ପୁଅମାନଙ୍କର ଆଲିଶାନ ବଙ୍ଗଳା ଥିବା ସତ୍ବେ ବି ବାର ଦୁଆର ହେଉଛନ୍ତି ବୁଢା ବାପା – ମା, ଏମାନଙ୍କ ବିଷୟରେ ଜାଣିଲେ ଆପଣ ବି କାନ୍ଦି ପକାଇବେ

ଦେଶରେ ଏମିତି ବହୁତ ମୁଦ୍ଦା ଅଛି ଯାହାକୁ କୌଣସି ସରକାର ନୁହେଁ ତାହା ଆମକୁ ନିଜେ ହିଁ ଠିକ କରିବାକୁ ପଡିବ । ଏହି ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ମାତା ପିତାଙ୍କୁ ଭଲ ପାଆନ୍ତି । କିନ୍ତୁ ଅନ୍ୟ ପଟେ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ମାତା ପିତା ବୃଦ୍ଧ ଆଶ୍ରମରେ ରହୁଛନ୍ତି ।

ଏହିଭଳି ଗତ କିଛି ଦିନ ତଳେ ବୃଦ୍ଧ ମାତା ପିତାଙ୍କର କାହାଣୀ ସାମ୍ନାକୁ ଆସିଛି । ଯାହାଙ୍କ ପୁଅର ଆଲିଶାନ ଘର ଅଛି କିନ୍ତୁ ସେମାନେ ଏଠି ସେଠି ବୁଲୁଛନ୍ତି । ଶେଷରେ ଏହା କାହିଁକି ଏମାନଙ୍କ ସହିତ ହେଉଛି ଚାଲନ୍ତୁ ଜାଣିବା ।

ପୁଅମାନଙ୍କ ଆଲିଶାନ ଘର ଥିବା ସତ୍ତ୍ୱେ ବି ବୁଲୁଛନ୍ତି ବୁଢା ବାପା ମା’

ଆମର ଏହି ଦୁନିଆରେ ପିତା – ମାତାଙ୍କୁ ଭଗବାନଙ୍କର ଦ୍ଵିତୀୟ ରୂପ ବୋଲି କୁହାଯାଏ । ଏମାନଙ୍କର ସେବା କରିବା ଦ୍ଵାରା ଚାରିଧାମର ଯାତ୍ରା ହୋଇ ଯାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏମିତି କିଛି ପୁଅ ଅଛନ୍ତି ଯେଉଁମାନେ ନିଜର ବୁଢା ବାପା ମା’କୁ ବୋଝ ବୋଲି ଭାବୁଛନ୍ତି । ଏହିଭଳି କିଛି ଆଗରା ର ରାମଲାଲ ବୃଦ୍ଧାଶ୍ରମରେ ରହୁଥିବା ଏକ ବୟସ୍କ ବ୍ୟକ୍ତି ନିଜର କାହାଣୀ ଏକ ୱେବସାଇଟକୁ କହିଛନ୍ତି ।

ନାଈର ମଣ୍ଡିରେ ରହୁଥିବା ଉମେଶ ଚନ୍ଦ୍ରଙ୍କର କାହାଣୀ ବହୁତ ଦୁଃଖଭରା ଅଟେ । ଯେଉଁ ପୁଅର ଗୋଟିଏ ହସ ଦେଖିବା ପାଇଁ ନିଜର ଖୁସିକୁ ବି ନଜର ଅନ୍ଦାଜ କରି ଦେଉଥିଲେ ସେହି ପୁଅ ବାପାକୁ ଚୋରୀ କରିବା ଦୋଷରେ ଘରୁ ବାହାର କରି ଦେଇଛି । ପୁଅର ଦୁଇଟି ଘର ଅଛି କିନ୍ତୁ ପିତାକୁ ବୃଦ୍ଧାଶ୍ରମରେ ରହିବା ପାଇଁ ବାଧ୍ୟ କରିଦେଇଛି । ପ୍ରଥମେ କେବେ କେବେ ସେ ଦେଖା ବି କରିବାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଆଉ ଆସୁ ନାହିଁ ।

ଅର୍ଜୁନ ନଗରର ସୁନହରୀଲାଲ ବର୍ମାଙ୍କର ତିନି ପୁଅ ଅଛନ୍ତି, ଯେଉଁଥିରେ ଗୋଟିଏ ପୁଅ ବିଦେଶରେ ଅଛି ଓ ବାକି ଦୁଇ ପୁଅ ଏଠି ରହୁଛନ୍ତି । ସୁଲତାନପୁରାରେ ତାଙ୍କର ସୁନା ଦୋକାନ ବି ଥିଲା ଓ ସବୁକିଛି ଠିକ ଠାକ ଚାଲୁଥିଲା । କିନ୍ତୁ କିଛି ସମୟ ପରେ ସୁନହରୀଲାଲଙ୍କୁ ରାମଲାଲ ବୃଦ୍ଧାଶ୍ରମର ଶରଣ ନେବାକୁ ପଡିଲା ।

ତାଙ୍କ ଅନୁସାରେ କାରୋବର ହାତରୁ ଯିବା ପରେ ପୁଅମାନେ ତାଙ୍କ ସହିତ ବହୁତ ଖରାପ ବ୍ୟବହାର କରିବାକୁ ଲାଗିଲେ । ସେମାନଙ୍କୁ ନା ଖାଇବାକୁ ଦେଉଥିଲେ ନା ରୋଗରେ ପଡିଲେ ଔଷଧ ଦେଉଥିଲେ ।

ସହରରେ ୩ ଟି ଘର, ଗୋଟିଏ ଦୋକାନର ମାଲିକ ଭଗବାନ ସ୍ୱରୂପ ଗୁପ୍ତାଙ୍କର ବି ଏହି କାହାଣୀ ଅଟେ । ସମୟ ବଦଳିବା ପରେ ଆଜି ଦୁଇ ସ୍ଵାମୀ – ସ୍ତ୍ରୀ ବୃଦ୍ଧାଶ୍ରମରେ ରହୁଛନ୍ତି । ବୋହୁ ଗାଳି କରୁଥିଲା ଓ ପୁଅ ବି ମାଆ – ବାପାକୁ ମାରିବ ବୋଲି କହୁଥିଲା । ପୁଅ ଦୁଇ ଜଣଙ୍କୁ ଏହା କହି ବାହାର କରିଦେଲା କି ବର୍ତ୍ତମାନ ତାଙ୍କ ଘରେ ସେମାନଙ୍କ ପାଇଁ ଆଉ କୌଣସି ଜାଗା ନାହିଁ । ଭଗବାନ ସ୍ୱରୂପଙ୍କ ମତରେ ତାଙ୍କର ପୁଅ ତାଙ୍କର ସମ୍ପତି ପାଇଁ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ବି ପ୍ରସ୍ତୁତ କରିଦେଇଛି ।

ଏଭଳି ପୁଆମାନଙ୍କୁ କେଉଁ ଶାସ୍ତି ଦେବା ଉଚିତ୍, ଦୟାକରି କମେଣ୍ଟ ରେ ଜଣାନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।