ଏହି ସାପ ଅଟେ ଏହି ମନ୍ଦିରର ପୂଜାରୀ, ଦେଖି ପୁରା ଦୁନିଆ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣାଟି କଣ

କଣ ଆପଣ କେବେ ଏମିତି ଏକ ମନ୍ଦିର ବିଷୟରେ ଶୁଣିଛନ୍ତି ଯେଉଁଠାକୁ ଗୋଟିଏ ସାପ ପ୍ରତିଦିନ ଆସିଥାଏ ଓ ଭଗବବାନ ଶିବଙ୍କର ପୂଜା କରିଥାଏ । ଆଜ୍ଞା ହଁ ଏହା ବିଲକୁଲ ସତ ଅଟେ । ଏହି ନାଗ ଲଗାତାର ୫ ଘଣ୍ଟା ପର୍ଯ୍ୟନ୍ତ ଶିବଲିଙ୍ଗର ପୂଜା କରିଥାଏ ଓ ପୁଣି ଚାଲିଯାଇଥାଏ । ଏମିତି କାହିଁକି ହୋଇଥାଏ ଏହା ଆଜି ବି ଏକ ରହସ୍ୟର ବିଷୟ ଅଟେ । ଚାଲନ୍ତୁ ଏହି ମନ୍ଦିର ବିଷୟରେ ଓ ଏଠାରେ ଘଟୁଥିବା ଘଟଣା ବିଷୟରେ ବିସ୍ତାରିତ ରୂପରେ ଜାଣିବା ।


ଏହି ମନ୍ଦିର ଉତ୍ତର ପ୍ରଦେଶର ଆଗରା ଜିଲ୍ଲାର ସଲିମାବାଦ ଗାଁ ରେ ଅବସ୍ଥିତ । ଏହା ଏକ ପ୍ରାଚୀନ ଶିବ ମନ୍ଦିର ଅଟେ ଯେଉଁଠି ବହୁତ ବର୍ଷ ଧରି ଏକ ନାଗ ପୂଜା କରିବାକୁ ଆସୁଛି । ପୂର୍ବରୁ ଏହି ମନ୍ଦିରରେ କୌଣସି ପୂଜାରୀ ନ ଥିଲେ । କିନ୍ତୁ ଯେବେ ଏହା ଦେଖାଗଲା ତେବେ ଭକ୍ତ ସେଠାକୁ ଯିବାକୁ ଲାଗିଲେ ଓ ଏହି ଚମତ୍କାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ନାଗ ମନ୍ଦିରକୁ ସବୁ ଦିନ ସକାଳ ୧୦ଟା ରେ ଆସିଥାଏ ଓ ଏହା ତା’ର ନିର୍ଦ୍ଧାରିତ ସମୟ ଅଟେ । ସେ କେବେ ବି ବିଳମ୍ବ କରେ ନାହିଁ । ମନ୍ଦିରରେ ଆସିବା ପରେ ସେ ମନ୍ଦିରରେ ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଏହା ପରେ ସେ ୩ଟା ବେଳକୁ ଫେରି ଯାଇଥାଏ । ଏହି ସମୟରେ ମନ୍ଦିରର ଗେଟ ବନ୍ଦ କରି ଦିଆଯାଏ ଯାହା ଦ୍ଵାରା ସେଠାକୁ କେହି ଯାଇ ପାରିବେ ନାହିଁ ।

ଏହି ମନ୍ଦିରକୁ ଦେଖିବା ପାଇଁ ଓ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଲୋକ ଦୂରଦୂରାନ୍ତରୁ ଆସିଥାନ୍ତି ଓ ନିଜ ମନୋସ୍କାମନା ପୂର୍ଣ୍ଣ କରି ଫେରି ଯାଆନ୍ତି । ସାଧାରଣତଃ ସାପକୁ ଦେଖି ସମସ୍ତେ ଡରି ଯାଆନ୍ତି କିନ୍ତୁ ଏହି ନାଗକୁ ଦେଖି କେହି ଡରନ୍ତି ନାହିଁ । ସମସ୍ତେ ତାହାକୁ ସମ୍ମାନ ର ସହିତ ଦେଖିଥାନ୍ତି ଓ ଭଗବାନଙ୍କ ସହିତ ନାଗର ଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି ।

ସବୁଠୁ ବଡ କଥା ହେଲା ଆଜି ପର୍ଯ୍ୟନ୍ତ ସେହି ନାଗ ନା କାହାକୁ ଡରାଇଛି ନା କାହାକୁ କାମୁଡିଛି । ଯେତେବେଳେ ନାଗ ଆସିଥାଏ ସେତେବେଳେ ପୂଜାରୀ ଗେଟ ବନ୍ଦ କରି ଦିଅନ୍ତି ଓ ଯିବା ପରେ ଗେଟ ଖୋଲାଯାଇଥାଏ ଯାହା ଦ୍ଵାରା ଭକ୍ତ ଏହି ମନ୍ଦିରର ଦର୍ଶନ କରି ପାରିବେ । ଏହି ନାଗ ଏଠାରେ କେତେ ବର୍ଷ ହେଲା ଭଗବାନଙ୍କର ପୂଜା କରୁଛି ଏହାର ସୂଚନା କାହା ପାଖରେ ନାହିଁ ।

କିନ୍ତୁ କୁହାଯାଏ କି ବିଗତ ୩୦ ବର୍ଷରୁ ଯେବେଠୁ ଲୋକ ଏଠାକୁ ଆସୁଛନ୍ତି ସେବେଠୁ ଏହି ନାଗକୁ ଦେଖୁଛନ୍ତି । ମନ୍ଦିରରେ ନାଗ ଭଗବାନ ଶିବଙ୍କ ଚାରିପଟେ ଗୁଡାଇ ହୋଇ ପୂଜା କରିଥାଏ । ଏହା ଏକ ଚମତ୍କାର ଅଟେ ଯାହାକୁ ଦେଖିବାର ସୁଯୋଗ ସମସ୍ତଙ୍କୁ ମିଳି ନଥାଏ ।

ଏହା ଆଜି ପର୍ଯ୍ୟନ୍ତ କେହି ଜାଣି ପାରି ନାହାନ୍ତି ଏମିତି କାହିଁକି ହୋଇଥାଏ ଓ ଏହି ନାଗ ଏକ ନିର୍ଦ୍ଧିଷ୍ଟ ସମୟରେ ହିଁ କାହିଁକି ଭଗବାନଙ୍କର ପୂଜା କରିବାକୁ ଆସିଥାଏ । ଯଦି ସମ୍ଭବ ହେଉଛି ଏହି ମନ୍ଦିରକୁ ଥରେ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଓ ଏଠାରେ ହେଉଥିବା ଅଦ୍ଭୁତ ଦୃଶ୍ୟକୁ ଦେଖିବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।