ସାବିତ୍ରୀ ବ୍ରତ ଦିନ ନିଶ୍ଚୟ ଖାଇ ନିଅନ୍ତୁ ଏହି ଜିନିଷ, ପୁରା ବର୍ଷ ଘରେ ଧନର ଅଭାବ ହେବନି, ଅଖଣ୍ଡ ସୌଭାଗ୍ୟବତୀ ହେବେ

ସ୍ଵାମୀଙ୍କ ଦୀର୍ଘ ଆୟୁଷ ଏବଂ ମଙ୍ଗଳ କାମନା କରି ପ୍ରତ୍ଯେକ ସଧବା ନାରୀ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଶାସ୍ତ୍ରରେ କୁହାଯାଉଛି, ସାବିତ୍ରୀ ବ୍ରତ ସଂପୂର୍ଣ୍ଣ ବିଧିବିଧାନ ସହ ପାଳନ କରିବା ଦ୍ଵାରା ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଇଥାଏ । ଚଳିତ ବର୍ଷ ମେ’ 19 ତାରିଖରେ ପାଳିତ ହେବାକୁ ଯାଉଛି ପବିତ୍ର ସାବିତ୍ରୀ ବ୍ରତ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହିଦିନ କେଉଁ ଜିନିଷ ଖାଇବା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ।

ସାବିତ୍ରୀ ବ୍ରତ ଦିନ ଛୋଟ ଚଣା ଖାଇବା ଅତ୍ୟନ୍ତ ଶୁଭ ମାନାଯାଏ । ଏହାକୁ ଭୋଗରେ ନିଶ୍ଚୟ ଲଗାନ୍ତୁ ଏବଂ ଏହାସହ ତରଭୁଜ ଭୋଗ ମଧ୍ୟ ଅବଶ୍ୟ ଲଗାନ୍ତୁ । ବ୍ରତ ପୁରା ହେବା ପରେ ଏହି ତରଭୁଜକୁ ନିଜେ ଖାଇବା ସହ ପରିବାରର ସମସ୍ତଙ୍କୁ ଖୁଆଇବା ଉଚିତ । ଏହିଦିନ ଛୋଟ ଚଣା ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ମାନାଯାଏ । ଏହାଦ୍ବାରା ଆପଣଙ୍କ ଉପରେ ସଦାସର୍ବଦା ସାବିତ୍ରୀ ମାତାଙ୍କର କୃପା ରହିବ ।

ସାବିତ୍ରୀ ଦିନ ଖିରୀ ଏବଂ ହାଲୁଆ ମଧ୍ୟ ଭୋଗ ଲଗାଇବା ସହ ଘରର ସମସ୍ତେ ପ୍ରସାଦ ଭାବେ ଖାଇବା ଉଚିତ । ସାବିତ୍ରୀ ବ୍ରତ ଦିନ ଆପଣ ନିଜ ପ୍ରତ୍ଯେକ ଅଙ୍ଗରେ କିଛି ନା କିଛି ଗହଣା ପିନ୍ଧନ୍ତୁ । ଏହିଦିନ କଳା ରଙ୍ଗର ଶାଢୀ ଭୁଲରେ ପିନ୍ଧନ୍ତୁ ନାହିଁ ଏହାକୁ ଅଶୁଭ ମାନାଯାଏ । ସେହିପରି ଧଳା ରଙ୍ଗର ଶାଢୀ ମଧ୍ୟ ପିନ୍ଧନ୍ତୁ ନାହିଁ, କାରଣ ଏହା ବିଧବା ଭେଶକୁ ଦର୍ଶାଇଥାଏ ।

ଏହିଦିନ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ଵାରା ସାବିତ୍ରୀ ମାତା ସବୁଠୁ ବେଶୀ ପ୍ରସନ୍ନ ହୋଇଥାନ୍ତି । ଏହି ସମୟରେ ଯେତେ ସମ୍ଭବ ଶୃଙ୍ଗାର ଆଦି ଦାନ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ଉପରେ କୌଣସି କଷ୍ଟ ଆସିବନି । କିନ୍ତୁ ମନେରଖିବେ ନିଜର ମେକଅପ ସାମଗ୍ରୀ ଦାନ କରିବେନି । ବରଂ ଦୋକାନରୁ କିଣି ଦାନ କରନ୍ତୁ ।

ଏହାଦ୍ଵାରା ଆପଣଙ୍କ ଜୀବନରେ କେବେବି ଧନର ଅଭାବ ହେବନାହିଁ । ସାବିତ୍ରୀ ଦିନ ଲୁଣ ସେବନ କରିବା ଉଚିତ ନୁହେଁ । ଘରେ କୌଣସି ବ୍ୟକ୍ତି ମଦ ମାଂସ ତଥା କୌଣସି ଆମିଷ ଭୋଜନ କରନ୍ତୁ ନାହିଁ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ କି ମୁହଁରୁ ଖରାପ କଥା ବାହାର କରିବା ଉଚିତ ନୁହେଁ ।

ସୁହାଗିନୀ ମହିଳା ଏହିଦିନ ଅଧିକ ଶୋଇବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ଘୋର ପାପ ଲାଗିଥାଏ ଏବଂ ସ୍ଵାମୀଙ୍କ ଆୟୁଷ କମ୍ ହୋଇଥାଏ । ସାବିତ୍ରୀ ଦିନ ସିନ୍ଥିରେ ଯେତେ ଲମ୍ବା ସିନ୍ଦୂର ଲଗେଇ ପାରିବେ ଲଗାନ୍ତୁ । ଏହାଦ୍ବାରା ସ୍ଵାମୀଙ୍କ ଆୟୁଷ ବଢିଥାଏ ଏବଂ ମାତା ରାଣୀ ମଧ୍ୟ ପ୍ରସନ୍ନ ହୋଇ ଅଖଣ୍ଡ ସୌଭାଗ୍ୟବତୀ ବରଦାନ ଦେଇଥାନ୍ତି ।

ସାବିତ୍ରୀରେ ମା’ଙ୍କୁ ଲାଲ ଫୁଲ ଅର୍ପଣ କରିବା ଶୁଭ ହୋଇଥାଏ । ଏହିଦିନ ଘରେ ମିଠା ଖାଦ୍ଯ ମଧ୍ୟ ନିଶ୍ଚୟ ପ୍ରସ୍ତୁତ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।