ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାକୁ ଉକସାଇବା ଆରୋପରେ ସଲମାନ, କରଣ ଜୌହର ସହିତ ୮ ଜଣଙ୍କ ଉପରେ ହେଲା କେସ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନିର୍ମାତା-ନିର୍ଦେଶକ କରଣ ଜୌହର, ସଂଜୟ ଲୀଲା ଭଂସାଲୀ, ଏକତା କପୁର ଓ ଅଭିନେତା ସଲମାନ ଖାନ ସହିତ ୮ ଜଣ ଲୋକମାନଙ୍କ ଉପରେ କେସ ଦର୍ଜ ହୋଇଛି । ଏହି ସମସ୍ତଙ୍କ ଉପରେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ହାତ ଅଛି ବୋଲି ଆରୋପ ଲାଗିଛି । ବିହାରର ଓକିଲ ସୁଧୀର ଓଝା ଏହି ଷ୍ଟାରମାନଙ୍କ ବିରୁଦ୍ଧରେ କେସ କରିଛନ୍ତି । ଓକିଲ ସୁଧୀର ଓଝା ଏହି ସମସ୍ତଙ୍କ ଉପରେ ଆଇପିସିର ଧାରା ୩୦୬, ୧୦୯, ୫୦୪ ଓ ୫୦୬ ଅନୁସାରେ ମୁଜଫ୍ଫରପୁର କୋର୍ଟରେ କେସ ଦର୍ଜ କରିଛନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରି କରିଥିଲା ବ୍ୟାନ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କୁହା ଯାଉ ଥିଲା କି ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦିଆ ଯାଉ ଥିଲା । ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଲେ । ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଲୋକମାନଙ୍କ ଉପରେ ଏହା ଆରୋପ ଲାଗିଛି କି ଫିଲ୍ମ ଇଣ୍ଡଷ୍ଟ୍ରିରେ ପକ୍ଷପାତ ଚାଲିଥାଏ ଓ ଏହି ପକ୍ଷପାତର ଶିକାର ସୁଶାନ୍ତ ସିଂହ ରାଜପୁତ ହୋଇଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ପ୍ରସିଦ୍ଧ ଲୋକମାନଙ୍କ ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କୁ ମାନସିକ ରୂପରେ ଯନ୍ତ୍ରଣା ଦିଆ ଯାଉ ଥିଲା ।

କରଣ ଜୌହର, ସଂଜୟ ଲୀଲା ଭଂସାଲୀ, ଏକତା କପୁର ଓ ଅଭିନେତା ସଲମାନଙ୍କ ପ୍ରଡକ୍ଶନ ହାଉସ ସୁଶାନ୍ତ ସିଂହ ରାଜପୁତଙ୍କୁ ବ୍ୟାନ କରି ଦେଇ ଥିଲେ । ଯେଉଁ କାରଣରୁ ତାଙ୍କୁ କୌଣସି ବି ଫିଲ୍ମ ମିଳୁ ନ ଥିଲା । ଏତିକି ନୁହେଁ ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆ ଯାଇ ଥିବା ୭ ଟି ଫିଲ୍ମ ବି ଫେରାଇ ନିଆ ଯାଇ ଥିଲା । ଯେଉଁ କାରଣରୁ ସୁଶାନ୍ତ ସିଂହ ରାଜପୁତ ଚିନ୍ତାରେ ପଡି ଯାଇ ଥିଲେ ।

ଶୋଷଣର ହୋଇଥିଲେ ଶିକାର

ବଲୀଉଡର କିଛି ଷ୍ଟାରମାନଙ୍କ ଏହା ଆରୋପ ଅଟେ କି ଫିଲ୍ମ ଇଣ୍ଡଷ୍ଟ୍ରି ଦ୍ଵାରା ସୁଶାନ୍ତ ସିଂହ ରାଜପୁତଙ୍କୁ ଶୋଷଣ କରାଯାଇ ଥିଲା ଓ ଏହି ଶୋଷଣ କାରଣରୁ ସେ ଅବସାଦକୁ ଚାଲି ଯାଇ ଥିଲେ । ଯେଉଁ କାରଣରୁ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଲେ । ଅନ୍ୟ ପଟେ ପୋଲିସର ଆରମ୍ଭ ଯାଞ୍ଚରେ ଏହି କଥା ବି ସାମ୍ନାକୁ ଆସିସାରିଛି କି ସୁଶାନ୍ତ ଗମ୍ଭୀର ଅବସାଦ ଦେଇ ଗତି କରୁ ଥିଲେ ।

