ଶନିଦେବଙ୍କର ସବୁଠାରୁ ପ୍ରିୟ ହୋଇଥାନ୍ତି ଏହି ଦୁଇଟି ରାଶି, କଣ ଆପଣ ଅଛନ୍ତି ଏଥିରେ ସାମିଲ?

ପୃଥିବୀରେ ବର୍ତ୍ତମାନ ୮ଟି ଗ୍ରହ ଅଛନ୍ତି । ସେହି ସବୁ ଗ୍ରହ ମାନଙ୍କ ଭିତରୁ ଶନିଦେବଙ୍କୁ ଅଧିକ ମହତ୍ଵ ଦିଆ ଯାଇଥାଏ । ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । କାରଣ ସେ ଭଲ କାମ ପାଇଁ ଭଲ ଫଳ ଏବଂ ଖରାପ କାମ ପାଇଁ ଖରାପ ଫଳ ଦେଇଥାନ୍ତି । ଏଥିପାଇଁ ଶନି ମହାଦଶା, ଶନି ସାଢେସାତୀ ଏବଂ ଶନିଙ୍କ ଗୋଚର ନାମ ଶୁଣିବା ମାତ୍ରେ ହିଁ ଆମକୁ ବହୁତ ଭୟ ଲାଗିଥାଏ ।

ଶନିଦେବ ନିଜର କୁଦୃଷ୍ଟି ଯାହା ଉପରେ ପକାଇଥାନ୍ତି ତାର ବହୁତ କିଛି କ୍ଷତି ହୋଇଥାଏ ଏବଂ ଯାହା ଉପରେ ଶନିଦେବ କୃପାଦୃଷ୍ଟି ରଖିଥାନ୍ତି ତାର ଜୀବନ ସଂପୂର୍ଣ୍ଣ ଭାବେ ବଦଳି ଯାଇଥାଏ । ବର୍ତ୍ତମାନ ଜ୍ୟୋତିଷଙ୍କ ଅନୁସାରେ ଶନିଦେବ ଶୁଭ ସ୍ଥିତିରେ ଦୁଇଟି ରାଶିର କୁଣ୍ଡଳୀରେ ଅଛନ୍ତି ଯାହାଦ୍ୱାରା କି ସେମାନେ ସବୁ କାମରେ ସଫଳତା ପାଇବେ । ତାହେଲେ ଆସନ୍ତୁ ଜାଣିବା ସେହି ରାଶି ଦୁଇଟି ବିଷୟରେ ।

ମକର ରାଶି

Image courtesy: Google

 

ଏହି ରାଶିର ଲୋକ ମାନେ ବହୁତ ମହାତ୍ଵାକାକ୍ଷୀ ହୋଇଥାନ୍ତି । ଏହି ରାଶିର ଲୋକାମାନେ ମାନ ସମ୍ମାନ ପାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ଏହି ଲୋକ ମାନଙ୍କୁ ବିଳାସିତ ଜୀବନ ପସନ୍ଦ ହୋଇଥାଏ । ଏହି ରାଶିର ଲୋକ ମାନଙ୍କୁ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ଏମାନଙ୍କୁ ଯାତ୍ରା କରିବା ପାଇଁ ବହୁତ ଭଲ ଲାଗିଥାଏ । ଏମାନଙ୍କର ଗମ୍ଭୀର ସ୍ଵଭାବ ପାଇଁ ଏମାନଙ୍କର ଅଧିକ ସାଙ୍ଗ ନଥାନ୍ତି । ଏହି ଲୋକ ମାନଙ୍କୁ ବହୁତ କମ କଥାବାର୍ତ୍ତା କରିବା ପସନ୍ଦ ହୋଇଥାଏ ଏବଂ ଏମାନେ ଭଗବାନ ଏବଂ ଭାଗ୍ୟ ଉପରେ ବହୁତ ଅଧିକ ବିଶ୍ୱାସ କରିଥାନ୍ତି ।

କୁମ୍ଭ ରାଶି

Image courtesy: Google

 

ଏହି ରାଶିର ଲୋକ ମାନଙ୍କୁ ଗମ୍ଭୀରତା ପସନ୍ଦ ହୋଇଥାଏ ଏବଂ ଏମାନେ ସବୁ କାମକୁ ଗମ୍ଭୀରତାର ସହ କରିଥାନ୍ତି । ଏହି ରାଶି ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ଏମାନଙ୍କର ବ୍ୟବହାର ବହୁତ ଭଲ ମଧ୍ୟ ହୋଇଥାଏ । ଏହି ଲୋକ ମାନଙ୍କୁ ସ୍ଵାଧୀନରେ ରହିବା ପାଇଁ ପସନ୍ଦ ହୋଇଥାଏ । ଏହି ଲୋକ ମାନେ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବା ସହିତ ଏମାନଙ୍କୁ ସାହିତ୍ୟ, କଳା ଏବଂ ଦାନ କରିବା ପାଇଁ ବହୁତ ଭଲ ଲାଗିଥାଏ । ଏହି ଲୋକ ମାନେ କେବେ ହେଲେ ନିଜ ବନ୍ଧୁଙ୍କୁ ଖରାପ ବ୍ୟବହାର କରିନଥାନ୍ତି । ଏମାନଙ୍କର ଏହି ଅଭ୍ୟାସ ତାଙ୍କୁ ସମସ୍ତଙ୍କର ପ୍ରିୟ କରି ରଖିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।