ସମୁଦ୍ର ତଳେ କେମିତି ଜୀବନ ବିତାନ୍ତି ଭାରତୀୟ ସୈନିକ ? ଜାଣିଲେ ଛାତି ଥରି ଉଠିବ, ଏମିତି ଦେଶକୁ ଜଗି ରୁହନ୍ତି ନୌସୈନିକ ମାନେ !

ଏକଥା ତ ଆମେ ସମସ୍ତେ ଜାଣିଛେ ଆମ ଦେଶର ସୈନିକ ନିଜ ଜୀବନକୁ ବାଜି ଲଗାଇ ସମସ୍ତ ସୁଖ ସୁବିଧା ତ୍ୟାଗ କରି ଦେଶକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଦେଶରେ ଏମିତି କିଛି ସୈନିକ ଅଛନ୍ତି ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ ସ୍ଥଳ କି ଆକାଶ ନୁହେଁ ବରଂ ଗଭୀର ଜଳଭାଗ ମଧ୍ୟରେ ଲୁଚି ରହିଥାନ୍ତି । ଆଜ୍ଞା ହଁ, ନୌସେନାର କିଛି ସୈନିକ ବୁଡା ଜାହାଜରେ ସମୁଦ୍ରର ହଜାର ଫୁଟ୍ ତଳେ ରହି ଆମ ଦେଶକୁ ଜଗି ରହିଛନ୍ତି ।

ନୌସେନାକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ଯେଉଁମାନେ ପାଣି ଉପରେ ରହି ଜଗନ୍ତି ଓ ଅନ୍ୟଟି ଯେଉଁମାନେ ଗଭୀର ଜଳ ମଧ୍ୟରେ ରହି ଦେଶକୁ ଜଗନ୍ତି । ବାହାର ଦୁନିଆ ଠାରୁ ଦୂରେଇ ରହି ସମୁଦ୍ରର ଅତଳ ଜଳରାଶି ମଧ୍ୟରେ କିପରି ନିଜ ଜୀବନ ବଞ୍ଚେଇ ରଖି ଦେଶକୁ ସୁରକ୍ଷା ପ୍ରଦାନ କରନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ନୌସୈନିକଙ୍କ ଜୀବନ କେତେ କଷ୍ଟକର ଆପଣ ନିଶ୍ଚୟ ଅନୁମାନ କରି ପାରୁଥିବେ । ନୌସୈନିକଙ୍କ ଜୀବନ ସବୁବେଳେ ବିପଦରେ ଘେରି ରହିଥାଏ ।

ଯେବେବି ସେମାନେ କୌଣସି ମିଶନରେ ସମୁଦ୍ର ମଧ୍ୟକୁ ଯାଆନ୍ତି ତାହା 20-30 ଦିନର ମିଶନ ହୋଇଥାଏ । ବେଳେବେଳେ 60 ଦିନ ପର୍ଯ୍ୟନ୍ତ ମଧ୍ୟ ଏହି ମିଶନ ଚାଲେ । ଏହି ସମୟରେ ସେମାନେ ନିଜ ପରିବାର ଓ ବାହାର ଦୁନିଆ ଠାରୁ ଏକଦମ ବିଚ୍ଛିନ୍ନ ରୁହନ୍ତି । କେଉଁଠାକୁ, କେତେ ଦିନ ପାଇଁ ଯାଇଛନ୍ତି ଓ କେବେ ଫେରିବେ ଏହା କେବଳ ନୌସେନାର ମୁଖ୍ୟାଳୟ ଛଡା ଅନ୍ୟ କାହାରିକୁ ମଧ୍ୟ ଜଣା ନଥାଏ ।

