ଆଜି ପର୍ଯ୍ୟନ୍ତ ଆପଣ ପୋଲିସକୁ ଆଇନର ପାଳନ କରିବା ପାଇଁ ଶକ୍ତି ଦେଖାଇବା ବା ସମାଜସେବା କରୁଥିବାର ଦେଖିଥିବେ । କିନ୍ତୁ କୌଣସି ମହିଳା ପୋଲିସଙ୍କୁ ବିବାହ କରାଉଥିବାର ଓ ବିବାହ ମନ୍ତ୍ର ପଢୁଥିବାର ଦେଖି ନଥିବେ । ମଧ୍ୟ ପ୍ରଦେଶର ନରସିଂହପୁର ଜିଲ୍ଲାରେ ଲକଡାଉନ ମଧ୍ୟରେ ଏକ ଏମିତି ବିବାହ ହେଲା, ଯେଉଁଠି ବିବାହ କରାଇବା ପାଇଁ କୌଣସି ପଣ୍ଡିତ ମିଳିଲେ ନାହିଁ ତ ଗସ୍ତରେ ଯାଇଥିବା ମହିଳା ଏସଆଇ ବିବାହର ମନ୍ତ୍ର ପଢିଲେ ଓ ଦୀପ ଜଳାଇ ବିବାହର ସାତ ଫେରା କରାଇଲେ । ଏସଆଇ ବର ବଧୂଙ୍କୁ ସାତ ବଚନ ସହିତ ଆଇନ ବିଷୟରେ ମଧ୍ୟ କହିଲେ ।
ଲକଡାଉନ ମଧ୍ୟରେ ବହୁତ ରୋଚକ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ଏକ ଖବର ଖବର ଆସୁଛି, ଯାହା ନରସିଂହ ପୁର ଜିଲ୍ଲାର ଗୋଟେଗାଓଁ ତହସିଲର ଗାଁ ଝୋତେସ୍ଵରର ଅଟେ । ଯେଉଁଠି ଗୋଟିଏ ଏସଆଇଙ୍କ ଦ୍ଵାରା ବିବାହ ହେଲା । ଜିଲ୍ଲାର ଶ୍ରୀନଗର ର ଟୀକାରାମ ଚୌଧୁରୀଙ୍କ ପୁଅ ଲକ୍ଷ୍ମଣର ଅକ୍ଷୟ ତୃତୀୟାରେ ଇତଵାରା ବଜାର ନିବାସୀ ରାଜାରାମ ଚୌଧୁରୀଙ୍କ ପୁତ୍ରୀ ଋତୁ ସହିତ ବିବାହ ଠିକ ହେଇଥିଲା ।
ଏଥିପାଇଁ ଦୁଇ ପକ୍ଷରୁ ଆଠଟି ସଦସ୍ୟ ଝୋତେସ୍ଵରର ଶିବ ପାର୍ବତୀ ମନ୍ଦିରର ପରିକ୍ରମା ପାଇଁ ପହଞ୍ଚିଥିଲେ । କିନ୍ତୁ ବିବାହ କରିବା ପାଇଁ ତାଙ୍କୁ କୌଣସି ପଣ୍ଡିତ ହିଁ ମିଳିଲା ନାହିଁ । ଏହା ମଧ୍ୟରେ ଝୋତେଶ୍ଵର ଚୌକି ପ୍ରଭାରି ଏସଆଇ ଅଞ୍ଜଳି ଅଗ୍ନିହୋତ୍ରୀ ଯେତେବେଳେ ମନ୍ଦିର ଗସ୍ତରେ ପହଞ୍ଚିଲେ ତେବେ ବର ବଧୂଙ୍କର ସମସ୍ଯା ଜାଣି ପାରିଲେ ଓ ଏହା ପରେ ନିଜେ ବିବାହ କରାଇବାକୁ ନିସ୍ପତି ନେଲେ ।
ବର ର ପରିବାର ପୂଜନ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଆଣି ପାରି ନଥିଲେ । ତାଙ୍କ ପାଖରେ କେବଳ ନଡିଆ ହିଁ ଥିଲା । ଏମିତିରେ ଏସଆଇ ଅଞ୍ଜଳି ଅଗ୍ନିହୋତ୍ରୀ କେଉଁଠୁ ଚିନି ମଗାଇ ମିଷ୍ଟାନ୍ନ ର ଅଭାବ କୁ ପୁରା କରିଲେ । କିଛି ଫୁଲର ମଧ୍ୟ ଯୋଗାଡ କରିଲେ । ଯେତେବେଳେ ମନ୍ତ୍ର ପଢିବାର ବାରି ଆସିଲା ତ କିଛି ମନ୍ତ୍ର ଅଞ୍ଜଳି ପଢିବା ଆରମ୍ଭ କରିଲେ ଓ ପୁଣି ଗୁଗୁଲରେ ବିବାହ ମନ୍ତ୍ର ଖୋଜି ମନ୍ତ୍ର ପଢି ବିବାହ ସମ୍ପନ୍ନ କଲେ ।
ଅଞ୍ଜଳି କହିଲେ କି ମନ୍ଦିର ବନ୍ଦ ଥିଲା । ଏଥିପାଇଁ ମନ୍ଦିର ପରିସରରେ ଫେରା କରାଇବା ପାଇଁ ହୋମ କୁଣ୍ଡ ଜାଗାରେ ଦୀପ ଜଳାଇ ରଖାଗଲା । ମନ୍ତ୍ର ସହିତ ଦୀପ ଓ ମନ୍ଦିରର ଫେରା କରାଗଲା । ବିବାହର ସାତଟି ବଚନ ସହିତ ବର ବଧୂଙ୍କୁ ଆଇନ ବିଷୟରେ ମଧ୍ୟ କୁହାଗଲା । ଏହି ବିବାହରେ ଲକଡାଉନ ର ସମସ୍ତ ନିୟମ ମଧ୍ୟ ପାଳନ କରାଗଲା । ଆପଣଙ୍କୁ ଏହି ମହିଳା ଏସଆଇ ଙ୍କ କାମ କିପରି ଲାଗିଲା ଆମକୁ କମେଣ୍ଟରେ ଜଣାନ୍ତୁ ଓ ଦେଶରେ ଘଟୁଥିବା ସବୁ ଟିକିନିକି ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।