ସାଙ୍ଗ ହେବ ତ ଏମିତି- ସବୁ ସଂପର୍କକୁ ପଛରେ ପକାଇ ମୃତ୍ୟୁମୁଖରୁ ଛଡାଇ ଆଣିଲା ନିଜ ସାଙ୍ଗର ଜୀବନ

କହିବାକୁ ଗଲେ ଏହି କରୋନା ମଧ୍ୟରେ ଅସଲ ବନ୍ଧୁତାର ଏକ କାହାଣୀ ସାମ୍ନାକୁ ଆସୁଛି । ଗୋରଖପୁରର ଅସିଲାଭାର ଗ୍ରାମର ନିବାସୀ ଚନ୍ଦ୍ରଶେଖର ନିଜର ବନ୍ଧୁର ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ବୁଲୁଥିଲା । ଏହି ସମୟରେ ଗ୍ରାମରେ ଚନ୍ଦ୍ରଶେଖରର ପତ୍ନୀ ଓ ମା ତାକୁ ଫେରି ଆସିବା ପାଇଁ ରାଣ ଦେଉଥିଲେ । କିନ୍ତୁ ସେ ତାଙ୍କର ସମସ୍ତ ରାଣକୁ ଭାଙ୍ଗି ଦେଲା ଓ କହିଲା କି ଏହିଭଳି ଅବସ୍ଥାରେ ନିଜ ବନ୍ଧୁକୁ ଛାଡି ଯିବି ତେବେ ନିଜ ସହିତ କେବେ ବି ନଜର ମିଶାଇ ପାରିବି ନାହିଁ ।

ଶେଷରେ ଦିଲ୍ଲୀର ସଫଦରଜଂଗ ହସ୍ପିଟାଲରେ ବନ୍ଧୁର ଚିକିତ୍ସା କରାଇଲା ଓ ନିଜ ବନ୍ଧୁର ଜୀବନ ବଞ୍ଚାଇ ନେଲା । ପୁଣି ଚନ୍ଦ୍ରଶେଖର ନିଜର ସୁସ୍ଥ ବନ୍ଧୁକୁ ନେଇ ଗୋରଖପୁର ଫେରିଲା ତ କରୋନା ଯାଞ୍ଚରେ ବନ୍ଧୁ ପଜିଟିବ ବାହାରିଲା । କିନ୍ତୁ ଚନ୍ଦ୍ର ଶେଖରର ରିପୋର୍ଟ ନେଗେଟିଭ ଅଛି । କରୋନା ଭଳି ବର୍ତ୍ତମାନ ସମୟରେ ଯେଉଁଠି କିଛି ଲୋକମାନେ ନିଜର ଲୋକମାନଙ୍କ ସାଥ ଛାଡି ଦିଅନ୍ତି ସେହି ସମୟରେ ଏହିଭଳି ବନ୍ଧୁତା ନୂତନ ଆଶାର କିରଣ ଦେଖାଇଛି ।

କହିବାକୁ ଗଲେ ଅସିଲାଭାର ଗ୍ରାମର ବେରୋଜଗାରି ଚନ୍ଦ୍ରଶେଖରକୁ ତାହାର ସେହି ଅସୁସ୍ଥ ବନ୍ଧୁ ଜାନୁୟାରୀ ମାସରେ ଫରୀଦାବାଦ ନେଇ ଯାଇ ଥିଲା ଓ ତାକୁ କାମରେ ରଖିଦେଲା । ଚନ୍ଦ୍ରଶେଖରର ସେହି ବନ୍ଧୁ ସହିତ ଗ୍ରାମର ଅନ୍ୟ ଏକ ଯୁବକ ବି ପୂର୍ବରୁ ରହୁଥିଲା ଓ ଏହା ପରେ ତିନି ଜଣ ଏକାଠି ରହିବାକୁ ଲାଗିଲେ । କିନ୍ତୁ ଲକଡାଉନ ମଧ୍ୟରେ ୧୮ ଏପ୍ରିଲକୁ ଚନ୍ଦ୍ରଶେଖରର ବନ୍ଧୁ ବେହୋସ ହୋଇଗଲା ।

