ଜାଆଁଳା ଛୁଆଙ୍କୁ ଜନ୍ମ ଦେଲେ ଓଲିଉଡ ଅଭିନେତ୍ରୀ Jhilik Bhattacharjee, ଜନ୍ମଦିନରେ ନିଜେ ଭିଡିଓ ଜାରି କରି କହିଲେ କିଛି ଏମିତି…

ଓଲିଉଡର ଚୁଲବୁଲି ନାୟିକା ଝିଲିକଙ୍କୁ କିଏ ବା ନ ଜାଣେ ! ଓଲିଉଡକୁ ଅନେକ ସୁନ୍ଦର ସୁନ୍ଦର ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଝିଲିକ ଭଟ୍ଟାଚାର୍ଜୀ । ବେଙ୍ଗୋଲି ଝିଅର ଓଡିଆ ବୋହୂ ସାଜିଥିବା ଝିଲିକ ଙ୍କର ଆଜି ଜନ୍ମଦିନ । ସେ ଢେର ସାରା ସୁପରହିଟ ଫିଲ୍ମ ଓଲିଉଡକୁ ଦେଇଛନ୍ତି । ଓଲିଉଡର ଏହି ଚୁଲବୁଲି ନାୟିକା ୨୦୨୨ ମସିହାରେ ହାତକୁ ଦି ହାତ ହୋଇଥିଲେ । ଚିଲିକାର ଏକ ରିସୋର୍ଟରେ ଏକ ପ୍ରାଇଭେଟ ସେରିମନିରେ ବିବାହ କରିଥିଲେ ଝିଲିକ ।

ଅଭିନେତ୍ରୀ ଝିଲିକ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କରିଥିଲେ । ଆଉ ଏଥର ନିଜ ଜନ୍ମଦିନରେ ନିଜ ଫ୍ୟାନ୍ସଙ୍କୁ ଏକ ଖୁସିର ଖବର ଦେଇଛନ୍ତି ଝିଲିକ । ବର୍ତ୍ତମାନ ଘଡାଇ ପରିବାର ଏହି ଖୁସିର ମାହୋଲକୁ ସେଲିବ୍ରେଟ କରୁଛନ୍ତି । ଗତ କିଛିଦିନ ପୂର୍ବରୁ ଝିଲିକ ଗର୍ଭବତୀ ଥିବା କଥା ଜଣା ପଡିଥିଲା । ଆଉ ଏବେ ଝିଲିକ ମା ହୋଇ ସାରିଛନ୍ତି । ତେବେ ଝିଲିକଙ୍କ ଏହି ଖୁସି ଦ୍ଵିଗୁଣ ହୋଇଛି, କାରଣ ସେ ଦୁଇ ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ।

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଝିଲିକ ତାଙ୍କର ଦୁଇ ଝିଅଙ୍କୁ ଜନ୍ମ ଦେଇଥିବା ଜଣାପଡିଛି । ଝିଲିକ ଓ ତାଙ୍କର ଦୁଇ ଶିଶୁକନ୍ୟା ସମସ୍ତେ ସୁସ୍ଥ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଆଜି ଝିଲିକଙ୍କ ଜନ୍ମଦିନ ଆଉ ସେ ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିବାରୁ ପ୍ରଶଂସକ ଓ ଶୁଭେଚ୍ଛୁମାନେ ତାଙ୍କୁ ପ୍ରଶଂସାର ସୁଅ ଛୁଟାଉଛନ୍ତି ।

ବଙ୍ଗାଳୀ ଫିଲ୍ମ ଦୁନିଆରୁ ଓଡିଆ ଫିଲ୍ମରେ ପାଦ ଦେଇଥିଲେ ଝିଲିକ । ଓଡିଆ ଦର୍ଶକ ମଧ୍ୟ ଝିଲିକଙ୍କୁ ଆଦରି ନେଇଥିଲେ । ତାଙ୍କ ନଟଖଟ ଠାଣି ଏବଂ ଚୁଲବୁଲି ଅନ୍ଦାଜରେ ସମସ୍ତ ଓଡିଆ ଫିଲ୍ମ ପ୍ରେମୀଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ବନେଇ ପାରିଛନ୍ତି । ଝିଲିକଙ୍କ ମାଆ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଝିଲିକ ନିଜେ ଏକ ଭିଡିଓ ଜାରି କରି ଫ୍ୟାନ୍ସ ମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି ।

ସତରେ ତାଙ୍କ ଜୀବନରେ ମାଆ ହେବାର ଖୁସି ଦ୍ଵିଗୁଣିତ ହୋଇଯାଇଛି । ଆମେ ମଧ୍ୟ ତାଙ୍କ ଜନ୍ମଦିନ ଓ ମାଆ ହେବା ଅବସରରେ ବହୁତ ବହୁତ ଶୁଭକାମନା ଜ୍ଞାପନ କରୁଛୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।