ଭାରତୀୟ ବୋଲର ଯିଏ ନିଜର ଶେଷ ମ୍ୟାଚରେ ନେଇଛନ୍ତି ୫ ୱିକେଟ, ତାପରେ ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳି ନାହିଁ ଚାନ୍ସ

କ୍ରିକେଟ ଜଗତରୁ ଏମିତି ବହୁତ କଥା ସାମ୍ନାକୁ ଆସିଥାଏ ଯାହାକୁ ଶୁଣିବା ପରେ କିମ୍ବା ଦେଖିବା ପରେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ । ଏହା ସେହି କଥା ହୋଇଥାଏ ଯାହା ଏକ ବଡ ପ୍ରଶ୍ନ ଛିଡା କରିଥାଏ । କିନ୍ତୁ ଏହାର କୌଣସି ଜବାବ ମିଳେ ନାହିଁ । ଏମିତି ସେତେବେଳେ ହୋଇଥାଏ ଯେତେବେଳେ କୌଣସି ଖେଳାଳି ନିଜର ଶେଷ ମ୍ୟାଚରେ ବିଜେତା ଭଳି ପ୍ରଦର୍ଶନ କରେ କିନ୍ତୁ ଏହା ସତ୍ବେ ତାକୁ ଆସନ୍ତା ମ୍ୟାଚରେ ଚାନ୍ସ ମିଳେ ନାହିଁ । ଏହା ପରେ ସେହି ଖେଳାଳି କେବେ ବି ଭାରତୀୟ ଟିମକୁ ଫେରି ପାରେ ନାହିଁ । ଏହିଭଳି ଦୁର୍ଭାଗ୍ୟ ବହୁତ ଖେଳାଳିଙ୍କ ସହ ହୋଇଛି ।

ବିବେକ ରାଜଦାନ

ଭାରତୀୟ କ୍ରିକେଟ ଟିମର ପୂର୍ବ ବୋଲର ବିବେକ ରାଜଦାନଙ୍କ ସହିତ ବି ଏହିଭଳି କିଛି ହୋଇଛି । କିନ୍ତୁ ବର୍ତ୍ତମାନ ସମୟର କଥାବାର୍ତ୍ତା କରିବା ତ ବିବେକ ରାଜଦାନ ଆଜି କମେନ୍ଟ୍ରୀ ଦୁନିଆର ଭଲ ଓ ପରିଚିତ ନାମ ଅଟନ୍ତି । କିନ୍ତୁ ଏହି ଭାରତୀୟ ବୋଲର ସହିତ ବହୁତ ଦୁର୍ଭାଗ୍ୟଶାଳୀ ଘଟଣା ହୋଇଛି । ସେ ନିଜର ଶେଷ ଟେସ୍ଟ ମ୍ୟାଚରେ ଜବରଦସ୍ତ ବୋଲିଙ୍ଗ କରିଲେ । କିନ୍ତୁ ତାଙ୍କୁ ଆଉ ଚାନ୍ସ ମିଳିଲା ନାହିଁ ।

ସେ ଭାରତୀୟ ଟିମ ସହ ଖେଳିବା ପାଇଁ ଚାହୁଁ ଥିଲେ । କିନ୍ତୁ ଚାନ୍ସ ମିଳିଲା ନାହିଁ ଓ ଶେଷରେ ତାଙ୍କର କ୍ୟାରିୟର ସମାପ୍ତ ହୋଇଗଲା । ବିବେକ ରାଜଦାନ ଭାରତୀୟ ଟିମ ପାଇଁ ୨ଟି ଟେସ୍ଟ ମ୍ୟାଚ ଖେଳିଲେ । ସେ ଦ୍ଵିତୀୟ ଟେସ୍ଟ ମ୍ୟାଚରେ ପାକିସ୍ତାନ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଲେ ଓ ୫ଟି ୱିକେଟ ନିଜ ନାମରେ ବି କରିଲେ । କିନ୍ତୁ ଶେଷ ଟେସ୍ଟ ମ୍ୟାଚରେ ୫ଟି ୱିକେଟ ନେବା ପରେ ବିବେକ ରାଜଦାନଙ୍କୁ ନିଜ ଜୀବନର ତୃତୀୟ ଟେସ୍ଟ ମ୍ୟାଚ ଖେଳିବା ପାଇଁ ଚାନ୍ସ ମିଳିଲା ନାହିଁ ।

