ସ୍ଵାମୀକୁ ନିଜର ସ୍ତ୍ରୀର ଶ୍ୟାମଳ ରଙ୍ଗ ନଥିଲା ପସନ୍ଦ, ସବୁଦିନ କରୁଥିଲା ସେ ତା ସହିତ ଏହି କାମ

କହିବାକୁ ଗଲେ ଆମ ଦେଶର ସୁରକ୍ଷା ପାଇଁ ଆମର ଯବାନ ସବୁବେଳେ ପ୍ରସ୍ତୁତ ଥାନ୍ତି ଓ ସେମାନେ ସୀମାରେ ଛିଡା ହୋଇ ଆମ ଦେଶର ସୁରକ୍ଷା କରୁଥାନ୍ତି । କିନ୍ତୁ ସେହି ଯବାନମାନଙ୍କ ଯେତେବେଳେ ପରିବାରର ସୁରକ୍ଷାର କଥା ଆସେ ତେବେ ଆମର ସମାଜ ପଛ ଘୁଞ୍ଚା ଦେଇଥାଏ । କହିବାକୁ ଗଲେ ଏହି ମାମଲା କିଛି ଏହିଭଳି ହିଁ ଅଟେ । ଆମ ଦେଶର ସୁରକ୍ଷାରେ ଥିବା ଜଣେ ଯବାନର ଭଉଣୀକୁ ତାହାର ଶ୍ୟାମଳ ରଙ୍ଗ ପାଇଁ ବିଭିନ୍ନ ପ୍ରକାରର ଅସୁବିଧା ଓ କଷ୍ଟର ସାମ୍ନା କରିବାକୁ ପଡିଲା ।

ଖବର ଅନୁସାରେ ସେହି ଯବାନର ଭଉଣୀର ସ୍ଵାମୀ ସବୁବେଳେ ତାକୁ ଶ୍ୟାମଳ ରଙ୍ଗ ବୋଲି କହି ଗାଳି ଦେଉ ଥିଲା ଓ ଏହା ସହିତ ତାହା ମୁହଁରେ କପଡା ଦେଇ ତାକୁ କରେଣ୍ଟ ଦେଉଥିଲା । ବର୍ତ୍ତମାନ ଏହି ମାମଲାରେ ବର୍ତ୍ତମାନ ଥାନା ଘରିଂଡା ପୁଲିସ ଆରୋପି ସ୍ଵାମୀ ବିରୁଦ୍ଧରେ କେସ ଦର୍ଜ କରି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି । ଏହି ମାମଲାଟି ଅଟାରୀ କସ୍ବେର ଗ୍ରାମ ନଂଗଲୀର ଅଟେ ।

ଯେଉଁଠି ଯବାନର ଭଉଣୀ ହରିଂଦର କୌର ନିଜର ସ୍ଵାମୀ ଓ ଶଶୁରଘରର ସଦସ୍ୟମାନଙ୍କ ଉପରେ ତାକୁ ହତ୍ୟା କରିବାର ପ୍ରୟାସ କରା ଯାଇଛି ବୋଲି ଆରୋପ ଲଗାଇଛି । ଏହି ମାମଲାରେ ହରିଂଦର କୌର କହିଲେ କି, ତାହାର ବିବାହ ଦୁଇ ବର୍ଷ ପୂର୍ବେ ନଂଗଲୀର ଶମଶେର ସିଂହ ସହ ହୋଇଥିଲା ଓ ଗୋଟିଏ ବର୍ଷ ପୂର୍ବେ ହିଁ ତାହାର ଏକ ପୁଅ ବି ହୋଇଛି । ଏହା ପରେ ତାହାର ସ୍ଵାମୀ ତାହାର ଶ୍ୟାମଳ ରଙ୍ଗକୁ ନେଇ ଗାଳି ଦେବା ଆରମ୍ଭ କରି ଦେଲା ।

ପୁଣି କିଛି ଦିନ ପରେ ତାହାର ସ୍ଵାମୀ ତାର ଶ୍ୟାମଳ ରଙ୍ଗ କାରଣରୁ ତାକୁ ଛାଡିବାର ଧମକ ଦେବା ବି ଆରମ୍ଭ କରି ଦେଲା । ଏହା ପରେ ତାହାର ସ୍ଵାମୀ ଓ ଶଶୁର ଘର ଲୋକମାନେ ଯୌତୁକରେ ଏକ ଗାଡି ମାଗିବା ଆରମ୍ଭ କରି ଦେଲେ । କିନ୍ତୁ ଯେତେବେଳେ ହରିଂଦର କୌର ଗାଡି ଦେବାରେ ଅସମର୍ଥ ଜତାଇଲା ତେବେ ତାକୁ ମାରପିଟ କରିବା ଆରମ୍ଭ କରି ଦେଲେ । ଏହା ସହିତ ତାହାର ସ୍ଵାମୀ ତାକୁ କରେଣ୍ଟ ବି ଦେଲା ।

ଶେଷରେ ହରିଂଦର କୌର ଅତ୍ୟାଚାର ସହି ନ ପାରି ପୋଲିସରେ ରିପୋର୍ଟ ଦେଇ ଦେଲା । ଏହି ମାମଲାରେ ମିଡିଆ ସହ କଥାବାର୍ତ୍ତା କରି ହରିଂଦର କୌର କହିଲେ କି ‘ବିବାହର କିଛି ସମୟ ପରେ ହିଁ ତାହାର ସ୍ଵାମୀ ମାରପିଟ କରିବା ଆରମ୍ଭ କରି ଦେଇ ଥିଲା । ସେ ତଥାପି ଶଶୁର ଘରର ମାରପିଟକୁ ସହି ନେଉ ଥିଲା । କାରଣ ତାହାର ଭାଇ ଘରେ ଏକୁଟିଆ କାମ କରୁଥିଲା ଓ ସେମାନେ ସାତ ଭଉଣୀ ଅଟନ୍ତି ।

ବର୍ତ୍ତମାନ ଆହୁରି ଦୁଇ ଭଉଣୀ କୁଆଁରୀ ଅଛନ୍ତି । ଭାଇ ସେନାରେ ଅଛି । ବହୁ ମାସ ପରେ ଘରକୁ ଫେରିଥାଏ । କିନ୍ତୁ ଶେଷରେ ତାହାର ସ୍ଵାମୀ ସବୁ ସୀମା ପାର କରି ଦେଲା । ସେ ନିଜେ ତ ମାରୁଥିଲା, ଏହା ସହିତ ତାହାର ଭିଣେଇ ଦ୍ଵାରା ବି ତାକୁ ଅପମାନିତ କରୁଥିଲା । ହରିଂଦର କୌର କହିଲେ କି ମୋର ସ୍ଵାମୀ ମୋତେ କହୁଥିଲା କି ତୁମେ କଳା ଅଟ । ମୁଁ ତତେ ଛାଡି ଅନ୍ୟ ଏକ ବିବାହ କରିବାକୁ ଚାହୁଁଛି ।

ମୋ ଭାଇ ଯୌତୁକରେ ସବୁକିଛି ଦେଇଛି । କିନ୍ତୁ ଏହା ସତ୍ବେ ବି ମୋ ସ୍ଵାମୀ ବର୍ତ୍ତମାନ ଗାଡି କଥା ଉଠାଇ ମାରପିଟ କରିବା ଆରମ୍ଭ କରି ଦେଇଥିଲା । ଏହା ସହିତ ମୋ ମୁହଁରେ କପଡା ଦେଇ ମୋତେ କରେଣ୍ଟ ଦେବା ଆରମ୍ଭ କରି ଦେଇଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।