ସାମ୍ନାକୁ ଆସିଲା Virat-Gambhir ଙ୍କ ଝଗଡାର ସତ, ପରସ୍ପରକୁ ସେମାନେ କଣ କହିଥିଲେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ !

ଲକ୍ଷ୍ନୌ ଏବଂ RCB ମ୍ଯାଚ ବେଳେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ମ୍ଯାଚ ପରେ ପଡିଆ ମଝିରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଟିମ୍ ର ମେଣ୍ଟର ଗୌତମ ଗମ୍ଭୀର ଏବଂ RCB ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହୋଇଥିଲା । ଉଭୟଙ୍କ ମଧ୍ୟରେ କଣ ସବୁ ଯୁକ୍ତିତର୍କ ହୋଇଥିଲା ତାହା ବର୍ତ୍ତମାନ ସାମ୍ନାକୁ ଆସିଛି ।

ପ୍ରଥମେ ପଡିଆରେ ଆଫଗାନ ବୋଲର ନବୀନ ଉଲ୍ ହକ୍ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା । ଏହି ସମୟରେ ଗମ୍ଭୀର ଆସି ବିରାଟଙ୍କୁ କହିଥିଲେ କଣ କହୁଛ ମୋତେ କୁହ । ବିରାଟ କହିଥିଲେ, ମୁଁ ଆପଣଙ୍କୁ କିଛି କହି ନାହିଁ ଆପଣ କଣ ପାଇଁ ଏଥିରେ ମୁଣ୍ଡ ପୁରାଉଛନ୍ତି ? ଏହାର ଉତ୍ତରରେ ଗମ୍ଭୀର କହିଥିଲେ, ତୁମେ ମୋ ଖେଳାଳିଙ୍କୁ ଗାଳି କରିବାର ଅର୍ଥ ମୋତେ ଆଉ ମୋ ପରିବାରକୁ ଗାଳି କରିବା ସହ ସମାନ ।

ଏହା ଶୁଣି ବିରାଟ କହିଥିଲେ, ତା’ହେଲେ ଆପଣ ନିଜ ପରିବାରକୁ ସମ୍ଭାଳିକି ରଖନ୍ତୁ । ଏତିକି ଶୁଣିଲେ ଗମ୍ଭୀର ପୁଣି କହିଥିଲେ, ଏହା କଣ ତୁ ମୋତେ ଶିଖେଇବୁ ? ଏତିକି ବେଳେ ଉଭୟ ଦଳର ଖେଳାଳି ସେମାନଙ୍କୁ ପରସ୍ପର ଠାରୁ ଅଲଗା କରି ଦେଇଥିଲେ ।

ଏହାପରେ ଉଭୟ ଟିମ୍ ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟରେ କଥା କଟାକଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଦୁଇ ଖେଳାଳିଙ୍କ ବିବାଦକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଏନେଇ କୋହଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ କରିଥିଲେ । ସେଥିରେ ଲେଖାଥିଲା, ଆମେ ଯାହା ଶୁଣୁଛୁ ତାହା ଏକ ମତ, ଏଥିରେ ସତ୍ୟତା ନାହିଁ ।

ଯାହା ଆମେ ଦେଖୁଛୁ ତାହା ମଧ୍ୟ ଏକ ଚିନ୍ତାଧାରା, ଏହା ସତ ନୁହେଁ । ବିରାଟ ଏଭଳି ପୋଷ୍ଟ କରିବା ପରେ ବାସ୍ତବରେ ସେ କଣ କହିବାକୁ ଚାହୁଁଛନ୍ତି ଏବେ ତାକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ପୂର୍ବତନ କ୍ରିକେଟର ହରଭଜନ ସିଂ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ।

ହରଭଜନ କହିଛନ୍ତି, ମୁଁ ଶ୍ରୀଶାନ୍ତଙ୍କ ସହ ଯାହା କରିଥିଲି ସେଥିପାଇଁ ଏବେବି ପଶ୍ଚାତାପ କରୁଛି । ପଡିଆରେ ଏଭଳି ବ୍ୟବହାର କରିବା ଉଚିତ ନୁହେଁ । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ଓ ସେମାନେ ଏକାଠି ଦେଶ ପାଇଁ ମଧ୍ୟ ଖେଳିଛନ୍ତି । କିନ୍ତୁ 2013 IPL ମ୍ଯାଚରୁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ ।

ଅନିଲ କୁମ୍ବଲେ ମଧ୍ୟ ଏନେଇ କହିଛନ୍ତି କି, ପଡିଆରେ ଏଭଳି ବ୍ୟବହାର ଖେଳାଳିଙ୍କୁ ଶୋଭା ଦେଉନାହିଁ । ଖେଳର ସମ୍ମାନ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନନକ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।