7 ଖାଦ୍ଯ ଯାହା ଆପଣଙ୍କ ଲିଭର ଡ୍ୟାମେଜ ର ମୁଖ୍ୟ କାରଣ ହୋଇପାରେ, ଯଦି ଖାଉଛନ୍ତି ତେବେ ଆଜି ହିଁ ଖାଇବା ବନ୍ଦ କରିଦିଅନ୍ତୁ, Dr Saleem Zaidi

ଦୂଷିତ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଲିଭରରେ ଅଧିକାଂଶ ରୋଗ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଖାଦ୍ଯପେୟ ବିଷୟରେ କହିବୁ ଯାହା କେବେବି ଖାଇବା ଉଚିତ ନୁହେଁ । ଏହା ଲିଭର ପାଇଁ ବିଷ ସଦୃଶ ହୋଇଥାଏ । ପ୍ରଥମ ହେଉଛି ରିଫାଇନଡ୍ ସୁଗାର ବା ହ୍ଵାଇଟ ସୁଗାର । ସୁଗାର ଅଧିକ ଖାଇବା ଦ୍ଵାରା ଏହା ଆମ ଶରୀରରେ ଫ୍ୟାଟ ବୃଦ୍ଧି କରେ । ଲିଭର ଫୃକ୍ଟୋଜକୁ ଫ୍ୟାଟରେ ପରିଣତ କରିବାର କାମ କରିପାରେ ।

ଯେଉଁଥି ପାଇଁ ସୁଗାର ଅଧିକ ଖାଇବା ଦ୍ଵାରା ଲିଭର ଚାରିପଟେ ଫ୍ୟାଟ ଜମା ହେବାକୁ ଲାଗେ ଏବଂ ଫ୍ୟାଟି ଲିଭର ଭଳି ସମସ୍ଯା ଦେଖାଦିଏ । ଫ୍ୟାଟି ଲିଭର ଆହୁରି ଅନେକ ଲିଭର ସମସ୍ଯା ସହ ଲିଭର ଫେଲ୍ଯୁର ଭଳି ସ୍ଥିତି ସୃଷ୍ଟି କରିପାରେ । ଏକ ରିସର୍ଚ୍ଚ ଅନୁଯାୟୀ ଆଲକୋହଲ ସେବନ ଦ୍ଵାରା ଲିଭରରେ ଯେତିକି ଖରାପ ପ୍ରଭାବ ପଡିଥାଏ ସୁଗାର ମଧ୍ୟ ସେତିକି କ୍ଷତି କରିଥାଏ । ତେଣୁ ମିଠା ଓ ଚିନିଜାତୀୟ ଖାଦ୍ଯ ସେବନ କରିବାରୁ ବଞ୍ଚିତ ରହିବା ଉଚିତ ।

ଦ୍ବିତୀୟରେ ଅନେକ ଲୋକ ଭାବନ୍ତି ଯେ ଆୟୁର୍ବେଦିକ ସପ୍ଲିମେଣ୍ଟ ବା ଜଡିବୁଟିର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାନ୍ତିନି । କିନ୍ତୁ ବିନା ଡାକ୍ତରଙ୍କ ପରାମର୍ଶରେ କିମ୍ବା ଭୁଲ ଉପାୟରେ ସେବନ କରିବା ଦ୍ଵାରା ଏହି ଜଡିବୁଟି ମଧ୍ୟ ଆମ ଲିଭରରେ ଖରାପ ପ୍ରଭାବ ପକାଇପାରେ । ଖାସ କରି ଗିଲୋୟ ଭଳି ଜଡିବୁଟି ଆମ ଇମ୍ୟୁନିଟି ବୃଦ୍ଧି କରିଥାଏ ବୋଲି ସମସ୍ତେ ଏହାର ବ୍ୟବହାର କରିଥାନ୍ତି ।

