ କରିଥାଏ । ଅର୍ଥାତ ଯଦି ଆମେ କୌଣସି ଏକ କାର୍ଯ୍ୟ କରୁ ସେହି କାର୍ଯ୍ୟରେ ଯଦି କିଛି ବାଧା ଆସେ ତେବେ ଆମେ ସେହି କାର୍ଯ୍ୟ ଛାଡିଚାଲି ଆସୁ କିନ୍ତୁ ଆମେ ସେଠାରେ କେବେହେଲେ ସମ୍ପୁର୍ଣ୍ଣ ମନ ବଳ ଲଗାଇ କାମ କରିନଥାଉ ।

ଯାହା ଦ୍ଵାରାକି ଆମକୁ ସେଥିରେ ସଫଳତା ମିଳିନଥାଏ । ଆମ ମନ ଯଦି କୌଣସି ଏକ ନିସ୍ପତି ଠାରେ ନେଇଥାଏ ତେବେ ସେ ଆଉ କାହା କଥା ମାନି ନଥାଏ । ଅସୁବିଧା ହେବା ଫଳରେ ଆମେ ଭାବିଥାଉ ସବୁ ରାସ୍ତା ବନ୍ଦ ହୋଇଗଲା । କିନ୍ତୁ ଏହା ଠିକ ନୁହେଁ । ସବୁବେଳ ପାଇଁ ରାସ୍ଥା ଖୋଲା ଥାଏ କିନ୍ତୁ ଆମେ ଠିକ ଭାବରେ ଚିହ୍ନି ପାରିନଥାଉ ।କିନ୍ତୁ ଅସଫଳ ହୋଇଗଲା ପରେ ସେ ସେହି ଦ୍ଵାରକୁ ସବୁବେଳେ ଦେଖିଥାଏ । ଯାହା ଦ୍ଵାରା ସେ ଆଉ କେଉଁ ବାଟ ନା ଦେଖିପାରେ ନା ଜାଣିପାରେ ।

ସେଥିପାଇଁ ଶ୍ରୀକୃଷ୍ଣ କହିଛନ୍ତି ଆପଣ ଲୋଭର ତ୍ୟାଗ କରନ୍ତୁ ଓ ବାରମ୍ବାର ପରିଶ୍ରମ କରିଚାଳନ୍ତୁ ଦେଖିବେ ଆପଣଙ୍କୁ ସବୁ ଦ୍ଵାରା ଦେଖାଯିବ ଓ ଆପଣଙ୍କ ପାଇଁ ଖୋଲି ମଧ୍ୟ ଯିବ । ମନୁଷ୍ୟ ଜୀବନରେ ସଫଳତା ହାସଲ କରିବା ପାଇଁ ବହୁତ କିଛି କାମ କରିଥାଏ ଓ ବହୁତ ପରିଶ୍ରମ ମଧ୍ୟ କରିଥାଏ । ଯଦି ସେ ଅସଫଳ ପାଏ  ଏହାପରେ ସେ ନକଲ କରିଥାଏ । ଆପଣ ଜାଣିଥିବେ ଛୋଟବେଳେ ବିଦ୍ୟାଳୟରେ ପାସ ହେବା ପାଇଁ କିଛି ପିଲା କୌଣସି ଏକ ପରୀକ୍ଷାରେ ସେ ନକଲ କରିଥାଏ ।

ସେହି କାର୍ଯ୍ୟ ଆପଣ ନକଲେ ମଧ୍ୟ ଦେଖିତ ଥିବେ ଓ ସେଥିରେ ସେ ପାସ ମଧ୍ୟ ହୋଇଯାଏ ।କିନ୍ତୁ ଜୀବନର ପରୀକ୍ଷା କିଛି ଅଲଗା ଥାଏ । ଯାହାକି ଆପଣ ଅନ୍ୟଠାରୁ ଦେଖି ସେଥିରେ ଜିତି ଯାଇପାରିବେ । କାରଣ ବିଦ୍ୟାଳୟରେ ସମସ୍ଥଙ୍କର ପାଠ ସମାନ ଥାଏ କିନ୍ତୁ ନିଜ ଜୀବନର ପ୍ରଶ୍ନ ଓ ଉତ୍ତର କିଛି ଅଲଗା ଥାଏ । ସେଥିପାଇଁ ତାଙ୍କ ଉତ୍ତର ମଧ୍ୟ ଭିନ୍ନ ରହେ ଯାହା ଦ୍ଵାରା ଆପଣ ଅସଫଳ ରୁହନ୍ତି ।କିନ୍ତୁ ତାର ସଠିକ ଉପାୟ ହେଉଛି ଆପଣଙ୍କ ଜୀବନରେ ହେଉଥିବା ସମସ୍ୟା ନିଜେ ହିଁ ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ ।

ଏହା ପରେ ଆପଣ ଦେଖିବେ ସଫଳତା ଆପଣଙ୍କର ନିଶ୍ଚୟ ହେବ । ମନୁଷ୍ୟର ଲୋଭ ବହୁତ ଭୟାନକ ଅଟେ । ସଫଳତା ପାଇଁ ସେ ଅନ୍ଧାରରେ ବହୁତ ପରିଶ୍ରମ କରିଥାଏ । ଜୀବନର ଲକ୍ଷ ପାଇବା ପାଇଁ ସେ ବଞ୍ଚିବା ଛାଡିଦିଏ । ସେ ତାର ଜୀବନକୁ ଓ ତାର ସମୟକୁ ସେ ଏପରି ଅତିବାହିତ କରିଥାଏ ଯାହା ଦ୍ଵାରା ସେ ପୃଥିବୀରେ ବହୁଦିନ ଧରି ବଞ୍ଚିବ । କେବେ ହେଲେ ସେ ମରିବ ନାହିଁ ।

ଯେତେବେଳେ ତାର ମୃତ୍ୟୁ ସମୟ ଆସିବ ଏହାପରେ ସେ ଭାବିବ ସେ ଜାଣିପାରେ ସେ କେବେ ହେଲେ ଭଲରେ ବଞ୍ଚିପାରି ନାହିଁ ।ଅକାଟ ପରିଶ୍ରମ କଲା ବହୁତ ଧନ କମାଇଲା କିନ୍ତୁ ସେହି ଧନ ସେ ତାର ନିଜର ସ୍ଵାସ୍ଥ୍ୟରେ ହିଁ ଲଗାଇଲା ଓ ଏହାପରେ ସେ ଖାଲି ହାତରେ ରାହିଯାଏ । ସେଥିପାଇଁ ସବୁବେଳେ ଶାନ୍ତିରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ବହୁତ ସମସ୍ୟା ଆପେ ଆପେ ଦୂରେଇ ଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।