ବର୍ଷ ୧୯୮୯ରେ ପାକିସ୍ତାନ ଟୁରରେ ଭାରତୀୟ ଟିମ ଯାଇ ଥିଲା । ଏହା ସେହି ସମୟ ଥିଲା ଯେତେବେଳେ ଭାରତ ନିଜର ତିନୋଟି ନୂଆ ଖେଳାଳି ସଚିନ ତେନ୍ଦୁଲକର, ବିବେକ ରାଜଦାନ, ସଲିଲ ଅଂକୋଲାଙ୍କୁ ଡେବ୍ୟୁର ଚାନ୍ସ ଦେଇ ଥିଲା । ଏହି ଟୁର ସମୟରେ ଫୈସଲାବାଦରେ ଖେଳାଯାଉଥିବା ଟେସ୍ଟ ମ୍ୟାଚରେ ବିବେକ ରାଜଦାନଙ୍କୁ ଡେବ୍ୟୁ କରିବା ପାଇଁ ଚାନ୍ସ ମିଳିଲା । ଏହା ପରେ ସିୟାଲକୋଟରେ ଖେଳା ଯାଇଥିବା ଦ୍ଵିତୀୟ ଟେସ୍ଟ ମ୍ୟାଚରେ ବିବେକ ରାଜଦାନଙ୍କୁ ପୁଣି ଥରେ ଚାନ୍ସ ମିଳିଲା ।

କେବଳ ୨ଟି ରଣଜୀ ଖେଳିଥିବା ରାଜଦାନଙ୍କ ପାଇଁ ପ୍ରଥମ ମ୍ୟାଚ ଖରାପ ପ୍ରଦର୍ଶନ ପରେ ବି ଆସନ୍ତା ମ୍ୟାଚରେ ଚାନ୍ସ ମିଳିବା ବହୁତ ବଡ କଥା ଥିଲା । ତାଙ୍କ ପାଇଁ ଏହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ବଡ ଚାନ୍ସ ଥିଲା । ନିଜର ଦ୍ଵିତୀୟ ମ୍ୟାଚରେ ବିବେକ ରାଜଦାନ ନିଜର ଏକ ଅଲଗା ରୂପରେ ନଜର ଆସିଲେ ଓ ପାକିସ୍ତାନକୁ ପରାଜୟର ରାସ୍ତା ଦେଖାଇ ଦେଲେ ।

ସେ ୨୭ ଓଭରର ବୋଲିଂ କରି ପାକିସ୍ତାନର ୫ଟି ୱିକେଟ ହାସଲ କରିଲେ । ଯେଉଁଥିରେ ରମୀଜ ରାଜା ଓ ସଲିମ ମଲିକ କ୍ରିକେଟରଙ୍କ ୱିକେଟ ସାମିଲ ଥିଲା । କିନ୍ତୁ ଏହା ପରେ ବିବେକଙ୍କୁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡର ଟୁର ପାଇଁ ଚୟନ କରାଗଲା କିନ୍ତୁ ତାଙ୍କୁ ଖେଳିବା ପାଇଁ ଚାନ୍ସ ମିଳିଲା ନାହିଁ । ଶେଷରେ ଏହି ପ୍ରତିଭାଶାଳୀ ବୋଲର କ୍ୟାରିୟରକୁ ପୁଣି ଥରେ ଚାନ୍ସ ନ ଦେଇ ଶେଷ କରି ଦିଆଗଲା । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।