କିନ୍ତୁ ଗିଲୋୟର ଅଧିକ ସେବନ ଦ୍ଵାରା କିମ୍ବା ଭୁଲ ଉପାୟରେ ସେବନ ଦ୍ଵାରା ଏହା ଆପଣଙ୍କ ଲିଭରକୁ ଡ୍ୟାମେଜ କରିପାରେ । ଲମ୍ବା ସମୟ ଧରି ଭିଟାମିନ-A କିମ୍ବା ମଲ୍ଟିଭିଟାମିନ ସପ୍ଲିମେଣ୍ଟ ନେବା ଦ୍ଵାରା ମଧ୍ୟ ଏହା ଆପଣଙ୍କ ଲିଭର କୋଷକୁ କ୍ଷତି ପହଞ୍ଚାଇ ପାରେ । ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ସପ୍ଲିମେଣ୍ଟ ସେବନ କରନ୍ତୁ ନାହିଁ । ପ୍ରାକୃତିକ ଜିନିଷରୁ ଭିଟାମିନ-A ନେବା ପାଇଁ ଚେଷ୍ଟା କରନ୍ତୁ । ଏଥିସହ ସଫ୍ଟ ଡ୍ରିଙ୍କସ୍ ମଧ୍ୟ ଲିଭର ପାଇଁ ବହୁତ କ୍ଷତିକାରକ ।

ଏହା ବିଲକୁଲ ପିଅନ୍ତୁ ନାହିଁ, ଯଦି ପିଉଛନ୍ତି ତେବେ ବହୁତ କମ୍ ପରିମାଣରେ ପିଅନ୍ତୁ । ଏହାବ୍ଯତୀତ ଏସିଟାମିନୋଫେନ ବା ପାରାସିଟାମଲ ଏଭଳି ଏକ ଔଷଧ ଯାହାର ବହୁଳ ବ୍ୟବହାର ହୋଇଥାଏ । ଏହା ସୁରକ୍ଷିତ ହୋଇଥିଲେ ମଧ୍ୟ ହାଇ ଡୋଜରେ ନେଲେ ଏହା ଆମ ଲିଭର କୋଷକୁ ଡ୍ୟାମେଜ କରିଦିଏ । ତେଣୁ ଏହା ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା ଉଚିତ ।

ଯଦି ପୂର୍ବରୁ ଲିଭର ସମସ୍ଯା ରହିଛି ତେବେ ପାରାସିଟାମଲ ଖାଇବାରୁ ବଞ୍ଚିତ ରହିବା ଉଚିତ । ଟ୍ରାନ୍ସ ଫ୍ୟାଟ ମଧ୍ୟ ଆମ ଲିଭର ପାଇଁ ବିଷ ଭଳି କାମ କରିଥାଏ । ଟ୍ରାନ୍ସ ଫ୍ୟାଟ ଶିରାପରାଶିରା ମଧ୍ୟରେ ଜମା ହୋଇ ଲିଭର ଡ୍ୟାମେଜ ଓ ହାର୍ଟଆଟାକ୍ ଭଳି ଅନେକ ମାରାତ୍ମକ ରୋଗ ସୃଷ୍ଟି କରିଥାନ୍ତି । ବେକଡ୍ ଫୁଡ୍ ଓ ପ୍ଯାକେଜଡ୍ ଫୁଡ୍ ମାନଙ୍କରେ ଏହି ଟ୍ରାନ୍ସ ଫ୍ୟାଟ ଆଧିକ ମାତ୍ରାରେ ମିଳିଥାଏ । ତେଣୁ ଏହିସବୁ ଜିନିଷ ଖାଇବାରୁ ମଧ୍ୟ ଦୂରେଇ ରୁହନ୍ତୁ ।

ଶେଷରେ ଆଲକୋହଲ ଆମ ଲିଭର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେଣୁ ଅତ୍ୟଧିକ ମଦ୍ୟପାନରୁ ବଞ୍ଚିତ ରୁହନ୍ତୁ । ଅଳ୍ପ ପରିମାଣରେ ମଧ୍ୟ ଆଲକୋହଲ ନେଲେ ଧୀରେ ଧୀରେ ଏହା ଆପଣଙ୍କ ଲିଭର ଉପରେ ପ୍ରଭାବ ପକାଇଥାଏ । ତେଣୁ ଆଲକୋହଲ ବିଲକୁଲ ସେବନ ନକରିବା ଭଲ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।