ମିଥୁନ ରାଶି |(Gemini) June 2022 ମାସିକ ରାଶିଫଳ, ମାସଟି କିପରି ବିତିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କ ଚଳନ ଓ ସ୍ଥିତି ଉପରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । କାରଣ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ପ୍ରତ୍ଯେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଜୁନ ମାସରେ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ମିଥୁନ ରାଶି ଉପରେ ଗ୍ରହଙ୍କ ପରିବର୍ତ୍ତନର କଣ ପ୍ରଭାବ ପଡିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ତାହା କହିବୁ ।

ମିଥୁନ ରାଶି ଲୋକମାନେ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରିନିଅନ୍ତି ଓ ଏମାନେ ପରୋପକାରୀ ହେବା ସହ ଶାନ୍ତ ସ୍ଵଭାବର ମଧ୍ୟ ହୋଇଥାନ୍ତି । ସରଳମନା ହୋଇଥିବାରୁ ବେଳେବେଳେ ଠକାମିରେ ପଡିଥାନ୍ତି ଓ ନିଜ ଦ୍ଵନ୍ଦ ସ୍ଵଭାବ ଯୋଗୁଁ ମଧ୍ୟ ହଇରାଣ ହୋଇଥାନ୍ତି । ଆପଣଙ୍କ ପାଇଁ ଶୁଭରଙ୍ଗ ହେଉଛି ସବୁଜ ଓ ଶୁଭବାର ହେଉଛି ବୁଧବାର । ଶୁଭଦେବତା ହେଉଛନ୍ତି ଭଗବାନ ଗଣେଶ ଏବଂ ଶୁଭଦେବୀ ହେଉଛନ୍ତି ତ୍ରିଫଳା ସୁନ୍ଦରୀ । ଶୁଭସଂଖ୍ୟା ହେଉଛି ୪ । ପ୍ରତ୍ଯେକ ମାସର ୪, ୧୩, ୨୨ ଏବଂ ୩୧ ତାରିଖ ଶୁଭ ଅଟେ ।

ଆପଣଙ୍କ ପାଇଁ ୨୦୨୨ ଜୁନ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ ଓ କିଛି କ୍ଷେତ୍ରରେ ସଫଳତା ନେଇ ଆସିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ଓ ଆପଣ ସମ୍ମାନିତ ମଧ୍ୟ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମାସଟି ମଧ୍ୟମ ଧରଣର ରହିବ କିଛି ଅସୁବିଧାର ସାମ୍ନା କରିଆକୁ ମଧ୍ୟ ପଡିପାରେ ।

କ୍ଯାରିୟର ଦୃଷ୍ଟିରୁ ମାସଟି ଶୁଭଫଳ ପ୍ରଦାନ କରିବ ଓ କୌଣସି ବୈବସାୟିକ ଯାତ୍ରା ଲାଭ ପ୍ରଦାନ କରିବ । ଆର୍ଥିକ ଦୃଷ୍ଟିରୁ ମାସଟି ଅତ୍ୟନ୍ତ ଶୁଭ ଫଳଦାୟକ ରହିବ ଓ ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ । ନୂଆ ସ୍ରୋତରୁ ଧନର ଆଗମନ ମଧ୍ୟ ହେବ । କାରବାର ବୃଦ୍ଧିରୁ ଆର୍ଥିକ ଲାଭ ହେବ ଓ ପୂର୍ବରୁ କରିଥିବା ଶେୟାର ମାର୍କେଟ ନିବେଶ ଲାଭ ପ୍ରଦାନ କରିବ । କିନ୍ତୁ ଆପଣଙ୍କ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ । ତେଣୁ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ ।

କିନ୍ତୁ ଭାଗ୍ଯର ସହଯୋଗରୁ ସଞ୍ଚିତ ଧନରେ ବୃଦ୍ଧି ହେବ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ । ପ୍ରେମ ସମ୍ପର୍କରେ ମଧୁରତା ବଢିବ, କିନ୍ତୁ ମତଭେଦ ମଧ୍ୟ ଦେଖା ଦେଇପାରେ । ବିବାହିତ ଜୀବନ ସାମାନ୍ଯ ସଂଘର୍ଷପୂର୍ଣ୍ଣ ରହିବ, ଅଯଥା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇପାରେ ।

ପାରିବାରିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ରହିବ ଓ କୌଣସି ପୁରୁଣା ବିବାଦ ପୁନଃ ଦେଖା ଦେଇପାରେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ମଧ୍ୟ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ କିନ୍ତୁ ମହିଳାମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ଭଗବାନ ଗଣେଶଙ୍କ ପାଖରେ ୭ଟି କିମ୍ବା ୧୧ଟି ଦୁବ ଅର୍ପଣ କରନ୍ତୁ । ଏହାସହ ଅସହାୟ ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦିଅନ୍ତୁ ଓ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।