ସାକ୍ଷୀ କଲେ ବଡ ଖୁଲାସା, କଣ ପାଇଁ ଧୋନୀଙ୍କ ରିଟାୟାରମେଣ୍ଟ ଉପରେ କରିଥିବା ଟୁଇଟ କଲେ ଡ଼ିଲିଟ

କ୍ରିକେଟ ଠାରୁ ବହୁତ ଦିନ ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରକୁ ନେଇ ଆଲୋଚାନା ଚାଲିଛି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ କରିବାକୁ ଲାଗିଥିଲା । ଏହାପରେ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ଟୁଇଟ କରି ଏହି ଖବରକୁ ଭୁଲ ବୋଲି କହିଥିଲେ । ସାକ୍ଷୀ ସୋସିଆଲ ମିଡିଆରେ ସ୍ଵାମୀଙ୍କର ସନ୍ନ୍ୟାସ ନେବା ଖବର ଉପରେ ସ୍ପଷ୍ଟ ଭାବେ କହିଛନ୍ତି କି ଏହି ପୂର୍ବ ଭାରତୀୟ କ୍ରିକେଟ କ୍ୟାପଟେନଙ୍କ ନଜର ବର୍ତ୍ତମାନ ବି ରାଷ୍ଟ୍ରୀୟ ଦଳକୁ ଫେରି ଯିବାରେ ଅଛି । ଏହା ସହିତ ସେ ଖୁଲାସା କରିଛନ୍ତି କି ଧୋନୀଙ୍କ ଅବସର ଉପରେ କରାଯାଇ ଥିବା ନିଜର ଟୁଇଟ ସେ କଣ ପାଇଁ ଡ଼ିଲିଟ କରିଲେ ।

 

ଅବସର ଖବର ପାଇ ସାକ୍ଷୀ ଆଶ୍ଚର୍ଯ୍ୟ ହୋଇଥିଲେ

ଚେନ୍ନାଇ ସୁପର କିଙ୍ଗର ଇଂଷ୍ଟାଗ୍ରାମ ଲାଇଭ ଅଧିବେଶନ ସମୟରେ ସାକ୍ଷୀ କହିଛନ୍ତି କି ସେ ନିମ୍ନ ପ୍ରୋଫାଇଲ ରହିଥାନ୍ତି । ଲକଡାଉନ ସମୟରେ ସେ ସୋସିଆଲ ମିଡିଆ ଠାରୁ ସମ୍ପୂର୍ଣ ଭାବେ ଦୂରେଇ ଅଛନ୍ତି । ମତେ ଜଣା ନାହିଁ କି ଏହି ଜିନିଷ କେଉଁଠାରୁ ଆସିଥାଏ । ସେ କହିଛନ୍ତି ଦେଖନ୍ତୁ ଯଦି ଆପଣ ସୋସିଆଲ ମିଡିଆରେ ଅଛନ୍ତି ତାହେଲେ ଆପାନଙ୍କୁ ଏହି ଜିନିଷ ପାଇଁ ପ୍ରସ୍ତୁତ ରହିବାକୁ ହୋଇଥାଏ । ଲୋକଙ୍କର ନିଜର ମତ ଅଛି । ଦୁଇ ଦିନ ପୂର୍ବରୁ ଧୋନୀ ଅବସର ନେଇଛନ୍ତି ବୋଲି ଟ୍ରେଣ୍ଡ କରାଯାଇ ଥିଲା, ଯେତବେଳେ ବି କିଛି ହୋଇଥାଏ ତାହେଲେ ମୋ ପାଖକୁ ଫୋନ ଏବଂ ମେସେଜ ଆସିଥାଏ ।

ଆଙ୍କର ସାକ୍ଷୀଙ୍କୁ ପଚାରିଥିଲେ କି ସେ ଟୁଇଟ କଣ ପାଇଁ ଡ଼ିଲିଟ କରିଲେ । ଏହାପରେ ସାକ୍ଷୀ କହିଲେ କି ସେ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ମେସେଜ ଦେବା ପାଇଁ ଟୁଇଟ କରିଥିଲେ । ଯେତବେଳେ ଏହି କାମ ହୋଇଗଲା ସେତବେଳେ ଡ଼ିଲିଟ କରିବା ଠିକ ଲାଗିଲା କାରଣ ଏହି କଥାକୁ ସେ ଜୋର ଦେବା ପାଇଁ ଚାହୁଁନଥିଲେ । ସାକ୍ଷୀ କହିଛନ୍ତି କି ଅବଶ୍ୟ ଆମେ ସିଏସକେ ହରାଉଛୁ ଜଣାନାହିଁ କି ଆଇପିଏଲ ହେବ ନା ନାହିଁ । ମୋ ଝିଅ ମଧ୍ୟ ମତେ ପଚାରୁଛି କି ଏହା କେବେ ହେବ । ଯଦି ଖେଳ ହେବ ନାହିଁ ତାହେଲେ ପୁରା ପରିବାର ଉତ୍ତରାଖଣ୍ଡର ପାହାଡ ଉପରେ ସମୟ କାଟିବା ପାଇଁ ଯୋଜନା କରିଛୁ ।

ଧୋନୀ ବହୁତ ଦିନରୁ ଦଳ ଠାରୁ ବାହାରେ ଅଛନ୍ତି

ଧୋନୀ ଗତ ଏକ ବର୍ଷରୁ କ୍ରିକେଟ ଠାରୁ ଦୂରେଇ ଅଛନ୍ତି । ସେ ଗତଥର ଭାରତ ପକ୍ଷରୁ ଏବଂ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ବିଶ୍ଵକପ ସେମିଫାଇନାଲ ଖେଳିଥିଲେ ଯେଉଁଥିରେ ଭାରତ ହାରିଯାଇ ଥିଲା । ଭାରତୀୟ ବୋର୍ଡ କେନ୍ଦ୍ରୀୟ ଅନୁବନ୍ଧିତ ସୁଚିରେ ବି ତାଙ୍କୁ ଜାଗା ଦେଇ ନାହାଁନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।