ପ୍ରେମ ବିବାହର ମାତ୍ର 1 ବର୍ଷ ପରେ କାହିଁକି ସମ୍ପର୍କରେ ଆସିଲା ଫାଟ ? ଏହାର କାରଣ କଣ ? କାହାର ରହିଛି ଦୋଷ ?

ଭଲ ପାଇକି ବିବାହ କରିଥିଲେ ସୁମିତ ଓ ତପସ୍ଵିନୀ । ଘର ଲୋକଙ୍କ ବିରୁଦ୍ଧ ରେ ଯାଇକି ଦୁହେଁ ଧରିଥିଲେ ପରସ୍ପର ଙ୍କ ହାତ । ହଠାତ ଉଠିବା ଝଡ ଯାହା ଦୁହିଁଙ୍କ ମଧ୍ୟରେ ଆଜି ଏକ ବଡ ପ୍ରଳୟ ହୋଇ ଠିଆ ହୋଇଛି । ଆଜି ଭି ସବୁଦିନ ସେମାନଙ୍କ ଚର୍ଚା ସବୁ  ଆଡେ ହେଉଛି । ଭଲ ପାଇ ବିବାହ କରିବା ପରେ ଦୁହେଁ 1 ବର୍ଷ ଯାଏ ଖୁବ ଭଲରେ ରହିଥିଲେ ଏବେ କଣ ଏହି ଭଳି ପରିସ୍ଥିତି ହୋଇଛି ଯାହା ଦ୍ଵାରା ସୁମିତ ଦୂରେଇ ଯିବା ପାଇଁ ଚାହୁଁ ଛନ୍ତି ପ୍ରଶ୍ନ କରୁଛନ୍ତି ତପସ୍ଵିନୀ ।

ତପସ୍ଵିନୀ ସୁମିତ ଙ୍କୁ ଛାଡିବା ପାଇଁ ଚାହୁଁ ନାହାଁନ୍ତି କିନ୍ତୁ ସୁମିତ ଏବେ ନିଜ ଛୁଟି ଅବଧିକୁ ବଢାଇବାରେ ଲାଗିଛନ୍ତି । ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଛି ସାମନାକୁ । କଣ ସୁମିତ ଙ୍କ ଜୀବନରେ ଆଉ କେହି ଆସିଯାଇ ଛନ୍ତି କିମ୍ବା କଣ ସୁମିତ ଆଉ କାହାକୁ ବିବାହ କରିବା ପାଇଁ ଆଗରୁ ସ୍ଥିର କରିଥିଲେ ଯଦି ଏହା ସତ୍ୟ ତେବେ ସେ ତପସ୍ଵିନୀ ଙ୍କୁ ବିବାହ କଣ ପାଇଁ କରିଥିଲେ ।

ତପସ୍ଵିନୀ ଙ୍କୁ ବିବାହ କରିବା ଅପରେ ତାଙ୍କ ୬ ସପ୍ତାହର ଗର୍ଭ କୁ କଣ ପାଇଁ ନଷ୍ଟ କରାଯାଇଛି ଏହାର ଉତ୍ତର ମଧ୍ୟ ନିଜେ ପାଇ ନାହାଁନ୍ତି ତପସ୍ଵିନୀ । ତାଙ୍କ ମତରେ ସୁମିତ ତାଙ୍କ ଜୀବନ ସହ ଖେଳି ଛନ୍ତି ଓ ଏବେ ସେ ତାଙ୍କୁ ଛାଡି ଜୀବେନି କାରଣ ସେ ସିନ୍ଦୁର ଲଗାଇ ଏବେ ହାତରେ ଶଙ୍ଖା ପିନ୍ଧି ତାଙ୍କ ପତ୍ନୀ ହୋଇ ସାରିଛନ୍ତି । ଏବେ ସେ ତାଙ୍କ ସହ ରହିବା ପାଇଁ ଚାହାଁନ୍ତି ।

ପ୍ରେମ କରି ବିବାହ କରିବା ପରେ ମଧ୍ୟ ଉଠିଥିବା ଝଡକୁ ନେଇ ପରିବାର ଲୋକ ମଧ୍ୟ ଅତିଷ୍ଟ ହୋଇ ଗଲେଣି । ତପସ୍ଵିନୀ ହାଡ ଭଙ୍ଗା ସିତରେ ଭିତରକୁ ନ ଯାଇ ପ୍ପାରୀ ରାସ୍ତା ରେ ଘର ସାମନାରେ ନିଜ ପାଇଁ ବ୍ୟବସ୍ଥା କରିଛନ୍ତି କିନ୍ତୁ ଏହା ମଧ୍ୟ ଅସୁବିଧା କରୁଛି ପରିବାର ଲୋକଙ୍କୁ । କଣ ପାଇଁ ଲୁଚୁଛନ୍ତି ସେମାନେ ସେମାନେ କଣ ପାଇଁ ତପସ୍ଵିନୀ  ଙ୍କୁ ଭିତରକୁ ଆସିବା ପାଇଁ ଦେଉ ନାହାଁନ୍ତି । ଏବେ ସେମାନେ କୋର୍ଟ ରେ ପେଟିସନ ଫାଇଲ କରିଛନ୍ତି କି  ସେ ତପସ୍ଵିନୀ ଙ୍କୁ ତାଙ୍କ ଘର ଆଗରୁ ହଟାଇ ଦିଅନ୍ତୁ ।

ତପସ୍ଵିନୀ ଙ୍କ ଜେଜେମା ଶାଶୁ ଓ ଶାଶୁ ମିସିକି ଏହି ଭଳି କେସ ଦେଇଥିବାରୁ କିଛି ଜଣ ହାଇ କୋର୍ଟ ରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବାର ଜଣା ପଡିଛି । ତେବେ ଏବେ ତପସ୍ଵିନୀ ପ୍ରଶ୍ନ କରୁଛନ୍ତି କି ସୁମିତ କଣ ପାଇଁ ତାଙ୍କୁ ପ୍ରତାରଣା ଦେଉଛନ୍ତି ଏହାର କାରଣ କଣ ? ଏହା ମଧ୍ୟ କହିଛନ୍ତି କି ଯେତେ ଅଭିନୟ କରିଲେ ମଧ୍ୟ କିମ୍ବା ଯେତେ ଅସୁବିଧା ଆସିଲେ ମଧ୍ୟ ତପସ୍ଵିନୀ ସେହି ଜାଗା ଛାଡି କେଉଁ ଆଡେ ଆଉ ଯିବାର ନାଇ । ଏହା ତପସ୍ଵିନୀଙ୍କ ଶେଷ ନିଷ୍ପତ୍ତି । ଏହା ସେ ସ୍ପଷ୍ଟ କରିଛନ୍ତି ମିଡିଆ ଆଗରେ।