ଆମେରିକାରେ ପିଆଜ ଦେଖିଲେ ଡ-ରୁ-ଛ-ନ୍ତି ଲୋକେ । କାରଣ ପିଆଜ ଖାଇଲେ ବ୍ୟାପୁଛି ଭ-ୟ-ଙ୍କ-ର ରୋଗ । ପେଟ ରୋଗରେ ପଡି ଛ-ଟ-ପ-ଟ ହେଉଛନ୍ତି ଶତାଧିକା ଆମେରିକୀୟ । ଅନେକ ଲୋକ ଏବେ ଡାକ୍ତରଖାନାରେ ଭର୍ତ୍ତି ହେଲେଣି । ସେମାନଙ୍କ ସ୍ୱାସ୍ଥ୍ୟ ଏବେ ଗୁ-ରୁ-ତ-ର ଥିବା କଥା ରିପୋର୍ଟରୁ ଜଣାପଡିଛି । ଆମେରିକାର ୩୭ଟି ରାଜ୍ୟରେ ସଲମୋନେଲା ରୋଗ ବ୍ୟାପିବା ଆରମ୍ଭ ହୋଇଯାଇଛି ।
ବିଶେଷ କରି ଟେକ୍ସାସ ଓ ଓକାଲହୋମା ସହରରେ ସର୍ବାଧିକ ଲୋକ ଏହି ରୋଗରେ ଆ-କ୍ରା-ନ୍ତ ହୋଇଥିବା ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ସିଡ଼ିସି କହିଛି । ସଲମୋନେଲା ଏକ ପେଟ ରୋଗ ସୃଷ୍ଟିକାରୀ ଅଣୁଜୀବ । ଏହି ବ୍ୟାକ୍ଟେରିଆ ସାଧାରଣତଃ ଗାଷ୍ଟ୍ରୋନୋମିକାଲ ରୋଗ ସୃଷ୍ଟି କରିଥାଏ । ସଲମୋନେଲା ଜୀବାଣୁ ଦ୍ଵାରା ଆ-କ୍ରା-ନ୍ତ ହୋଇଥିବା ଲୋକଙ୍କ ଠାରେ ବିଶେଷ କରି ଡାଇରିଆ, ଜ୍ଵର ଏବଂ ପେଟ ଯ-ନ୍ତ୍ର-ଣା ଭଳି ଲକ୍ଷଣ ଦେଖା ଯାଇଥାଏ ।
ପିଆଜ ଖାଇବାର ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଯେକୌଣସି ସମୟରେ ଏହି ସବୁ ଲକ୍ଷଣ ଦେଖାଯାଏ ବୋଲି ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ସ୍ପଷ୍ଟ କରିଛି । ସଂପୂର୍ଣ୍ଣ ଲାଲ, ଧଳା ଏବଂ ହଳଦିଆ ରଙ୍ଗର ପିଆଜ ଖାଇଲେ ଏହି ରୋଗ ଅଧିକ ମାତ୍ରାରେ ହେଉଥିବା କୁହାଯାଉଛି । ଏଥିପାଇଁ ପ୍ୟାକେଜିଂ ଲେବଲ ଲାଗି ନଥିବା ପିଆଜ ନକିଣିବା ପାଇଁ ଜନ ସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଉଛି ।
ଏହା ସହ କିଣିଥିବା ପିଆଜ ସବୁ ଫୋପାଡି ଦେବା ସହ ପିଆଜ ରକ୍ଷା ଯାଇଥିବା ପାତ୍ର ଏବଂ ଚଟାଣକୁ ଭଲ ଭାବେ ସାବୁନ ପାଣିରେ ପରିଷ୍କାର କରିବା ପାଇଁ କୁହାଯାଉଛି । ବିଶେଷ କରି ଚିହୁୱାହା ଓ ମେକ୍ସିକୋରୁ ଆମଦାନୀ ହେଉଥିବା ପ୍ରୋଶୋଷ ଇଲ ନାମକ କମ୍ପାନୀର ପିଆଜ ସଲମୋନେଲା ରୋଗର କାରଣ ବୋଲି ଜଣାପଡିଛି । ତେବେ ପିଆଜ ଖାଇ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାର ମୃ-ତ୍ୟୁ ହୋଇନାହିଁ ।
ଅସୁସ୍ଥ ଲୋକଙ୍କ ମଧ୍ୟରୁ ୭୫ ପ୍ରତିଶତ ଲୋକ କଞ୍ଚା ପିଆଜ କିମ୍ବା ସେଥିରୁ ପ୍ରସ୍ତୁତ ଖାଦ୍ୟ ଖାଇ ପୀଡିତ ଅଛନ୍ତି । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏହି ରୋଗ ବୃଦ୍ଧି ପାଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ବୋଲି ସିଡ଼ିସି କହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।