ଅଜଣା ବାହାଘରରେ ଭୋଜି ଖାଇବାକୁ ପଶିଥିଲେ, ଧରାପଡିବା ପରେ କରି ପକାଇଲେ ଏମିତି ହରକତ, ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ video

ଅନ୍ୟ କାହା ବାହାଘରରେ କେବେ ମାଗଣା ଯାଇ ଖାଇଛନ୍ତି କି ? ନିମନ୍ତ୍ରଣ ନହୋଇ ବି ଅତିଥି ହୋଇ ଯାଇଥିବେ ଏବଂ ଧରା ପଡିବ ପରେ ଅପଦସ୍ତ ହୋଇଛନ୍ତି କି ? ଏକଥା ଶୁଣି ଆପଣଙ୍କୁ ବଲିଉଡର ମିଷ୍ଟର ପରଫେକ୍ଟ ଅମୀର ଖାନଙ୍କ ଫିଲ୍ମ “3 ଇଡିଅଟସ୍” ର ସେହି ଦୃଶ୍ୟ ମନେ ପଡି ଯାଉଥିବ । ତେବେ ଅସଲ ଜୀବନରେ ମଧ୍ୟ ଏମିତି ଅନେକ ଥର ହେବାର ନଜର ଆସିଛି । ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ ଦେଶ ସାରା ବାହାଘର ଚାଲିଛି । ଅଧିକ ଲୋକ ଯୋଗୁଁ କେବେକେବେ ବାହାଘରରେ ଖାଇବା କମ୍ ପଡିଯାଏ ।

ତେଣୁ ବାହାଘର ଭୋଜି ଓ ଆସୁଥିବା ଅତିଥିଙ୍କ ଉପରେ ସମସ୍ତେ ନଜର ରଖିଥାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଭାଇରାଲ ଭିଡିଓରୁ ଜଣାପଡୁଛି କି, ଜଣେ ଛାତ୍ର ଭୋଜି ଖାଇବା ପାଇଁ ଜଣେ ଅଜଣା ବ୍ୟକ୍ତିଙ୍କ ବିବାହ ଉତ୍ସବକୁ ପଶି ଯାଇଛନ୍ତି । କିନ୍ତୁ ଧରା ପଡିବା ପରେ ଛାତ୍ର ଜଣକ ବରଙ୍କ ପାଖକୁ ଯାଇ ଏକଥା ସ୍ଵୀକାର କରୁଛନ୍ତି ।

ଯାହା ଦେଖି ସୋସିଆଲ ମିଡିଆ ୟୁଜର୍ସ ତାଙ୍କର ଏଭଳି ଅନ୍ଦାଜକୁ ବେଶ କରିଛନ୍ତି । ଛାତ୍ର ମଣ୍ଡପରେ ବସିଥିବ ବରଙ୍କୁ ଭେଟି କହୁଛନ୍ତି, ଆପଣ କିଏ ଓ ଆପଣଙ୍କ ନାଁ କଣ ଆମେ ଜାଣିନୁ । ଆମେ ପାଖ ହଷ୍ଟେଲରେ ରହୁ । ଆଜି ରୋଷେଇ ହୋଇ ନଥିଲା ସେଥିପାଇଁ ଖାଇବାକୁ ଏଠାକୁ ପଳେଇ ଆସିଲୁ । ଏଥିରେ ଆପଣଙ୍କୁ କିଛି ଅଭିଯୋଗ ଅଛି କି ?

ବରଙ୍କୁ ଏମିତି ପଚାରିଥିଲେ ଛାତ୍ରଜଣକ । ଯୁବକଙ୍କ ଏତକ କଥା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯୁବକଙ୍କ କଥା ଶୁଣିବା ପରେ ବରଜଣକ ମଜାଳିଆ ଅନ୍ଦାଜରେ କହୁଛନ୍ତି, ତୁମେ ଖାଇବା ଆଉ ହଷ୍ଟେଲ ପାଇଁ ନେଇକି ବି ଯିବ । ପୁରା 50 ଜଣଙ୍କ ପାଇଁ ଖାଇବା ନେଇଯାଅ । ଉଭୟଙ୍କ କଥା ସରିବା ପରେ ଉଭୟ ହସୁଛନ୍ତି ଓ ଛତ୍ର ଜଣଜଣଙ୍କ ବରଙ୍କୁ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।

ଟ୍ବିଟରରେ ଏହି ଭିଡିଓ ପୋଷ୍ଟ ହେବା ପରେ ବର୍ତ୍ତମାନ ଏହାକୁ ଲକ୍ଷ ଲକ୍ଷ ୟୁଜର୍ସ ଦେଖି ସାରିଲେଣି । ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।