ଏହି ସମୟରେ ସେହି ଯୁବକ ଜଣକ ଏହାକୁ କରୋନା ଭାବି ଚନ୍ଦ୍ରଶେଖର ଓ ତାହାର ବନ୍ଧୁର ସାଥ ଛାଡି ଦେଲା । କିନ୍ତୁ ଚନ୍ଦ୍ରଶେଖର ନିଜର ବନ୍ଧୁକୁ ଫରୀଦାବାଦ ଜିଲ୍ଲା ହସ୍ପିଟାଲ ନେଇ ଗଲା । ଯେଉଁଠି ଜଣା ପଡିଲା କି ତାକୁ ହୃଦୟ ଜନିତ ରୋଗ ଅଛି । ଅବସ୍ଥା ଗମ୍ଭୀର ହେବାରୁ ଚନ୍ଦ୍ରଶେଖର ନିଜର ବନ୍ଧୁକୁ ସଫଦରଜଂଗ ହସ୍ପିଟାଲ ନେଇ ଗଲା । କିନ୍ତୁ ଏହା ମଧ୍ୟରେ ଚନ୍ଦ୍ରଶେଖରର ଘରକୁ ଏହି ସବୁ କଥା ଜଣା ପଡି ସାରିଥିଲା ।

ଏହା ପରେ ଚନ୍ଦ୍ରଶେଖରର ଘରୁ ଚନ୍ଦ୍ରଶେଖରକୁ ବାରମ୍ବାର ଫୋନ ଆସିବାକୁ ଲାଗିଲା ଓ ଘର ଲୋକମାନେ କହିଲେ କି ତୁ ନିଜର ଜୀବନକୁ ଜୋଖିମରେ ପକା ନାହିଁ । ଏହା ସହିତ ସେମାନେ ଚନ୍ଦ୍ରଶେଖରକୁ ନିଜର ରାଣ ବି ଦେଲେ । କିନ୍ତୁ ଚନ୍ଦ୍ରଶେଖର ସେହି ସମସ୍ତ ରାଣକୁ ନ ଶୁଣି ନିଜ ବନ୍ଧୁର ଚିକିତ୍ସା କରିବା ଉପରେ ଧ୍ୟାନ ଦେଲା ଓ ଶେଷରେ ନିଜ ବନ୍ଧୁକୁ ସଫଦରଜଂଗରୁ ସୁସ୍ଥ କରାଇ ଏମ୍ବୁଲାନ୍ସ ସାହାର୍ଯ୍ୟରେ ନିଜର ଗ୍ରାମ ଗୋରଖପୁର ନେଇ ପହଞ୍ଚି ଗଲା ।

କିନ୍ତୁ ଆପଣ ଜାଣି ବନ୍ଧୁତା ଉପରେ ବିଶ୍ଵାସ କରିବାକୁ ଲାଗିବେ କି ସେଠି କରୋନାର ଯାଞ୍ଚରେ ବନ୍ଧୁର ରିପୋର୍ଟ ପଜିଟିବ ଆସିବା ସତ୍ବେ ବି ଚନ୍ଦ୍ରଶେଖର ନିଜ ବନ୍ଧୁ ଛାଡି ଯାଇ ନ ଥିଲା । ଏହା ପରେ ଚନ୍ଦ୍ର ଶେଖରର ବନ୍ଧୁକୁ ମେଡିକାଲ କଲେଜରେ ଭର୍ତ୍ତି କରାଗଲା । ଏହା ସହିତ ଚନ୍ଦ୍ର ଶେଖରକୁ କ୍ୱାରଂଟୀନରେ ରଖାଗଲା ଓ ଚନ୍ଦ୍ର ଶେଖରର ଦୁଇ ଥର ଯାଞ୍ଚ ବି କରାଗଲା ଯେଉଁଥିରେ ତାହାର ରିପୋର୍ଟ ନେଗେଟିବ ଆସିଲା ।

ଏହା ପରେ ସୋମବାର ଦିନ ଯେତେବେଳେ ଚନ୍ଦ୍ର ଶେଖର ଘରେ ପହଞ୍ଚିଲା ତ ତାହାର ପତ୍ନୀର ଆଖିରୁ ଲୁହ ଝରି ଆସିଲା । ଅନ୍ୟ ପଟେ ଚନ୍ଦ୍ରଶେଖର ବନ୍ଧୁର ପୁଅର କହିବା ଅଟେ କି ଯଦି ଚନ୍ଦ୍ରଶେଖର ଦାଦା ନ ଥାନ୍ତେ ତେବେ ଆଜି ମୋର ପିତା ଜୀବିତ ନ ଥାନ୍ତେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।