କେମିତି ଜଣେ ବାହାଦୁର ଶିଖ ବ୍ୟକ୍ତି ଓ ତାଙ୍କର ପୁଅ ଦିଲ୍ଲୀ ଦଙ୍ଗା ସମୟରେ ବଞ୍ଚାଇଲେ ପାଖାପାଖି ୮୦ ଜଣ ମୁସଲମାନଙ୍କୁ

ଦିଲ୍ଲୀରେ ବର୍ତ୍ତମାନ ଯେଉଁ ଦଙ୍ଗା ଚାଲିଛି ତାହାକୁ ସବୁଠୁ ଖରାପ ଦଙ୍ଗା ବୋଲି କୁହାଯାଉଛି । ଉତ୍ତର ପୂର୍ବ ଦିଲ୍ଲୀରେ ବଡ ଆକାରରେ ମୁସ୍ଲିମ ଜନସଂଖ୍ୟା ଥିବା ଅଞ୍ଚଳରେ ରବିବାର ଦିନ ଅଶାନ୍ତି ଆରମ୍ଭ ହେବା ପରେ ପାଖପାଖି ୪୨ ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ଯେତେବେଳେ କି ୨୦୦ ରୁ ଅଧିକ ଗୁରୁତର ଅଛନ୍ତି । କିନ୍ତୁ ଏହି ଅରାଜକତା ଓ ଅଶାନ୍ତି ମଧ୍ୟରେ ଶିଖ ପିତା ପୁତ୍ରର ଯୋଡି ସଂଘର୍ଷ କରି ଗୋଟିଏ ଜାଗାରେ ଫସି ଥିବା ବହୁତ ମୁସଲମାନ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଛନ୍ତି ।

ସୂଚନା ଅନୁସାରେ ମୋହିନ୍ଦର ସିଂହ ଓ ତାଙ୍କର ପୁଅ ଇନ୍ଦ୍ରଜିତ ସିଂହ ନିଜର ମୁସ୍ଲିମ ୬୦ ରୁ ୮୦ ଜଣ ପଡୋଶୀ ଭାଇ ଭଉଣୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବୁଲେଟ ମୋଟରସାଇକଲ ଓ ସ୍କୁଟି ର ବ୍ୟବହାର କରିଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀର ଗୋକଲପୁରୀ ହିନ୍ଦୁ ଅଞ୍ଚଳରେ ଯେମିତି ହିଁ ମୋହିନ୍ଦର ସିଂହ ଓ ତାଙ୍କର ପୁଅ ଇନ୍ଦ୍ରଜିତ ସିଂହଙ୍କୁ ଲାଗିଲା କି ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି ତେବେ ସେ ନିଜର ପଡୋଶୀମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଲେ ।

ମୋହିନ୍ଦର ସିଂହ ଏକ ଇଲେକ୍ଟ୍ରୋନିକ୍ସ ସ୍ଟୋରର ମାଲିକ ଅଟନ୍ତି ଓ ଦୁଇଟି ସନ୍ତାନର ପିତା ବି ଅଟନ୍ତି । ସେ କହିଲେ କି ସେ ଏହା ଏଥିପାଇଁ କରିଲେ କାରଣ ଆମ ସମସ୍ତଙ୍କୁ ମାନବତା ଦୃଷ୍ଟିରୁ କାମ କରିବା ଉଚିତ ଓ ସମସ୍ୟାରେ ପଡିଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବା ଉଚିତ ।

ସେ କହିଲେ କି ସେ ଦୁଇ ଜଣ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଦଙ୍ଗାରେ ଫସିଥିବା ମୁସଲମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ୨୦ ରୁ ଅଧିକ ଥର ଯାତ୍ରା କରିଲେ ଓ ସମସ୍ତଙ୍କୁ ଏକ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରି ଦେଲେ । କିଛି ଯୁବକମାନଙ୍କ ପରିଚୟକୁ ଲୁଚାଇବା ପାଇଁ ସେ ସେମାନଙ୍କୁ ପଗଡି ବି ବାନ୍ଧି ଦେଇଥିଲେ ।

ଆପଣଙ୍କୁ କହିଦେଉଛୁ କି ଗୋକଲପୁରୀରେ ତିନି ଦିନ ହେବ ହେଉଥିବା ଦଙ୍ଗାରେ ପାଖାପାଖି ୪୦ ଜଣ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି । ଏହା ସହିତ ଦିଲ୍ଲୀ ପୋଲିସର ହେଡ କନସ୍ଟେବଲ ରତନ ଲାଲାଙ୍କୁବି ଗୁଳି ଲାଗିବା ଦ୍ଵାରା ସେ ବି ମୃତ୍ୟୁ ବରଣ କରିଛନ୍ତି ।