ବିଜେପି ସାଂସଦ କହିଲେ ଯାଞ୍ଚ ହେଉ ମାମଲାର

ବିଜେପି ସାଂସଦ ନିଶିକାନ୍ତ ଦୁବେ ବଲୀଉଡର ନିର୍ମାତାଙ୍କ ବିରୁଦ୍ଧରେ କେସ ଦର୍ଜ କରିବାର ମାଙ୍ଗ କରିଛନ୍ତି । ସେ ଟ୍ୱିଟର ଉପରେ ନିଜର ଏକ ଭିଡିଓ ଶେୟାର କରି କହିଲେ କି, ପୂର୍ବାଞ୍ଚଳ କଳାକାରମାନଙ୍କୁ ସରକାରଙ୍କ ଉପରେ ପ୍ରେସର ଦେବା ଉଚିତ ଓ ନିଜର ଏକ ଅଲଗା ଫିଲ୍ମ ଇଣ୍ଡଷ୍ଟ୍ରି କରନ୍ତୁ । ଯେଉଁ ନିର୍ମାତାମାନେ ସୁଶାନ୍ତ ସିଂହ ରାଜପୁତଙ୍କୁ ଫିଲ୍ମରୁ ବୟକଟ କରିଥିଲେ କିମ୍ବା ଫିଲ୍ମରୁ ବାହାର କରି ଦେଇଥିଲେ, ତାଙ୍କ ବିରୁଦ୍ଧରେ ଏଫଆଇଆର ଦର୍ଜ ହେଉ । ଏମାନଙ୍କ ଉପରେ ଆତ୍ମହତ୍ୟା କରିବା ପଛରେ ହାତ ଅଛି ବୋଲି କେସ ଦର୍ଜ କରିବା ଉଚିତ ।

କଙ୍ଗନା ଉଠାଇଲେ ଆବାଜ

ଅଭିନେତ୍ରୀ କଙ୍ଗନା ରନୌତ ଏକ ଭିଡିଓ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ଓ କହିଛନ୍ତି କି ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନୁହେଁ ଏହା ମର୍ଡର ଅଟେ । କଙ୍ଗନାଙ୍କ ଛଡା ରଣବୀର ଶୌରୀ, ଅଭିନବ ସିହଂ କଶ୍ୟପ ସହିତ ଅନ୍ୟ ଷ୍ଟାରମାନେ ବି ପକ୍ଷପାତର ଆରୋପ ଲଗାଇଛନ୍ତି । ଅନ୍ୟ ପଟେ ଭାରତୀୟ ମହିଳା ରେସଲର ଓ ବିଜେପି ନେତା ବବିତା ଫୋଗାଟ ବି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଉପରେ ନିର୍ମାତା – ନିର୍ଦେଶକ କରଣ ଜୌହରଙ୍କୁ ଆଙ୍ଗୁଠି କରି କଙ୍ଗନାଙ୍କ କଥାର ସମର୍ଥନ କରିଛନ୍ତି ।

ଅନ୍ୟ ପଟେ ଯେଉଁ ଯେଉଁ ପ୍ରୋଡକ୍ଶନ ହାଊସ ସୁଶାନ୍ତ ସିଂହ ରାଜପୁତଙ୍କୁ ବ୍ୟାନ କରି ରଖି ଥିଲେ ସେହି ସମସ୍ତଙ୍କ ଉପରେ କେସ ଦର୍ଜ କରା ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କେସର ଯାଞ୍ଚ ହୋଇ ନାହିଁ ଓ କିନ୍ତୁ ମୁମ୍ବାଇ ପୋଲିସ ଏହି ମାମଲାରେ କେତେକ ଲୋକମାନଙ୍କୁ ପୁଛତାଛ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣ ଲୋକମାନଙ୍କ ବୟାନ ଦର୍ଜ କରା ଯାଇସାରିଛି । ଯେତେବେଳେ କି ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଂଡ ରିୟାଙ୍କ ବାୟାନ ଦର୍ଜ କରାଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।