ସାମ୍ନାକୁ ଆସିଲା Babushan ଓ Prakruti ଙ୍କ ସମ୍ପର୍କ ପଛର ଗୁମର, ଫାର୍ମହାଉସରେ ଏମାନେ କଣ କରୁଥିଲେ ଟିକେ ଦେଖନ୍ତୁ ଏହି video

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକୃତି ମିଶ୍ର ଓ ବାବୁଶାନଙ୍କ ଏକ ଫାର୍ମହାଉସ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ବାବୁଶାନ ମହାନ୍ତି, ତାଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ ହାଇଡ୍ରାମା ଭିଡିଓଟି ଭାଇରାଲ ହୋଇ ବାବୁଶାନ ଓ ପ୍ରକୃତିଙ୍କ ଅନୈତିକ ପ୍ରେମ କାହାଣୀ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ, ଏହି ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବାବୁଶାନ ଓ ପ୍ରକୃତି ମିଶି ଖୁବ୍ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓଟି ସାମାନ୍ଯ ପୁରୁଣା ହୋଇଥିବା ବେଳେ ଏହା କେବେକାର ଓ କେଉଁଠି ଶୁଟିଙ୍ଗ ହୋଇଥିଲା ତାହା ଏବେ ଯାଏଁ ଜଣା ପଡିନାହିଁ । କିନ୍ତୁ ଏହି ଭିଡିଓରୁ ଏତିକି ବାରି ହେଉଛି ଅଭିନେତା ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି । ଏହି ଭିଡିଓରେ ବାବୁଶାନ ଓ ପ୍ରକୃତିଙ୍କ ସହ ଅନ୍ୟ ଜଣେ ବାନ୍ଧବୀ ମଧ୍ୟ ଅଛନ୍ତି ଏବଂ ବାବୁଶାନ ଗାଇଥିବା “ମୁଁ ନୂଆ ଶାୟରୀ, ନା ନୂଆ ନୂଆ କବିତା” ଗୀତକୁ ନିଜେ ଗାଉଛନ୍ତି ।

ବାବୁଶାନଙ୍କ ଗୀତର ତାଳେ ତାଳେ ପ୍ରକୃତି ହାତର ଆଙ୍ଗୁଳିରେ ଚୁଟକି ବଜାଉଛନ୍ତି । ବାବୁଶାନ ଗୀତ ଗାଉଥିବା ବେଳେ ତାଙ୍କ ସ୍ଵରରେ ବିଭୋର ହୋଇ ଯାଉଛନ୍ତି ପ୍ରକୃତି ମିଶ୍ର । ତାଙ୍କ ଗୀତରେ ଆନନ୍ଦରେ ଝୁମୁଛନ୍ତି ପ୍ରକୃତି । ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହେଉଥିବା ବେଳେ ଏହି ପୁରୁଣା ଭିଡିଓଟି ମଧ୍ୟ ଭାଇରାଲ ହେଉଛି । ଏହି ଭିଡିଓଟି ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ।

ଆଉ ଏସବୁ ଭିତରେ ବାବୁଶାନଙ୍କ ମାଆ ଅପରାଜିତା ମହାନ୍ତି ବ୍ଳାକମେଲ କଥା ଉଠାଇଥିବା ବେଳେ ଏହାର ଜବାବ ରଖିଛନ୍ତି ନିଜେ ବାବୁଶାନ । ପ୍ରକୃତି ତାଙ୍କୁ ବ୍ଳାକମେଲ କରୁଥିବା ଅଭିଯୋଗକୁ ସିଧା ଦୃଢ ଭାବେ ଖଣ୍ଡନ କରିଛନ୍ତି ବାବୁଶାନ । ସେ ଏକ ଭିଡିଓ ଜାରି କରି କହିଛନ୍ତି କି, ମୋତେ କେହିବି ବ୍ଳାକମେଲ କରୁନାହାନ୍ତି କି ପ୍ରକୃତି ମୋ ଠାରୁ କେବେବି ଟଙ୍କା ନେଇନାହାନ୍ତି ।

ତେବେ ଆଗକୁ ପୋଲିସର ତଦନ୍ତ ପରେ ବ୍ଳାକମେଲ ପଛର ରହସ୍ୟ କଣ ତାହା ଜଣାପଡିବ । ଏନେଇ ଉଭୟ ବାବୁଶାନ ଓ ପ୍ରକୃତିଙ୍କୁ ଜେରା କରିବା ପାଇଁ ନୋଟିସ ଜାରି କରିସାରିଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।