ACF Soumya Ranjan ଡେଥ ମିଷ୍ଟ୍ରି: ବିଶ୍ୱାସ କରି ହେଉନି ବିଦ୍ୟା ଭାରତୀଙ୍କୁ ,ଝଗଡ଼ା ତ ସ୍ବାମୀ ସ୍ତ୍ରୀ କରନ୍ତି ହେଲେ ପ୍ରମାଣ କେତେଜଣ ରଖନ୍ତି ?

ACFO ସୌମ୍ଯ ରଞ୍ଜନ ମୃତ୍ୟୁ ମାମଲାରେ ଖୋଲି ଚାଲିଛି ଗୋଟିଏ ପରେ ଗୋଟିଏ ରହସ୍ୟ । ନିକଟରେ ସୌମ୍ଯଙ୍କ ପତ୍ନୀ ବିଦ୍ୟାଭାରତୀ ସ୍ଵାମୀ ସୌମ୍ୟଙ୍କ ସହ ଯୁକ୍ତି ତର୍କ ସମୟର ଏକ ଅଡିଓ ରେକଡ଼ିଂ ମିଡିଆରେ ଛାଡିଛନ୍ତି । କିନ୍ତୁ ହି ଅଡିଓ ରେକଡ଼ିଂ ଓଲଟା ତାଙ୍କ ଉପରେ ହିଁ ପ୍ରଶ୍ନ ଉଠାଉଛି ।

ପ୍ରତ୍ଯେକ ସ୍ଵାମୀ ସ୍ତ୍ରୀ ଝଗଡା କରନ୍ତି, ହେଲେ ଏହିପରି ପ୍ରମାଣ କେତେ ଜଣ ରଖନ୍ତି ? କଣ ପାଇଁ ସୌମ୍ଯ ରଞ୍ଜନଙ୍କ ଚରିତ୍ର ଖରାପ ବୋଲି ଦେଖାଇବାକୁ ପ୍ରମାଣ ଏକାଠି କରୁଥିଲେ ପତ୍ନୀ ବିଦ୍ୟାଭାରତୀ ? ସୌମ୍ଯଙ୍କ ଠାରୁ ଲୁଚେଇକି ନିଜେ ଅଡିଓ ରେକଡ଼ିଂ କରିଛନ୍ତି ଓ କହୁଛନ୍ତି ମୋବାଇଲ ଦେଲେ ଅନ୍ୟ ଝିଅ ସହ ତୁମ ସମ୍ପର୍କ ପ୍ରମନା କରିଦେବି, ତୁମ ପଛରେ କିଛି କରିବିନି ଯାହା କରିବି ଫ୍ରଣ୍ଟରେ କରିବି ।

ତେବ ନିଜ ଅଡିଓ ଭାଇରାଳ କରି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବିଦ୍ୟା ଭାରତୀ ? ଏହା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଭୂମିକାରେ ତାଙ୍କ ଉପରେ ଆହୁରି ସନ୍ଦେହ ସୃଷ୍ଟି କରୁଛି । ଏହି ଅଡିଓ କ୍ଲିପ ସହ କିଛି ଚାଲ ଖେଳୁ ନାହାନ୍ତି ତ ବିଦ୍ୟାଭାରତୀ ? କାହିଁକି ଏତେ ଛୋଟ ଅଡିଓ କ୍ଲିପ ପାଇଲେ ସବୁ ଗଣମାଧ୍ୟମ ପ୍ରତିନିଧି ? ଆଉ କିଛି ଅଲଗା ନ ଥିଲା ତ ଏହି ଅଡିଓ କ୍ଲିପ ରେ ?

ଏହି ଅଡିଓ କ୍ଲିପରେ ପଟି ପତ୍ନୀଙ୍କ ମଧ୍ୟରେ ତୃତୀୟ ଏକ ଝିଅକୁ ନେଇ ଝଗଡା ଲାଗିଛି । ହେଲେ ଏଠାରେ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଉଠୁଛି ଯେ, ସେ ଝିଅ ଜଣଙ୍କ କିଏ ? ଅଡିଓରୁ ଜଣା ପଡୁଛି ଯେ ସୌମ୍ଯ ସେ ଝିଅର ନମ୍ବର ପତ୍ନୀଙ୍କୁ ଦେବାକୁ ରାଜି ଅଛନ୍ତି, କିନ୍ତୁ ସେ ଜିଦ ଧରି ବସିଛନ୍ତି ମୋବାଇଲ ଦେବାକୁ ।

ତେବେ କାହିଁକି ସେ ଏକାଠି କରୁଥିଲେ ଏହି ସମସ୍ତ ପ୍ରମାଣ, ଯାହା ଗଣମାଧ୍ୟମ ପ୍ରତିନିଧୀଙ୍କୁ ଗୋଟିଏ ପରେ ଗୋଟିଏ ଦେଇ ଚାଲିଛନ୍ତି ? ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟାଭାରତୀ ଓ DFO ଙ୍କ ଉପରେ ସନ୍ଦେହ କରି ତଦନ୍ତ କରିବାକୁ କହୁଥିବା ବେଳେ, ପତ୍ନୀ ବିଦ୍ୟାଭାରତୀ ଓଲଟ ସୌମ୍ୟଙ୍କ ପରକ୍ରିୟା ପ୍ରୀତି କଥା ଉଠାଇଛନ୍ତି ।

ଅନ୍ୟ ପଟେ ବିଦ୍ୟାଙ୍କ ବାପା କହିଛନ୍ତି ଯେ, ‘ଜ୍ଵାଇଁ ମୋର ଦେବତା’ । ଆହୁରି ମଧ୍ୟ କହିଛନ୍ତି ଯେ ଝିଅ ଓ ଜ୍ଵାଇଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ତେବେ କାହାର ମଧ୍ୟ କଥାରେ କିଛି ତାଳମେଳ ଖାଉନି । ଏପରି ସ୍ଥିତିରେ ବିଦ୍ୟାଙ୍କ ଉପରେ ବିଶ୍ବାସ ମଧ୍ୟ କରି ହେଉ ନାହିଁ । ତେବେ ବିଦ୍ୟାଙ୍କ ଅଡିଓ କ୍ଲିପକୁ ନେଇ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।