ଶଳା-ଭିଣେଇ ଟ୍ରେନରେ ନେଇ ଯାଉଥିଲେ ୯୫ ଲକ୍ଷ ଟଙ୍କା, ଚେକିଂ କରିବା ଦ୍ଵାରା ପୋଲିସର ହୋସ ଉଡିଗଲା

ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ପରି ଏକ ଘଟଣା ଘଟିଛି ରାଜସ୍ଥାନରେ । ଆଜି ଆମେ ଆପଣମାନଙ୍କୁ ଏହି ଘଟଣା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ରାଜସ୍ଥାନର କୋଟା ଜିଲ୍ଲାର ଜିଆରପି ପୋଲିସ ଗୁରୁବାର ଦିନ ଟ୍ରେନରୁ ୯୫ ଲକ୍ଷ ଟଙ୍କା ଜବତ କରିଛି । ଏହି ଟଙ୍କାକୁ ଦୁଇଜଣ ବ୍ୟକ୍ତି ଟ୍ରେନରେ ନେଇ ଯାଉଥିଲେ ।

ଟଙ୍କାକୁ ଜବତ କରି ପୋଲିସ ସେହି ବ୍ୟକ୍ତି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଶଳା- ଭିଣେଇର ସମ୍ପର୍କ ଅଛି । ଏହି ଦୁଇଜଣ ବ୍ୟକ୍ତି ଟଙ୍କା ସହ ଓଡିଶା-ବୀକାନେର ଏକ୍ସପ୍ରେସରେ ବସି ଭୁବନେଶ୍ଵର ରୁ ବାହାରିଥିଲେ ।

କୋଟାର ଜିଆରପି ସିଆଇ ସନ୍ଦିପ ଶର୍ମା କହିଲେ କି ସୂଚନା ମିଳିବା ପରେ ସେମାନେ ଆରପିଏଫ ଟିମ ସହ ମିଶି ବାରାଂରେ ବୀକାନେର ଏକ୍ସପ୍ରେସର ଚେକିଙ୍ଗ କରିଥିଲେ । ସେହି ଚେକିଙ୍ଗ ଦ୍ଵାରା ଦୁଇଜଣ ବ୍ୟକ୍ତିଙ୍କ ବ୍ୟାଗରୁ ୯୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ସେହି ବ୍ୟାଗରୁ ୨୦୦୦ ଟଙ୍କା ଓ ୫୦୦ ଟଙ୍କାର ବଣ୍ଡଲ ମିଳିଥିଲା । ବ୍ୟାଗରେ ମୋଟ ୯୫ ଲକ୍ଷ ୮୯ ହଜାର ଟଙ୍କା ଥିଲା ।

ଜିଆରପି ପୋଲିସ ଆରୋପି ଚତରୁଲାଲ ଓ ରାମନିବାସକୁ ଗିରଫ କରିଛନ୍ତି । ପଚରା ଉଚରା ଦ୍ଵାରା ଚତରୁଲାଲ କହିଲା କି, ସେ ଏହି ଟଙ୍କା ତାର ପୁଅ ଗୁଲକେଶ ମିଣା ଠାରୁ ଆଣି ଆସିଥିଲା । ତାଙ୍କ ପୁଅ ମିନିଷ୍ଟ୍ରି ଅଫ ଡ଼ିଫେନ୍ସ ର ଇଞ୍ଜିନିୟର ଅଟେ । ଏହି ଟଙ୍କା ସେ ତାଙ୍କ ଝିଅର ବିବାହ ପାଇଁ ଆଣୁଥିଲେ ।

ସେଇଠି ପୋଲିସ ୧୦୨ ସିଆରପିସି ଅନୁସାରେ ଯାଞ୍ଚ ଆରମ୍ଭ କରିଦେଇଛି ଓ ଆୟ କର ଭବନକୁ ମଧ୍ୟ ଏହାର ସୂଚନା ଦେଇଦେଇଛି । ବର୍ତ୍ତମାନ ଏହି ଟଙ୍କାର ସୋର୍ସ ପାଇଁ ସନ୍ଧାନ ଚାଲିଛି । ସିଆଇ ସନ୍ଦିପ ଶର୍ମାଙ୍କ ଅନୁସାରେ ହୋଇପାରେ ଏହି ରାଶି କୌଣସି ବଡ କମିଶନ ର ଭାଗ ଅଟେ ।