ଅଧାରେ ରହିଲା ତହସିଲଦାର ଓ ଆରଆଇ ଙ୍କ ଚିକେନ୍ ଖିଆ ! ଚିକେନ୍ ରନ୍ଧା ସରିଥିଲା, ଭାତ ବି ହୋଇ ସାରିଥିଲା, କିନ୍ତୁ ହଠାତ ପହଞ୍ଚିଗଲେ …

ଭୋଜିର ଆୟୋଜନ ହୋଇ ସାରିଥିଲା ସାରିଥିଲା ସବୁ କାମ । କେବଳ ଅପେକ୍ଷା ଥିଲା ଖିଆ ପିଆ ର । ସାଧାରଣ ଭାବେ ବିଭାଗର ହେଉ କିମ୍ବା ବ୍ରତ ଘର ସରକାରୀ କର୍ମଚାରୀ ମାନେ ଏହାକୁ ଅଟକାଇ ଦେଇ ଥାନ୍ତି ଓ ଭୋଜିର ଆନନ୍ଦ ଖରାପ ହୋଇ ଯାଇଥାଏ ବୋଲି ଆମେ ଜାଣିଛେ କିନ୍ତୁ ପ୍ରଥମ ଥର ପାଇଁ ଆମେ ଜାଣିବାକୁ ପାଇଛେ କି ଗ୍ରାମବାଶି ମାନେ ସରକାରୀ କର୍ମଚାରୀଙ୍କ ଭୋଜିକୁ ଅଧାରେ ରଖି ଦେଇଛନ୍ତି । ଚିକେନ ଖିଆ ପାଇଁ  ଧୂମ ଧାମରେ ଆୟୋଜନ କରା ଯାଇଥିଲା ।

ଚିକେନ ରୋଷେଇ ସାରିଥିଲା ଭାତ ମଧ୍ୟ ହୋଇ ସାରିଥିଲା । ଠିକ ଖାଇବା ସମୟରେ ଆସି ପହଞ୍ଚି ଯାଇ ଥିଲେ ଉତ୍ୟକ୍ତ ଗ୍ରାମ ବାଶି ଓ ଭୋଜିର ଆସର କୁ ଖରାପ କରି ଦେଇଥିଲେ । ଏହି ଭୋଜି ଆୟୋଜିତ ହୋଇ ଥିଲା ତହଶିଲଦାର ଓ ତାଙ୍କ ଷ୍ଟାଫ । ସବୁ ଖୁଶି ଅଶାନ୍ତିରେ ପରିଣତ ହୋଇ ଯାଇଥିଲା ଭୋଜିରେ ଆଉ ନଥିଲା ଆଗ୍ରହ ।

ଲୋକଙ୍କ କହିବା ଅନୁସାରେ ବିବାଦୀୟ ଜାଗାକୁ ନେଇ ସେମାନେ ସେହି ଖେଳ ପଡିଆକୁ ଯାଇଥିଲେ । ଯେଉଁ ଖେଳ ପଡିଆକୁ ନେଇ ବିବାଦ ଅଛି ସେହି ଜାଗାରେ ଭୋଜି କିଭଳି ହୋଇ ପାରିବ । ଗ୍ରାମ ବାଶି ଙ୍କ ମତ ଅନୁସାରେ ତାହଶୀଲଦାର ଅପର ପକ୍ଷ ଙ୍କ ସହ ମିଶି ଯାଇ ଛନ୍ତି । ଯାହା ପାଇଁ ଗ୍ରାମ ବାଶି ପୋଲିଶ ନେଇକି ସେଠାରେ ପହଞ୍ଚି ଯାଇଥିଲେ । ଲୋକେ ତାତିବା ସହ ସେହି ଜାଗାରେ ତହଶିଲଦାର ଓ ଅନ୍ୟମାନଙ୍କୁ ଅଟକାଇ ରଖି ଥିଲେ ।

ଜଣେ ଗ୍ରାମ ବାଶି କହିଲେ କି ଏହି ଖେଳ ପଡିଆକୁ ନେବା ପାଇଁ ସେମାନେ ଟିଟିଲା ଗଡ ଥାନାରେ ଓ ସିଣ୍ଡା ଥାନାରେ ମାମଲା ରଜୁ କରିଥିଲେ । ଏହା ପରେ ତହଶିଲଦାର, ଅମିନ, ଆରଆଇ, ସବୁ ଆସି ଥିଲେ । କିନ୍ତୁ ଏହା ଠିକ ନୁହେଁ ବୋଲି ଗ୍ରାମବାଶି ମାନେ କହିଲେ । ସେମାନେ ରାଗି ଯାଇ ସବୁଙ୍କୁ ଅଟକାଇ ଦେଇ ଥିଲେ । ତହଶିଲଦାର କହିଥିଲେ କି ଆଗରୁ ମାପ ଚୁପ ହୋଇ ସାରିଛି ଏହା କିନ୍ତୁ ଗ୍ରାମବାସୀ ମାନଙ୍କୁ ପସନ୍ଦ ନଥିଲା ।

ତେଣୁ କରି ତହଶିଲଦାର ନିଜେ ଆସିଥିଲେ ଏହା କିନ୍ତୁ ଏହା ସମାଧାନ ହେବାର ନାମ ନେଉନି ବୋଲି କହିଛନ୍ତି ଗ୍ରାମବାଶି ମାନେ । ଏକ ପାଖରେ ରାଗିଥିବା ଗ୍ରାମବାଶି ଓ ଆର ପାଖରେ ଜମି ର ମାମଲା ଏହା ପାଇଁ ପୋଲିଶ ସରକାରୀ ଅଧିକାରୀ ମାନଙ୍କୁ ସେହି ଜାଗାରୁ ଉଦ୍ଧାର କରି ନେଇଥିଲେ ଓ  ସେହି ଜମି ଉପରେ ଭୋଜି ହେଉଥିବାରୁ ସନ୍ଦେହ ତହଶିଲଦାର ଙ୍କ ଉପରକୁ ଯାଇଛି କିନ୍ତୁ ତହଶିଲଦାର ଏହା ପାଇଁ କିଛି ମତ ଦେଇ ନାହାଁନ୍ତି । ଅନ୍ୟ ସରକାରୀ କର୍ମଚାରି ମାନେ ଖୁଶିରେ ଭୋଜିର ଆୟୋଜନ କରା ଯାଉ ଥିବାର କହିଛନ୍ତି ।