ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଏହି ୫ ଟି ଜିନିଷ କାହାକୁ ବି କୁହନ୍ତୁ ନାହିଁ

ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ଵପ୍ନ ଥାଏ କି ସେମାନେ ଜୀବନରେ ଜଣେ ସଫଳ ବ୍ୟକ୍ତି ହେବେ । କିନ୍ତୁ ଏହା ସମ୍ଭବ ହେଇନଥାଏ କିମ୍ବା ଏମିତି ହେଉ ହେଉ ଅଧାରେ ରାହିଯାଏ । କିନ୍ତୁ ଏହା ପଛରେ ମଧ୍ୟ କିଛି କାରଣ ଥାଏ । ଅଜଣାତରେ ଆମେ ଏମିତି କିଛି କରିଥାଉ ଯାହାକୁ ଆମକୁ କରିବା ଉଚିତ ନୁହେଁ । ଯାହା ଦ୍ଵାରା ଆମେ ଜୀବନରେ କେବେ ବି ସଫଳ ହେଇ ପାରି ନଥାଉ । ଆଜି ଆମେ ଆପଣଙ୍କୁ ଏମିତି ହିଁ ୫ ଟି କଥା କହିବୁ ଯାହାକୁ ଆପଣ କାହାକୁ ବି କହିବା ଉଚିତ ନୁହେଁ ।

୧. ଜୀବନର ଲକ୍ଷ

ଆମେ ଜୀବନରେ କଣ ହେବାକୁ ଚାହୁଁଛୁ ବା କଣ କରିବାକୁ ଚାହୁଁଛୁ ଏହାକୁ କାହାକୁ ମଧ୍ୟ କହିବା ଉଚିତ ନୁହେଁ । କାରଣ ଏଇଟା ସ୍ଵାର୍ଥପର ଦୁନିଆ । ଲୋକମାନେ ଅନ୍ୟକୁ କେବେ ବି ସଫଳ ହେବାକୁ ଦେବେ ନାହିଁ, ଆପଣଙ୍କୁ ଡିମୋଟିଭେଟ କରିବେ । ଏମିତି ଯଦି କୌଣସି ଖାସ ବ୍ୟକ୍ତି ଅଛନ୍ତି ତାଙ୍କୁ ଆପଣ କହି ପାରିବେ କିନ୍ତୁ ସମସ୍ତଙ୍କୁ ଆପଣ ନିଜର ଲକ୍ଷ ବିଷୟରେ କହିବା ଉଚିତ ନୁହେଁ ।

୨. ବ୍ୟକ୍ତିଗତ ଜୀବନ

ଆପଣଙ୍କୁ ନିଜର ପର୍ସନାଲ ଲାଇଫ ବିଷୟରେ କାହାକୁ ବି କିଛି କହବା ଉଚିତ ନୁହେଁ । ଆପଣଙ୍କ ଘରେ କଣ ହେଲା ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । କାରଣ ଏହା ଦ୍ଵାରା ଲୋକମାନେ ଆପଣଙ୍କ ସାମ୍ନାରେ ତ ଆପଣଙ୍କୁ ସିମ୍ପାଥି ଦେବେ କିନ୍ତୁ ପଛରେ ଆପଣଙ୍କ ମଜାକ ଉଡାଇବେ ।

୩. ନିଜର ପ୍ରଶଂସା

ଯଦି ଆପଣ କାହାକୁ ସାହାର୍ଯ୍ୟ କରିଛନ୍ତି ବା ଅନ୍ୟ କୌଣସି ଭଲ କାର୍ଯ୍ୟ କରିଛନ୍ତି ତେବେ ନିଜର ପ୍ରଶଂସା ଅନ୍ୟମାନଙ୍କ ସାମ୍ନା ରେ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣ ଅନ୍ୟମାନଙ୍କ ସାମନାରେ ଛୋଟ ହେଇ ଯାଇଥାନ୍ତି ।

୪. ନିଜର ସିକ୍ରେଟ

ସମସ୍ତଙ୍କ ଜୀବନରେ କିଛି ଏମିତି ସିକ୍ରେଟ ଥାଏ ଯାହାକୁ କାହାକୁ ବି କହିବା କଥା ନୁହେଁ । କିନ୍ତୁ କିଛି ଥର ଆମେ କଥା କଥାରେ ତାହାକୁ ପ୍ରକାଶ କରି ଦେଇଥାଉ । ପଛରେ ଭାବିଥାଉ କି ମୋତେ ଏହି କଥା କହିବାର ନଥିଲା ।

୫. ନିଜର ଆର୍ଥିକ ସ୍ଥିତି

ଆପଣଙ୍କୁ ଅନ୍ୟମାନଙ୍କୁ ନିଜର ଆର୍ଥିକ ସ୍ଥିତି ବିଷୟରେ କିଛି ବି କହିବା ଉଚିତ ନୁହେଁ । ଯେଉଁ ଦିନ ଆପଣ ଏହା କହିବେ କି ମୋ ପାଖରେ ବହୁତ ଟଙ୍କା ଅଛି ସେହି ଦିନ ଆପଣଙ୍କର ନିଜ ଉପରେ ସନ୍ତୁଷ୍ଟ ହୋଇଯାନ୍ତି କି ମୁଁ ଯାହା କମାଇବା କଥା ତାହା କମାଇ ନେଇଛି । ଯେଉଁଦିନ ଆପଣଙ୍କ ପଇସା କମାଇବାର ନିଶା କମ ହୋଇଯାଏ ନା ସେହି ଦିନ ଠାରୁ ଆପଣଙ୍କ ପାଖରେ ଟଙ୍କା କମ ହେବାକୁ ଲାଗେ ।

ପଇସା କମାଇବାରେ ବହୁତ ସମୟ ଲାଗିଥାଏ କିନ୍ତୁ ଯେତେବେଳେ ଲକ୍ଷ୍ମୀ ଯାଇଥାନ୍ତି ନା ଜାଣା ହିଁ ପଡି ନଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।