ମୃତ୍ୟୁର ଠିକ ପୂର୍ବରୁ K. K ଙ୍କ ସହ ହୋଇଥିଲା କିଛି ଏମିତି, ସାମନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ, ମ୍ୟୁଜିକ କନସର୍ଟ ଆୟୋଜକଙ୍କୁ ଜେରା କରୁଛି ପୋଲିସ

ବଲିଉଡର ଅନ୍ଯତମ ଲୋକପ୍ରିୟ ଗାୟକ କ୍ରୀଷ୍ଣକୁମାର କୁନାଥ ଅର୍ଥାତ କେକେ ଙ୍କ ମୃତ୍ୟୁ ଖବର ଆସିବା ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ପୂର୍ବରୁ ସେ କଲିକତାରେ ଏକ ଷ୍ଟେଜ ଶୋ କରୁଥିଲେ, ଆଉ ସେହି ସମୟରେ କେକେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏବେ ସେହି ସମୟର ଏକ ଛୋଟ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି କି, ବଲିଉଡ ଗାୟକ କେକେ ଷ୍ଟେଜରେ ଗୀତ ଗାଉଛନ୍ତି, ଆଉ ଗୀତ ଗାଇବା ପରେ ସହଯୋଗୀଙ୍କୁ ମାଇକ ଦେଉଛନ୍ତି ।

ଏହି ସମୟରେ କେକେ ଅସୁସ୍ଥ ମନେ କରୁଥିବା ନଜର ଆସିଛି । ଖବର ଅନୁସାରେ କେକେ ଷ୍ଟେଜ କରୁଥିବା ସ୍ଥାନରେ ଏସି ଚାଲୁ ନଥିବାରୁ ସେ ରୁମାଲ ବାହାର କରି ବାରମ୍ବାର ମୁହଁରୁ ଝାଳ ପୋଛୁଥିଲେ । କିଛି ସମୟ ଗୀତ ଗାଇବା ପରେ ଅସୁସ୍ଥ ଅନୁଭବ କରିବାରୁ ସେ ସାଙ୍ଗେ ସାଙ୍ଗେ ମାଇକ ଦେଇ ସହଯୋଗୀଙ୍କ ସହ ଷ୍ଟେଜରୁ ବାହାରକୁ ଚାଲି ଯାଇଥିଲେ । କୁହାଯାଉଛି କି ଆୟୋଜନ ସ୍ଥଳରେ ଏସି ଠିକ ଭାବେ ଚାଲୁ ନଥିଲା ଏବଂ ସେଠାରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ଜମା ହୋଇଥିଲେ ।

କେକେଙ୍କ ମୃତ୍ୟୁ ଘଟଣାକୁ ନେଇ କଲିକତା ପୋଲିସ ବର୍ତ୍ତମାନ ଆୟୋଜକଙ୍କୁ ପଚରା ଉଚରା କରୁଛି । କେକେ ଅସୁସ୍ଥ ହେବା ପରେ ତାଙ୍କୁ କଲିକତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଆୟୋଜନ ସ୍ଥଳରେ ଏସି ଚାଲୁ ନଥିବାରୁ ପ୍ରବଳ ଗରମ ହେଉଥିଲା ଓ ଗୀତ ଗାଉଥିବା ବେଳେ କେକେ ବାରମ୍ବାର ଝାଳ ପୋଛୁଥିଲେ ।

ଏହାସହ ଆୟୋଜନ ସ୍ଥଳରେ ଆବଶ୍ୟକତା ଠାରୁ ଅଧିକ ଲୋକ ରହିବା ମଧ୍ୟ ନିୟମର ଖିଲାପ ଅଟେ । ଆୟୋଜକଙ୍କର ଏପରି ଅବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କେଉଁ ପରିସ୍ଥିତିରେ କେକେ ଙ୍କର ମୃତ୍ୟୁ ହେଲା ଏହାକୁ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ କେକେଙ୍କ ଶରୀର ଓ ମୁହଁରେ କ୍ଷତ ଚିହ୍ନ ରହିଛି ।

କ୍ଷତଚିହ୍ନ କେମିତି ଓ କେଉଁ ପରିସ୍ଥିତିରେ ହୋଇଛି ପୋଲିସ ତା’ର ଖୋଳତାଡ କରୁଛି । କେକେ ଯେଉଁ ହୋଟେଲରେ ରହୁଥିଲେ ସେଠାକାର କର୍ମଚାରୀଙ୍କୁ ମଧ୍ୟ ପୋଲିସ ଜେରା କରିପାରେ ବୋଲି ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।