“ନା ସେ ମୋତେ ବ୍ଳାକମେଲ କରୁଛନ୍ତି ନା ପଇସା ନେଇଛନ୍ତି ନା ହଇରାଣ କରୁଛନ୍ତି ସେ ମୋର ଭଲ ସାଙ୍ଗ” ଆଉ ଏକ ଭିଡିଓ ଜାରି କରି ସଫେଇ ଦେଲେ Babushan

ଗତ ଶନିବାର ଦିନ ବାବୁଶାନ ଓ ପ୍ରକୃତି ମିଶ୍ର ଏକାଠି କାର୍ ଯୋଗେ ଏୟାରପୋର୍ଟକୁ ବାହାରିଥିବା ବେଳେ ରାଜଧାନୀ ରାଜରାସ୍ତାରେ ଏକ ବଡ ହଙ୍ଗାମା ଦେଖିବାକୁ ମିଳିଥିଲା । ବାବୁଶାନଙ୍କ ପତ୍ନୀ ତୃପ୍ତି ବାବୁଶାନ ଓ ପ୍ରକୃତିଙ୍କୁ ଏକାଠି ଦେଖି ଖୁବ ଉତ୍ତ୍ୟକ୍ତ ହେବା ସହ ସେମାନଙ୍କୁ ଟଣାଓଟରା କରି ମାଡ ମଧ୍ୟ ମାରିଥିଲେ । ଯାହାପରେ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ ସାମ୍ନାକୁ ଆସିଥିଲା ।

ତୃପ୍ତି ଓ ବାବୁଶାନଙ୍କ ବୈବାହିକ ଜୀବନକୁ ପ୍ରକୃତି ମିଶ୍ର ଧ୍ଵଂସ କରି ଦେଇଥିବା ଅଭିଯୋଗ ଆଣିଥିଲେ ବାବୁଶାନଙ୍କ ପତ୍ନୀ । ଯାହାର ଭିଡିଓ ବହୁଳ ମାତ୍ରରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ବାବୁଶାନ ଓ ପ୍ରକୃତି ଉଭୟ ସ୍ପଷ୍ଟୀକରଣ ଦେଇ କହିଥିଲେ କି, ସେମାନଙ୍କୁ ଓଡିଆ ଆସୋସିଏସନ ଅଫ ମାଡ୍ରାସ ତରଫରୁ ୮୬ତମ ଉତ୍କଳ ଦିବସ ପାଳନ କରିବା ପାଇଁ ନିମନ୍ତ୍ରଣ କରା ଯାଇଥିଲା ।

ସେମାନେ ଫିଲ୍ମ ପ୍ରମୋଶନ କରିବା ସହ ଆଉ ଏକ ନୂଆ ଫିଲ୍ମର ଘୋଷଣା କରିବା ପାଇଁ ଚେନ୍ନାଇ ଯିବାର ଥିଲା । ସେମାନଙ୍କୁ ଏକାଠି ନିମନ୍ତ୍ରଣ କରା ଯାଇଥିବାରୁ ଉଭୟ ଏକାଠି ଯାଉଥିଲେ । ଆଉ ସେହି ସମୟରେ ରାଗ ତମତମ ହୋଇ ଆସି ଯାଇଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । ଯାହାପରେ ରାସ୍ତା ଉପରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ।

ଏହା ପରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ମାଆ ଅପରାଜିତା ମହାନ୍ତି ଉଭୟ ଗଣମାଧ୍ୟମରେ କହିଥିଲେ କି, ପ୍ରକୃତି ବାବୁଶାନଙ୍କୁ ବ୍ଳାକମେଲ କରି ଆସୁଛନ୍ତି ଯେଉଁଥି ପାଇଁ ବାବୁଶାନ ତାଙ୍କ ପାଖକୁ ଯିବାକୁ ବାଧ୍ୟ ହେଉଛନ୍ତି । ହାତ କାଟିଦେବି, ଛାତରୁ ଡେଇଁ ପଡିବି ଏବଂ ମୋର କଣ ହେଲେ ବାବୁଶାନ ଓ ତାଙ୍କ ପରିବାର ଦାୟୀ ହେବେ ବୋଲି ପ୍ରକୃତି କେଉଁଠି ଲେଖିକି ରଖିଛନ୍ତି ବୋଲି ଉଭୟ ପ୍ରକୃତିଅଙ୍କ ଉପରେ ଆରୋପ ଲଗାଇଥିଲେ ।

ଏକଥା ବାବୁଶାନ ତାଙ୍କୁ କହିଥିବା ନେଇ ସେ କହିଥିଲେ । କିନ୍ତୁ ବାବୁଶାନ ଏକ ଭିଡିଓ ଜାରି କରି ଏକଥାର ସଫେଇ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି କି, ଭାଇରାଲ ହେଉଥିବା ଭିଡିଓରେ ମୋ ସହ ଯିଏ ଅଛନ୍ତି ସେ ମୋର ଭଲ ସାଙ୍ଗ ।

ସେ ମୋତେ ବ୍ଳାକମେଲ କରୁନାହାନ୍ତି କି ମୋ ଠୁ ପଇସା ନେଇନାହାନ୍ତି କି ମୋତେ ହଇରାଣ କରୁନାହାନ୍ତି । ତେବେ ଏକଥା ସତ କି ମିଛ ପୋଲିସ ଜେରା କରିବା ପରେ ସାମ୍ନାକୁ ଆସିବ ପୁରା ତଥ୍ୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।