ଗଭୀର ଜଳ ମଧ୍ୟରେ ଥିବାବେଳେ ସେମାନଙ୍କୁ ଯେଉଁ ପୋଷାକ ପିନ୍ଧିବାକୁ ଦିଆଯାଏ ତାହା ସେମାନେ 2-3ଦିନ ଯାଏଁ ପିନ୍ଧି ରୁହନ୍ତି । ସେହି ପୋଷାକରେ ଥିବା ରାସାୟନିକ ତତ୍ତ୍ଵ ପାଣି ଭିତରେ ଥିବା ଜୀବାଣୁଙ୍କ ଦ୍ଵାରା ସଂକ୍ରମିତ ହେବାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରେ । ତେବେ ବୁଡା ଜାହାଜର ସୈନିକମାନେ ଗାଧୋଇବା ତ ଦୂର ଦାଢି କିମ୍ବା ନଖ କାଟିବାକୁ ମଧ୍ୟ ସୁଯୋଗ ପାଆନ୍ତି ନାହିଁ । କାରଣ ବୁଡାଜାହାଜ ଭିତରକୁ କୌଣସି ଧାରୁଆ ଅସ୍ତ୍ର ନେବା ନିଷିଦ୍ଧ ଅଟେ ।

ଯେତିକି ଜଳ ବୁଡାଜାହାଜରେ ସଞ୍ଚିତ ଥାଏ ସେହି ଜଳକୁ ହିଁ ମାସ ମାସ ଧରି ସୈନିକଙ୍କୁ ବ୍ୟବହାର କରିବାକୁ ହୁଏ । ପ୍ରତି ସୈନିକଙ୍କୁ ଦିନକୁ କେବଳ 2ରୁ ଅଢେଇ ଲିଟର ଜଳ ବ୍ୟବହାର ପାଇଁ ମିଳେ । ଯାହା ଗାଧୋଇବା ତ ଦୂର ପିଇବାକୁ ମଧ୍ୟ ନିଅଣ୍ଟ ହୁଏ । ସମୁଦ୍ରରେ ବହୁତ ଦିନ ରହିବା ହେତୁ ସୈନିକଙ୍କ ଦେହ ଖରାପ ହେଲେ ତାଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କୁ ମଧ୍ୟ ସାଙ୍ଗରେ ନିଆଯାଏ ।

ବୁଡାଜାହାଜରେ ଶୋଇବାକୁ ଖୁବ କମ କକ୍ଷ ରହିଥାଏ । ତେଣୁ ସେମାନେ ଜଣଙ୍କ ପରେ ଜଣେ ଶୋଇବାକୁ ଯାଆନ୍ତି ଓ ଶୋଇବାକୁ ବହୁତ କମ୍ ସମୟ ମଧ୍ୟ ମିଳେ । ଜାହାଜ ତଳେ ସୈନିକଙ୍କୁ ସୂର୍ଯ୍ୟକିରଣ କି ଖୋଲା ପବନ ମିଳେନାହିଁ । ସେଥିପାଇଁ ପାଣ୍ଡୁବୀକୁ ବେଳେବେଳେ ଜଳ ଉପରକୁ ଅଣାଯାଏ, ଯେପରି ସୈନିକମାନେ ସତେଜ ଅନୁଭବ କରିବେ । ବୁଡାଜହାଜରେ ଖାଦ୍ୟ ମଧ୍ୟ ଖୁବ ସୀମିତ ରଖା ଯାଇଥାଏ, ଯାହାକି ସ୍ଵତନ୍ତ୍ର କଣ୍ଟେନରରେ ପ୍ୟାକ କରି ରଖା ହୋଇଥାଏ ।

ଗଭୀର ସମୁଦ୍ରରେ ରହିବା ଯୋଗୁଁ ସୈନିକଙ୍କ କାନ ଉପରେ ଗଭୀର ପ୍ରଭାବ ପଡିଥାଏ । ତେଣୁ କାନର ବିଶେଷ ଯତ୍ନ ନେବାକୁ ପଡେ । ବେଳେବେଳେ ଏହି ମିଶନ ଲମ୍ବା ଚାଲେ । ତେଣୁ କମ୍ ପାଣି ଓ କମ୍ ଖାଦ୍ଯ ଖାଇ ସୈନିକମାନେ ଆମ ଦେଶର ସୁରକ୍ଷା ଲାଗି କାର୍ଯ୍ୟ କରିବାରେ ଲାଗି ପଡନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।