ଦର୍ଶକ ବନ୍ଧୁ ପୁରାଣ ରେ ଯାହା କି ପଢିଥିଲେ ଆଉ ଶୁଣିଥିଲେ ଆହା ଆଜି ସ୍ଵଚକ୍ଷୁ ରେ ଦେଖିବାକୁ ପାଇଛନ୍ତି ଲୋକେ । ପାଣି ରେ ପଥର ଭାସୁ ଥିବାର ଦେଖି ନିଜକୁ ଭାଗ୍ଯବାନ ମନେ କରୁଛନ୍ତୁ ଶ୍ରଦ୍ଧାଳୁ । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ପୁରୀ ଗୋପ ଅଞ୍ଚଳରେ । ପୁରାଣ ରେ ଲେଖା ଅଛି ଯେବେ ପ୍ରଭୁ ଶ୍ରୀରାମ ସମୁଦ୍ର ପାର କରିବା ପାଇଁ ସମୁଦ୍ର ରେ ପଥର ରେ ବନ୍ଧା ଯାଇଥିଲା ରାମ ସେତୁ । ବାନର ସେନା ର ଅକ୍ଲାନ୍ତ ପରିଶ୍ରମରେ ଗଭୀର ସମୁଦ୍ର ମଝିରେ ବିଶାଳ ପଥରରେ ଶ୍ରୀରାମ ଙ୍କ ଲେଖି ଲେଖି ପକାଇ ଦେଉଥିଲେ ବାନର ସେନା ।
ଆଉ ସେହି ସବୁ ପଥର ସମୁଦ୍ରରେ ଭାସି ଉଠିଥିଲା । ପ୍ରଭୁଙ୍କ ମହିମାରେ ଏପରି ଭାସମାନ ପଥରରେ ଶ୍ରୀଲଙ୍କା କୁ ନିର୍ମାଣ ହୋଇଥିଲା ରାମସେତୁ ବନ୍ଧ । ଏହା ଆଜି ବି ସେପରି ରହିଛି । ଆଜି ବି ଶ୍ରୀଲଙ୍କା ରେ ପାଣିରେ ପଥର ଭାସୁ ଥିବାର ଦେଖାଯାଏ ବୋଲି କୁହା ଯାଉଛି । ଏହାର ଜ୍ଵଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଆଜି ପୁରୀ ଗୋପ ଅଞ୍ଚଳରେ । ଯାହା ବାସ୍ତବରେ ଗୋଟେ ପଥର ପାଣି ଉପରେ ଭାସୁଛି ।
ଏହି ପଥର କୁ ଏବେ ମନ୍ଦିର ରେ ରଖାଯାଇ ତାର ପୂଜା ବି କରା ଯାଉଛି । ସୂଚନା ଅନୁଯାୟୀ ନିକଟସ୍ଥ କେନାଲ ରୁ ସଞ୍ଜୟ କୁମାର ନାମକ ଜଣେ ବ୍ୟକ୍ତି ମଇଁଷି ଚରାଇବାକୁ ଯାଇଥିଲେ । ସେଠାରେ ସେ କେନାଲ ରେ ରାମସେତୁ ପଥର ଭାସୁ ଥିବାର ଦେଖିବାକୁ ପାଇଥିଲେ । ଗତ ଶୁକ୍ରବାର ମଧ୍ୟାହ୍ନ ରେ ଗୋପ ତହସିଲ ନିକଟସ୍ଥ କେନାଲ ରେ ଗାଧୋଇବା ସମୟରେ ଏକ ଧଳା ଓ ଅଳ୍ପ ଧୂସର ରଙ୍ଗର ପଥର ପାଣିରେ ଭାସୁ ଥିବାର ସେ ଦେଖିବାକୁ ପାଇଥିଲେ ।
ସେ ଭାସମାନ ପଥରକୁ ପାଣିରୁ ଉଠାଇ ଥିଲେ ଆଉ ଆଖପାଖରେ ଥିବା ଲୋକଙ୍କୁ ଜଣାଇ ଥିଲେ । ଅନ୍ୟ ମାନେ ଆଗ୍ରହର ସହ ପଥର କୁ ଦେଖିବାକୁ ଯାଇଥିଲେ । ତାପରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପଥରକୁ ଉକ୍ତ କେନାଲ କୁ ଫିଙ୍ଗି ଦେଇଥିଲେ । ଏହାପରେ ପଥର ଟି ବୁଡିବା ବଦଳରେ ପାଣିରେ ଭାସି ଉଠିଥିଲା । ଏହା ପରେ କିଛି ଲୋକଙ୍କ ଉପଦେଶରେ ପଥର ଟିକୁ ଭକ୍ତ ବଳରାମ ଦାସ ଙ୍କ ପୀଠ କୁ ନେଇଥିଲେ ଲୋକ ମାନେ ।
ଏହା ପରେ ଏହି ଖବର ଟି ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା । ଏବେ ସେହି ରାମସେତୁ ପଥର କୁ ରଖାଯାଇ ପୂଜା ଅର୍ଚ୍ଚନା କରା ଯାଉଛି । ଯାହା ଫଳରେ ଲୋକଙ୍କର ସମାଗମ କ୍ରମଶ ବୃଦ୍ଧି ପାଉଛି । କିଏ ମତ ଦେଉଛି 1200 ଖ୍ରୀଷ୍ଟାବ୍ଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ସିବେଇ ସାମନ୍ତରାୟଙ୍କ ଘର 42 ବାଟି ଟି ପଥର ବୁହାନ ନଦୀ ରୁ ଦେଇ ଯାଉଥିବା ସମୟର କିଛି ଅଂସ ବିଶେଷ ବୋଲି ମତ ଦେଇଛନ୍ତି । ଆଉ କେତେକ କହୁଛନ୍ତି ତ୍ରେତୟା ଯୁଗର ପ୍ରବୁ ଶ୍ରୀରାମ ରାମସେତୁ ବନ୍ଧର ସମୟର ଏହି ପଥର । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।