ଜାଣନ୍ତୁ କିପରି ମା’ ଙ୍କର ଅପମାନ ବଦଳାଇ ଦେଲା Shalini Agnihotri ଙ୍କ ଜୀବନ, ରାଷ୍ଟ୍ରପତି ପୁରସ୍କାର ପାଇଥିବା ଏହି ଦବଙ୍ଗ ଲେଡିଙ୍କ କାହାଣୀ ଶୁଣିଲେ ଆପଣ ବି କହିବେ ସାବାସ !

ମନୋବଳ ଦୃଢ ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଜୀବନରେ ସଫଳତା ପାଇବାକୁ ହେଲେ ନିଜ ଲକ୍ଷ୍ୟକୁ ସ୍ଥିର କରିବାକୁ ପଡିବ । ଆଉ ଧୈର୍ଯ୍ୟର ସହ କାର୍ଯ୍ୟ କରି ଚାଲିଲେ ନିଶ୍ଚୟ ସଫଳତା ମିଳିବ । ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ହିମାଚଳ ପ୍ରଦେଶର ଶାଲିନୀ ଅଗ୍ନିହୋତ୍ରୀ । ସେ ଜଣେ ବସ୍ କଣ୍ଡକ୍ଟରଙ୍କ ଝିଅ । ଆଉ ଏବେ ବନିଯାଇଛନ୍ତି ଜଣେ IPS ଅଫିସର । ସେଦିନ ମା ଙ୍କ ସହ ବସ୍ ରେ ଯାଉଥିଲେ ଶାଲିନୀ । ବସ୍ ଯାତ୍ରା ସମୟରେ ଜଣେ ବ୍ୟକ୍ତି ତାଙ୍କ ପଛ ସିଟ୍ ରେ ହାତ ରଖିଥିଲେ । ଯେଉଁଥି ପାଇଁ ତାଙ୍କ ମା ସହଜରେ ବସି ପାରୁ ନ ଥିଲେ ।

ଏନେଇ ଶାଲିନୀ ସେହି ବ୍ୟକ୍ତି ଜଣଙ୍କୁ ବାରମ୍ବାର କହିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ମାନି ନ ଥିଲେ । ଓଲଟା ଶାଲିନୀଙ୍କୁ ଜବାବ ଦେଇଥିଲେକି, ‘ତୁମେ କଣ କମିଶନର ? ତୁମ କଥା ମାନିବି ?’ ବାସ୍ ତାପରେ, ବସ୍ ଭିତରେ ମା ଙ୍କ ପ୍ରତି ଉକ୍ତ ବ୍ୟକ୍ତିଙ୍କ ଏହି ଅପମାନ ଶାଲିନୀଙ୍କୁ ଦେଖାଇଥିଲା ନୂଆ ରାସ୍ତା । ସେଦିନ ଭବିଷ୍ୟତରେ ଜଣେ ପୋଲିସ ଅଫିସର ହେବାକୁ ମନେ ମନେ ଶପଥ ନେଇଥିଲେ ଶାଲିନୀ ।

ଆଉ ଆରମ୍ଭ କରି ଦେଇଥିଲେ କସରତ । ଦଶମ ଶ୍ରେଣୀରେ ୯୨ ପ୍ରତିଶତ ଏବଂ ଦ୍ଵାଦଶରେ ୭୭ ପ୍ରତିଶତ ମାର୍କ ରଖିଥିବା ଶାଲିନୀ ହିମାଚଳ ପ୍ରଦେଶ ଆଗ୍ରିକଲଚର ୟୁନିଭରସିଟିରୁ ଗ୍ରାଜୁଏସନ ପାସ୍ କରିଥିଲେ । ସେହି ସମୟରୁ ହିଁ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଚଲେଇଥିଲେ । ସବୁଠୁ ବଡ କଥା ହେଉଛି ଶାଲିନୀ ବିନା କୌଣସି କୋଚିଂରେ ୟୁପିଏସସି ପରୀକ୍ଷା ପାସ୍ କରିଥିଲେ । ପରୀକ୍ଷା କଥା ଘରେ ଜଣାଇଲେ ଅକୃତକାର୍ଯ୍ୟ ହେଲେ ବାପା ମା ମନ ଦୁଃଖ କରିବେ ବୋଲି ଭାବି ସେ ଏକଥା ଘରେ ମଧ୍ୟ ଜଣାଇ ନ ଥିଲେ ।

ନିଜ ହଷ୍ଟେଲରେ ରହି ବିନା କୋଚିଂରେ ୨୦୧୧ରେ ୟୁପିଏସସି ପରୀକ୍ଷା ଦେଇଥିଲେ ଶାଲିନୀ । ଆଉ ୨୦୧୨ରେ ସଫଳତା ପାଇ IPS ବନିଥିଲେ ଶାଲିନୀ । ହିମାଚଳ ପ୍ରଦେଶର ଉନ୍ନାରରେ ଜନ୍ମଗ୍ରହଣ କରିଥିବା ଶାଲିନୀ ଅଗ୍ନିହୋତ୍ରୀଙ୍କ ବାପା ଜଣେ ବସ୍ କଣ୍ଡକ୍ଟର । ଗରିବ ସୀମାରେଖା ତଳେ ପିଲାଙ୍କୁ ପାଠ ପଢାଉଥିଲେ ମଧ୍ୟ ସେମାନଙ୍କ କୌଣସି ଇଚ୍ଛାରେ ସେ କେବେ ହେଲେ ବାଧା ଦେଇ ନ ଥିଲେ କି ପୁଅ ଝିଅ ମଧ୍ୟରେ ଫରକ କରି ନ ଥିଲେ ।

ପିଲାବେଳେ ହେଉ ବା କଲେଜ ବେଳେ ଯେତେବଳେ ଶାଲିନୀ କ୍ରିକେଟ ଖେଳୁଥିଲେ ତାଙ୍କ ହାବଭାବ ଦେଖି ସମସ୍ତେ ତାଙ୍କୁ ପୁଅ ବୋଲି କହୁଥିଲେ । କିନ୍ତୁ ସେ ଜଣେ ପୋଲିସ ଅଫିସର ହେବା ପାଇଁ ନିଜକୁ ଶାରୀରିକ ଭାବେ ପ୍ରସ୍ତୁତ କରୁଥିବାର କେହି ଜାଣି ପାରି ନ ଥିଲେ । ଟ୍ରେନିଂ ପରେ ଶାଲିନୀଙ୍କୁ କୁଲୁରେ ନିଯୁକ୍ତି ମିଳିଥିଲା । ସେଠାରେ ସେ ପୋଲିସ ଅଧିକ୍ଷକ ଭାବେ ଦାୟିତ୍ଵ ତୁଲାଇଥିଲେ ।

ଆଉ ତାପରେ ବଡ ବଡ ଅପରାଧୀଙ୍କ ନିଦ ହଜାଇ ଦେଇଥିଲେ ଶାଲିନୀ । ଅପରାଧୀ ହୁଅନ୍ତୁ କି ଚୋର ତସ୍କର, ସମସ୍ତେ ଶାଲିନୀଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି । ଆଉ ଏହି ଦବଙ୍ଗ ଲେଡି ତାଙ୍କ ଦକ୍ଷତା ପାଇଁ ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରସ୍କାର ପାଇଛନ୍ତି । ଏହିପରି ଅପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।